ଭାରତ ପାଇଁ ରାଜକୋଟ୍ ଅନଲକି

ରାଜକୋଟ୍‌: ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଆୟୋଜକ ଭାରତର ଦିନିକିଆ ରେକର୍ଡ ବହୁତ ଖରାପ ରହିଛି। କାରଣ ଏହି ମଇଦାନରେ ଭାରତ ଖେଳିଥିବା ଦୁଇଟି ଯାକ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି। ଭାରତ ଜାନୁଆରୀ ୧୧, ୨୦୧୩ରେ ଏଠାରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲା, ଯେଉଁଥିରେ ଘରୋଇ ଦଳ ୯ ରନରେ ପରାସ୍ତ ହୋଇଥିଲା । ଏହା ପରେ ଅକ୍ଟୋବର ୧୮, ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମଇଦାନରେ ଭାରତ ୧୮ ରନରେ […]

indvs-aus

Ranjit Kumar Jena
  • Published: Thursday, 16 January 2020
  • , Updated: 16 January 2020, 07:09 PM IST

ରାଜକୋଟ୍‌: ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଆୟୋଜକ ଭାରତର ଦିନିକିଆ ରେକର୍ଡ ବହୁତ ଖରାପ ରହିଛି। କାରଣ ଏହି ମଇଦାନରେ ଭାରତ ଖେଳିଥିବା ଦୁଇଟି ଯାକ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି।

ଭାରତ ଜାନୁଆରୀ ୧୧, ୨୦୧୩ରେ ଏଠାରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲା, ଯେଉଁଥିରେ ଘରୋଇ ଦଳ ୯ ରନରେ ପରାସ୍ତ ହୋଇଥିଲା । ଏହା ପରେ ଅକ୍ଟୋବର ୧୮, ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମଇଦାନରେ ଭାରତ ୧୮ ରନରେ ହାରିଯାଇଥିଲା।

ଯେହେତୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ହାରିସାରିଛି, ତେଣୁ ଘରୋଇ ଦଳ ପାଇଁ ପ୍ରତ୍ୟାବର୍ତ୍ତନ କାଠିକର ପାଠ ହେବ। ଅଷ୍ଟ୍ରେଲିଆ ଟିମ୍ ଭାରତ ବିପକ୍ଷରେ ଏଠାରେ ଅକ୍ଟୋବର ୧୦, ୨୦୧୩ରେ ଏକ ଟି-୨୦ ମ୍ୟାଚ୍ ଖେଳିଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ୬ ୱିକେଟରେ ବିଜୟୀ ହୋଇଥିଲା। ତେବେ ୭ ବର୍ଷ ପୂର୍ବେ ମିଳିଥିବା ଟି-୨୦ ବିଜୟ ଭାରତ ପାଇଁ ଏକମାତ୍ର ଆଶା ।

Related story