ରାଞ୍ଚି ଟେଷ୍ଟ: ଅଷ୍ଟ୍ରେଲିଆ ୪୫୧, ଭାରତ ୧୨୦/୧

ରାଞ୍ଚି: ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ଭାରତ ଆଗରେ ୪୫୧ ରିନର ଏକ ବଡ ସ୍କୋର ଠିଆ କରିଛି । ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ଲଢୁଆ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ବଡ ସ୍କୋର କରିପାରିଛି । ଯେଉଁଥିରେ ସ୍ମିଥ୍‌-୧୭୮ ରନ କରି ଅପରାଜିତ ରହିଥିବା ବେଳେ  ମ୍ୟାକ୍ସୱେଲ୍‌-୧୦୪ ରନ କରିଥିଲେ । ଭାରତ ପକ୍ଷରୁ ଜାଡେଜା ୫ଟି,ଉମେଶ ଯାଦବ-୩ଟି ଓ ଅଶ୍ୱିନ୍‌ ଗୋଟିଏ ୱିକେଟ୍‌ ହାସଲ କରିଛନ୍ତି । ଅନ୍ୟପଟେ […]

stevesmith-RANCHI

Rakesh Mallick
  • Published: Friday, 17 March 2017
  • , Updated: 17 March 2017, 08:09 PM IST

ରାଞ୍ଚି: ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ଭାରତ ଆଗରେ ୪୫୧ ରିନର ଏକ ବଡ ସ୍କୋର ଠିଆ କରିଛି । ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ଲଢୁଆ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ବଡ ସ୍କୋର କରିପାରିଛି । ଯେଉଁଥିରେ ସ୍ମିଥ୍‌-୧୭୮ ରନ କରି ଅପରାଜିତ ରହିଥିବା ବେଳେ  ମ୍ୟାକ୍ସୱେଲ୍‌-୧୦୪ ରନ କରିଥିଲେ । ଭାରତ ପକ୍ଷରୁ ଜାଡେଜା ୫ଟି,ଉମେଶ ଯାଦବ-୩ଟି ଓ ଅଶ୍ୱିନ୍‌ ଗୋଟିଏ ୱିକେଟ୍‌ ହାସଲ କରିଛନ୍ତି । ଅନ୍ୟପଟେ ଭାରତ ତାର ପ୍ରଥମ ଇନିଂସ୍‌ରେ ୧ୱିକେଟ୍‌ ହରାଇ ୧୨୦ ରନ କରିପାରିଛି । ଲୋକେଶ ରାହୁଲ ଓ ମୁରଲି ବିଜୟ ଭଳ ଆରମ୍ଭ କରିଥିଲେ ମଧ୍ୟ ୬୭ ରନ କରି ଆଉଟ୍‌ ହୋଇଥିଲେ । ଦ୍ୱିତୀୟ ଦିନର ଖେଳ ଶେଷ ସୁଧା ମୁରଲି ବିଜୟ ୪୨ରନ କରି ଖେଳୁଥିବା ବେଳେ ଚେତଶ୍ୱର ପୂଜାରା ୧୦ ରନ କରି ଅପରାଜିତ ଅଛନ୍ତି

Related story