ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରୋଦା ବିପକ୍ଷ ରଣଜୀରେ ଓଡ଼ିଶାର ଦୃଢ଼ ଜବାବ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୫ ଓ୍ୱିକେଟ ହରାଇ ୩୧୬ ରନ୍ କରିଛି। ଶୁଭ୍ରାଂଶୁ ସେନାପତି ୧୩୧ ରନ୍ କରି ଅପରାଜିତ ଅଛନ୍ତି। ବିପ୍ଳବ ସାମନ୍ତରାୟ ୫୫ ରନ୍ କରି ଆଉଟ ହୋଇଛନ୍ତି। ଗତକାଲିର ଅସମାପ୍ତ ସ୍କୋର ୨ ଓ୍ୱିକେଟରେ ୬୪ ରନରୁ ଖେଳ ଆରମ୍ଭ କରିଥିଲା ଓଡ଼ିଶା। ନଟରାଜ ବେହେରା ୨୪ ରନ୍ କରି ଆଉଟ ହେବା ପରେ ଶୁଭ୍ରାଂଶୁ ଓ ଶାନ୍ତନୁ ଚତୁର୍ଥ ଓ୍ୱିକେଟରେ ୧୦୩ ରନର ପାର୍ଟନରସିପ୍ ଯୋଡ଼ିଥିଲେ। ଶାନ୍ତନୁ ୪୫ ରନ୍ କରି ଆଉଟ ହୋଇଥିଲେ। ତାମିଲନାଡୁ ବିପକ୍ଷ ମ୍ୟାଚରେ ୯୭ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ଧୂପର ୧୩ ରନ୍ କରି ଅପରାଜିତ ଅଛନ୍ତି। ଓଡ଼ିଶା ହାତରେ ୫ ଓ୍ୱିକେଟ ଥିବା ବେଳେ ଏହା ବରୋଦାର ପ୍ରଥମ ଇନିଂସଠାରୁ ୧୮୭ ରନ୍ ପଛରେ ଅଛି।