ରଜଣୀ ଟ୍ରଫି: ଓଡ଼ିଶା ୧୫୨ରେ ଅଲ୍‌ଆଉଟ୍‌

ଚେନ୍ନାଇ: ତାମିଲନାଡୁ ତ୍ରିଭେନ୍ଦ୍ରମରେ ଆରମ୍ଭ ହୋଇଥିବା ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ମ୍ୟାଚ୍‌ର ପ୍ରଥମ ଦିନରେ ଓଡ଼ିଶା ୧୫୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଝାଡ଼ଖଣ୍ଡ ବିନା କୌଣସି ୱିକେଟ୍‌ ହରାଇ ୯ ରନ୍‌ ସଂଗ୍ରହ କରିଛି। ଝାଡ଼ଖଣ୍ଡ ଟସ୍ ଜିତି ଓଡ଼ିଶାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଓଡ଼ିଶା ଦୁଇ ଓପ୍ନର ଭଲ ଆରମ୍ଭ ଦେଇଥିଲେ। ସନ୍ଦିପ ପଟ୍ଟନାୟକ ୪୩ (୪ ଚୌକା) ଏବଂ ରଞ୍ଜିତ ସିଂହ ୨୦ (ଗୋଟିଏ ଚୌକା) କରି […]

ranji-match

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 08:55 PM IST

ଚେନ୍ନାଇ: ତାମିଲନାଡୁ ତ୍ରିଭେନ୍ଦ୍ରମରେ ଆରମ୍ଭ ହୋଇଥିବା ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ମ୍ୟାଚ୍‌ର ପ୍ରଥମ ଦିନରେ ଓଡ଼ିଶା ୧୫୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଝାଡ଼ଖଣ୍ଡ ବିନା କୌଣସି ୱିକେଟ୍‌ ହରାଇ ୯ ରନ୍‌ ସଂଗ୍ରହ କରିଛି।

ଝାଡ଼ଖଣ୍ଡ ଟସ୍ ଜିତି ଓଡ଼ିଶାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଓଡ଼ିଶା ଦୁଇ ଓପ୍ନର ଭଲ ଆରମ୍ଭ ଦେଇଥିଲେ। ସନ୍ଦିପ ପଟ୍ଟନାୟକ ୪୩ (୪ ଚୌକା) ଏବଂ ରଞ୍ଜିତ ସିଂହ ୨୦ (ଗୋଟିଏ ଚୌକା) କରି ଆଉଟ୍‌ ହୋଇଥିଲେ। ତେବେ ଏହା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜ୍‌ରେ ତିଷ୍ଠି ପାରି ନ ଥିଲେ। ୫ ଜଣ ଓଡ଼ିଶା ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିବା ବେଳେ ୩ ଜଣ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ।

ଝାଡ଼ଖଣ୍ଡ ପକ୍ଷରୁ ଏସ୍‌. ନଦିମ୍‌ ୪ଟି ୱିକେଟ୍‌ ନେଇଥିବା ବେଳେ ଏସ୍‌. ଗୁପ୍ତା ୩ଟି, ଅଜୟ ଏବଂ ବିକାଶ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଝାଡ଼ଖଣ୍ଡର ଦୁଇ ଓପ୍ନର ଏନ୍‌. ସିଂହ ୪ ରନ୍‌ ଏବଂ ଏସ୍‌. କୁମାର ୫ ରନ୍‌ କରି ଅପରାଜିତ ଅଛନ୍ତି।

ସୂଚନାଯୋଗ୍ୟ, ଉଭୟ ଦଳ ପୂର୍ବରୁ କ୍ୱାର୍ଟରରେ ପହଞ୍ଚି ସାରିଛନ୍ତି। ଝାଡ଼ଖଣ୍ଡ ଏହି ମ୍ୟାଚ୍ ଜିତିଲେ ‘ଗ୍ରୁପ୍‌ ବି’ର ଶୀର୍ଷ ସ୍ଥାନରେ ରହିବ। ଦଳ ୩୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଓଡ଼ିଶା ୨୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। କର୍ଣ୍ଣାଟକ ୩୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି।

ଦୀର୍ଘ ୧୫ ବର୍ଷ ପରେ କ୍ୱାର୍ଟର ଫାଇନାଲ ଖେଳିବାକୁ ଓଡ଼ିଶା ସୁଯୋଗ ପାଇଛି। ଦିଲ୍ଲୀକୁ ସୌରାଷ୍ଟ ହରାଇବା ପରେ ଓଡ଼ିଶାକୁ ଏହି ସୁଯୋଗ ମିଳିଛି।

Related story