ରଣଜୀ ମ୍ୟାଚ୍‌: ଦ୍ୱିତୀୟ ପାଳିରେ ଓଡ଼ିଶା ୨୪୪/୨

ପଟିଆଲା: ପଟିଆଲାର ଧ୍ରୁବ ପାଣ୍ଡୋଭ ଷ୍ଟାଡିୟମରେ ଚାଲିଥିବା ‘ଗ୍ରୁପ୍‌ ବି’ର ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ର ତୃତୀୟ ଦିନରେ ଓଡ଼ିଶା ଦ୍ୱିତୀୟ ଇଂନିସ୍‌ରେ ୨ ୱିକେଟ୍‌ ହରାଇ ୨୪୪ ରନ୍‌ କରିଛି। ସନ୍ଦିପ ପଟ୍ଟନାୟକ ୪୦ (୮ ଚୌକା) ଏବଂ ଗୋବିନ୍ଦ ପୋଦ୍ଦାର ୧୬ (୩ ଚୌକା) କରି ଆଉଟ୍‌ ହୋଇଛନ୍ତି। ରଞ୍ଜିତ ସିଂହ ୧୮୮ ଚୌକା ସହାୟତାରେ ୮୯ ଏବଂ ସୁଭ୍ରାଂଶୁ ସେନାପତି ୧୫ ଚୌକା ସହାୟତାରେ ୯୦ ରନ୍‌ କରି ଅପରାଜିତ ଅଛନ୍ତି। ତୃତୀୟ ଦିନ […]

ranji-match

Rakesh Mallick
  • Published: Monday, 07 November 2016
  • , Updated: 07 November 2016, 06:54 PM IST

ପଟିଆଲା: ପଟିଆଲାର ଧ୍ରୁବ ପାଣ୍ଡୋଭ ଷ୍ଟାଡିୟମରେ ଚାଲିଥିବା ‘ଗ୍ରୁପ୍‌ ବି’ର ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ର ତୃତୀୟ ଦିନରେ ଓଡ଼ିଶା ଦ୍ୱିତୀୟ ଇଂନିସ୍‌ରେ ୨ ୱିକେଟ୍‌ ହରାଇ ୨୪୪ ରନ୍‌ କରିଛି। ସନ୍ଦିପ ପଟ୍ଟନାୟକ ୪୦ (୮ ଚୌକା) ଏବଂ ଗୋବିନ୍ଦ ପୋଦ୍ଦାର ୧୬ (୩ ଚୌକା) କରି ଆଉଟ୍‌ ହୋଇଛନ୍ତି। ରଞ୍ଜିତ ସିଂହ ୧୮୮ ଚୌକା ସହାୟତାରେ ୮୯ ଏବଂ ସୁଭ୍ରାଂଶୁ ସେନାପତି ୧୫ ଚୌକା ସହାୟତାରେ ୯୦ ରନ୍‌ କରି ଅପରାଜିତ ଅଛନ୍ତି। ତୃତୀୟ ଦିନ ଖଷଳ ଶେଷ ସୁଦ୍ଧା ଓଡ଼ିଶା ୯୩ ରନ୍‌ର ଅଗ୍ରଣୀ ହାସଲ କରିଛି।

ଗତକାଲି ଷ୍ଟମ୍ପ ଅପସରଣ ବେଳକୁ ଓଡ଼ିଶା ପ୍ରଥମ ଇଂନିସ୍‌ରେ ୮ ୱିକେଟ୍‌ ହରାଇ ୧୪୩ ରନ୍‌ କରିଥିଲା। ଆଜି ସ୍କୋରରେ ୨୯ ରନ୍‌ ଯୋଗ କରିବା ପରେ ଦଳ ୧୭୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅଗକାଲି ୪୯ ରନ୍‌ରେ ଅପରାଜିତ ଥିବା ଦୀପକ ବେହେରା ୬୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଅନ୍ୟ କୌଣସି ଖେଳାଳି କିଛି ଖାସ୍‌ କରିପାରି ନ ଥିଲେ।

ପ୍ରଥମ ଇଂନିସ୍‌ରେ ରାଜସ୍ଥାନ ୩୨୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

Related story