ରଣଜୀ ମୁକାବିଲା: ବେଙ୍ଗଲଠାରୁ ହାରିବା ପରେ ପିଚ୍ ନେଇ ବିସିସିଆଇରେ ଅଭିଯୋଗ କଲା ଓଡ଼ିଶା

କଟକ/କୋଲକାତା: ବେଙ୍ଗଲଠାରୁ ଲଜ୍ଜାଜନକ ପରାଜୟ ପରେ ପିଚର ମାନ ଉପରେ ପ୍ରଶ୍ନ ଉଠାଇଛି ଓଡ଼ିଶା ଦଳ ଓ ଏନେଇ ବିସିସିଆଇ ନିକଟରେ ଅଭିଯୋଗ ମଧ୍ୟ କରିଛି। ଏନେଇ ଓଡ଼ିଶା ଅଧିନାୟକ ନଟରାଜ ବେହେରା ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସଂପାଦକ ଆଶୀର୍ବାଦ ବେହେରା ସ୍ପଷ୍ଟ କରିଛନ୍ତି। ଓସିଏ ସଂପାଦକ ପ୍ରଶ୍ନ କରିଛନ୍ତି ଯେ ପ୍ରଥମ ଶ୍ରେଣୀ କ୍ରିକେଟ୍ ପାଇଁ ଏହିଭଳି ପିଚ୍ ତିଆରି କରାଯାଏ କି? ଯଦି ଏଭଳି ପିଚ୍ ତିଆରି କରାଯିବ ତା’ହେଲେ ୪ […]

Ashirbad-Behera

Ashirbad-Behera

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 05:42 PM IST

Sports

Latest News

କଟକ/କୋଲକାତା: ବେଙ୍ଗଲଠାରୁ ଲଜ୍ଜାଜନକ ପରାଜୟ ପରେ ପିଚର ମାନ ଉପରେ ପ୍ରଶ୍ନ ଉଠାଇଛି ଓଡ଼ିଶା ଦଳ ଓ ଏନେଇ ବିସିସିଆଇ ନିକଟରେ ଅଭିଯୋଗ ମଧ୍ୟ କରିଛି। ଏନେଇ ଓଡ଼ିଶା ଅଧିନାୟକ ନଟରାଜ ବେହେରା ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସଂପାଦକ ଆଶୀର୍ବାଦ ବେହେରା ସ୍ପଷ୍ଟ କରିଛନ୍ତି।

ଓସିଏ ସଂପାଦକ ପ୍ରଶ୍ନ କରିଛନ୍ତି ଯେ ପ୍ରଥମ ଶ୍ରେଣୀ କ୍ରିକେଟ୍ ପାଇଁ ଏହିଭଳି ପିଚ୍ ତିଆରି କରାଯାଏ କି? ଯଦି ଏଭଳି ପିଚ୍ ତିଆରି କରାଯିବ ତା’ହେଲେ ୪ ଦିନିଆ ମ୍ୟାଚ୍ କରିବାର ଆବଶ୍ୟକତା କ’ଣ ରହିଛି? ସେ କହିଛନ୍ତି ଯେ ଏଭଳି ପିଚ୍ ନେଇ ଆମେ ପ୍ରଥମେ ମ୍ୟାଚ୍ ରେଫରିଙ୍କ ନିକଟରେ ଅଭିଯୋଗ କରିଥିଲୁ। ତା’ପରେ ଏନେଇ ବିସିସିଆଇର ଗ୍ରାଉଣ୍ଡ କମିଟି ଅଧ୍ୟକ୍ଷ ଦଲଜିତ୍ ସିଂହଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛୁ।

ଅଧିନାୟକ ନଟରାଜ ବେହେରା କହିଛନ୍ତି ଯେ ଦଳର ମ୍ୟାନେଜର ଖରାପ ପିଚ୍ ନେଇ ଆନୁଷ୍ଠାନିକ ଭାବେ ମ୍ୟାଚ୍ ରେଫରିଙ୍କଠାରେ ଅଭିଯୋଗ କରି ସାରିଛନ୍ତି। ଏହା ଏକ ଭୟଙ୍କର ପିଚ୍ ଥିଲା। ଏଥିରେ ଖେଳ ହେବା କଥା ନୁହେଁ।

କୋଲକାତାର ବେଙ୍ଗଲ କ୍ରିକେଟ୍ ଆକାଡେମୀରେ ଖେଳା ଯାଇଥିବା ଏହି ମ୍ୟାଚ୍ ମାତ୍ର ୨ ଦିନରେ ଶେଷ ହୋଇଯାଇଛି। ଦୁଇ ଦିନ ୪୦ ୱିକେଟ୍ ପଡ଼ିଥିଲା। ସୋମବାର ବେଙ୍ଗଲ ଓ ଓଡ଼ିଶା ପ୍ରଥମ ଇନିଂସରେ ଯଥାକ୍ରମେ ୧୪୨ ଓ ୧୦୭ ରନ୍ କରିଥିଲେ। ଆଜି ବେଙ୍ଗଲ୍ ଦ୍ୱିତୀୟ ଇନିଂସରେ ୧୩୫ ରନ୍ କରିଥିବା ବେଳେ ଓଡ଼ିଶା ଦଳ ମାତ୍ର ୩୭ ରନରେ ଅଲଆଉଟ୍ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos