ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ରାଜ୍ୟ ସୁଟିଂ ଚାମ୍ପିଅନସିପ। ୫୦ମିଟର ଏୟାର ରାଇଫଲ, ୨୫ମିଟର ଓ ୧୦ମିଟର ଏୟାର ପିସ୍ତଲ ଆଦି ପ୍ରତିଯୋଗିତା ହେବ । ପ୍ରାୟ ୨୫୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଉଛନ୍ତି। ଜୁନିୟର, ସିନିୟର ଆଦି ବର୍ଗରେ ପ୍ରତିଯୋଗିତା ହେଉଛି। ଏଭଳି ପ୍ଲାଟଫର୍ମ ସୁଟରମାନଙ୍କ ପାଇଁ ଭଲ ସୁଯୋଗ ଆଣିଦେବ ଦେବ ବୋଲି ପ୍ରତିଯୋଗୀମାନେ ଆଶା ରଖିଛନ୍ତି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ପାଇବେ ବୋଲି ଜଣାପଡିଛି।