ରଣଜୀ ମ୍ୟାଚ୍‌: ଦିଲ୍ଲୀ ୩୫୧/୭, ଗମ୍ଭୀର ୧୪୭

ଭୁବନେଶ୍ୱର: ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦିଲ୍ଲୀ ୭ ୱିକେଟ୍‌ ହରାଇ ୩୫୧ ରନ୍‌ ସଂଗ୍ରହ କରି ନେଇଛି। ଗତକାଲି ୨୬ ରନ୍‌ କରି ଅପରାଜିତ ଥିବା ଗୌତମ ଗମ୍ଭୀର ୧୮ ଚୌକା ସହାୟତାରେ ୧୪୭ ରନ୍‌ର ଶତକୀୟ ପରି ଖେଳିଛନ୍ତି। ରିଷଭ ପାନ୍ତ ୬୦ ରନ୍‌ କରି ଆଉଟ୍‌ ହୋଇଛନ୍ତି। ମିଲନ୍ଦ (୩୯) ଏବଂ ମାନସ ଶର୍ମା (୬) ଅପରାଜିତ […]

gautam-gambhir

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 05:46 PM IST

ଭୁବନେଶ୍ୱର: ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦିଲ୍ଲୀ ୭ ୱିକେଟ୍‌ ହରାଇ ୩୫୧ ରନ୍‌ ସଂଗ୍ରହ କରି ନେଇଛି। ଗତକାଲି ୨୬ ରନ୍‌ କରି ଅପରାଜିତ ଥିବା ଗୌତମ ଗମ୍ଭୀର ୧୮ ଚୌକା ସହାୟତାରେ ୧୪୭ ରନ୍‌ର ଶତକୀୟ ପରି ଖେଳିଛନ୍ତି। ରିଷଭ ପାନ୍ତ ୬୦ ରନ୍‌ କରି ଆଉଟ୍‌ ହୋଇଛନ୍ତି। ମିଲନ୍ଦ (୩୯) ଏବଂ ମାନସ ଶର୍ମା (୬) ଅପରାଜିତ ଅଛନ୍ତି।

ଓଡ଼ିଶା ବୋଲର ଧୀରଜ ସିଂହ ୩ଟି ୱିକେଟ୍‌ ନେଇଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ଗୋବିନ୍ଦ ପୋଦ୍ଦାର ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

ଗତକାଲି ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓଡ଼ିଶା ୨୩୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ସନ୍ଦୀପ ପଟ୍ଟନାୟକ ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ରଞ୍ଜିତ ସିଂହ ୪ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ଗୋବିନ୍ଦ ପୋଦ୍ଦାର ୨୪ ରନ୍ କରି ଆଉଟ୍ ହୋଇଥିଲେ। ଅନୁରାଗ ଷଡ଼ଙ୍ଗୀ ୧୮ ରନ୍ କରି ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଶୁଭ୍ରାଂଶୁ ସେନାପତି ୭୬ ଓ ବିପ୍ଳବ ସାମନ୍ତରାୟ ୬୨ ରନ୍‌ କରି ଆଉଟ୍‌ ହୋଇଛନ୍ତି। ସୌରଭ ରାୱତ (୪), ବସନ୍ତ ମହାନ୍ତି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଏକ ରନ୍‌ ଲେଖାଏଁ କରି ଆଉଟ ହୋଇଯାଇଥିଲେ।

ଦିଲ୍ଲୀ ପକ୍ଷରୁ ଭି. ସୋଧ ୩ଟି ୱିକେଟ୍‌ ନେଇଥିବା ବେଳେ ଏସ୍‌. ନରୱାଲ ଏବଂ ଏମ୍‌. ଶର୍ମା ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଇଶାନ୍ତ ଶର୍ମା, ଭି. ଟୋକସ୍‌ ଏବଂ ଏନ. ରାଣା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

Related story