ହରିୟାଣା ବିପକ୍ଷରେ ଓଡ଼ିଶାର ରୋମାଞ୍ଚକର ବିଜୟ

ରୋହତକ୍‌: ଟେଲ୍ ଏଣ୍ଡର୍ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ଓଡ଼ିଶା ଚଳିତ ରଣଜୀ ଟ୍ରଫିର ଏଲିଟ୍ ଗ୍ରୁପ୍‌-ସି’ର ଏକ ମ୍ୟାଚରେ ହରିୟାଣାକୁ ୧ ୱିକେଟରେ ହରାଇଛି। ଏହି ରୋମାଞ୍ଚକର ବିଜୟ ସହ ଓଡ଼ିଶା ୬ ପଏଣ୍ଟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ମଜଭୁତ୍ ରହିଛି। ଚତୁର୍ଥ ଇନିଂସରେ ଓଡ଼ିଶା ଆଗରେ ୧୭୯ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଟିମ୍ ଚତୁର୍ଥ ତଥା ଅନ୍ତିମ ଦିବସରେ ୫୮.୧ ଓଭରରେ ୯ ୱିକେଟ୍ ହରାଇ ୧୮୨ […]

odisha

Ranjit Kumar Jena
  • Published: Tuesday, 14 January 2020
  • , Updated: 14 January 2020, 04:25 PM IST

ରୋହତକ୍‌: ଟେଲ୍ ଏଣ୍ଡର୍ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ଓଡ଼ିଶା ଚଳିତ ରଣଜୀ ଟ୍ରଫିର ଏଲିଟ୍ ଗ୍ରୁପ୍‌-ସି'ର ଏକ ମ୍ୟାଚରେ ହରିୟାଣାକୁ ୧ ୱିକେଟରେ ହରାଇଛି। ଏହି ରୋମାଞ୍ଚକର ବିଜୟ ସହ ଓଡ଼ିଶା ୬ ପଏଣ୍ଟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ମଜଭୁତ୍ ରହିଛି। ଚତୁର୍ଥ ଇନିଂସରେ ଓଡ଼ିଶା ଆଗରେ ୧୭୯ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଟିମ୍ ଚତୁର୍ଥ ତଥା ଅନ୍ତିମ ଦିବସରେ ୫୮.୧ ଓଭରରେ ୯ ୱିକେଟ୍ ହରାଇ ୧୮୨ ରନ୍ କରି ବିଜୟ ହାସଲ କରିନେଇଛି।

ମ୍ୟାଚରେ ଉଭୟ ଦଳ ପାଇଁ ବରାବର ସୁଯୋଗ ଥିଲା। ଅନ୍ତିମ ଦିବସରେ ବିଜୟ ପାଇଁ ହରିୟାଣାକୁ ୩ ୱିକେଟ୍ ଏବଂ ଓଡ଼ିଶାକୁ ୩୨ ରନ୍ ଆବଶ୍ୟକ ଥିଲା। ଓଡ଼ିଶା ବୁଧବାର ଖେଳ ୧୪୭/୭ରୁ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା ରାଜେଶ ଧୂପର ଓ ରାଜେଶ ମହାନ୍ତି ଅଷ୍ଟମ ୱିକେଟ୍ ପାଇଁ ୨୯ ରନ୍ ଯୋଡ଼ିଥିଲେ। ଅଭିଜ୍ଞ ରାଜେଶ ୩୨ ରନ୍ କରିଥିବା ବେଳେ ଆଶିଷ ହୁଡାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ରାଜେଶ ନବମ ୱିକେଟ୍ ଭାବେ ପ୍ୟାଭିଲିୟନ୍ ଫେରିଥିଲେ। କିନ୍ତୁ ଆଉଟ୍ ହେବା ପୂର୍ବରୁ ସେ ଦଳ ପାଇଁ ୨୧ (୩୧ ବଲ୍‌, ୩ ଚୌକା) ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ।

ରାଜେଶଙ୍କ ଆଉଟ୍ ହେବା ପରେ ଓଡ଼ିଶାକୁ ବିଜୟ ପାଇଁ ୩ ରନ୍ ଆବଶ୍ୟକ ଥିଲା। କିନ୍ତୁ ଭ୍ରମଣକାରୀ ଦଳର ଶେଷ ବ୍ୟାଟ୍ସମ୍ୟାନ୍ ପପୁ ରୟ ୫୯ତମ ଓଭରର ପ୍ରଥମ ବଲରେ ଚୌକା ମାରି ଓଡ଼ିଶାକୁ ଚମକପ୍ରଦ ବିଜୟ ଭେଟି ଦେଇଥିଲେ । ପପୁ ୪ ଓ ବସନ୍ତ ମହାନ୍ତି ୬ ରନ୍ କରି ଅପରାଜିତ ଥିଲେ। ହରିୟାଣା ଦଳର ମିଡିୟମ୍ ପେସ୍ ବୋଲର ଅଜିତ୍ ଚହଲ୍ ଦ୍ୱିତୀୟ ଇନିଂସରେ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୮୦ ରନ୍ ଦେଇ ୭ଟି ୱିକେଟ୍ ନେଇଥିଲେ।

ପ୍ରଥମ ଇନିଂସରେ ୬ ଓ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ନେଇଥିବା ଓଡ଼ିଶାର ଡାହାଣହାତୀ ପେସ୍ ବୋଲର ସୂର୍ଯ୍ୟକାନ୍ତ (୧୧ ୱିକେଟ୍‌) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସୂର୍ଯ୍ୟକାନ୍ତ ନିଜ ପ୍ରଥମଶ୍ରେଣୀ କ୍ରିକେଟରେ ପ୍ରଥମଥର ୧୦ରୁ ଅଧିକ ୱିକେଟ୍ ନେବାର କାରନାମା କରିଛନ୍ତି। ଏହା ପୂର୍ବରୁ ହରିୟାଣା ପ୍ରଥମ ଇନିଂସରେ ମାତ୍ର ୯୦ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଓଡ଼ିଶା ୧୬୦ ରନ୍ କରି ୭୦ ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ହରିୟାଣା ୨୪୮ ରନରେ ଅଲଆଉଟ୍ ହୋଇ ଓଡ଼ିଶାକୁ ୧୭୯ ରନର ଟାର୍ଗେଟ୍ ଦେଇଥିଲା।

Related story