ରଣଜୀ ଟ୍ରଫି: ଓଡ଼ିଶା-ବିଦର୍ଭ ମ୍ୟାଚ ‘ଡ୍ର’, ଇନିଂସ ଅଗ୍ରଣୀ ଲାଗି ବିଦର୍ଭକୁ ୩ ପଏଣ୍ଟ

ନାଗପୁର: ରଣଜୀ ଟ୍ରଫିରେ ଖେଳାଯାଇଥିବା ବିଦର୍ଭ ଓ ଓଡ଼ିଶା ମ୍ୟାଚ ଡ୍ର ଭାବେ ଶେଷ ହୋଇଛି। ପ୍ରଥମ ଇନିଂସରେ ବିଦର୍ଭ ଆଗୁଆ ଥିବାରୁ ୩ ପଏଣ୍ଟ ପାଇଥିବା ବେଳେ ଓଡ଼ିଶା ପାଇଛି ମାତ୍ର ୧ ଗୋଟିଏ ପଏଣ୍ଟ। ମ୍ୟାଚର ଶେଷଦିନରେ ବିଦର୍ଭ ଦେଇଥିବା ଫଲୋଅନଙ୍କୁ ପିଛା କରି ଓଡ଼ିଶା ୬ ୱିକେଟ ହରାଇ ୨୭୪ ରନ ସଂଗ୍ରହ କରିଥିଲା। ଦଳପକ୍ଷରୁ ଅନୁରାଗ ଷଡଙ୍ଗୀ ୧୭୮ ବଲରୁ ସର୍ବାଧିକ ୯୨ ରନ କରି ଆଉଟ ହୋଇଥିଲେ । ମ୍ୟାଚର […]

vidarbha-odisha-ranji

Rakesh Mallick
  • Published: Sunday, 04 October 2015
  • , Updated: 04 October 2015, 04:58 PM IST

ନାଗପୁର: ରଣଜୀ ଟ୍ରଫିରେ ଖେଳାଯାଇଥିବା ବିଦର୍ଭ ଓ ଓଡ଼ିଶା ମ୍ୟାଚ ଡ୍ର ଭାବେ ଶେଷ ହୋଇଛି। ପ୍ରଥମ ଇନିଂସରେ ବିଦର୍ଭ ଆଗୁଆ ଥିବାରୁ ୩ ପଏଣ୍ଟ ପାଇଥିବା ବେଳେ ଓଡ଼ିଶା ପାଇଛି ମାତ୍ର ୧ ଗୋଟିଏ ପଏଣ୍ଟ। ମ୍ୟାଚର ଶେଷଦିନରେ ବିଦର୍ଭ ଦେଇଥିବା ଫଲୋଅନଙ୍କୁ ପିଛା କରି ଓଡ଼ିଶା ୬ ୱିକେଟ ହରାଇ ୨୭୪ ରନ ସଂଗ୍ରହ କରିଥିଲା। ଦଳପକ୍ଷରୁ ଅନୁରାଗ ଷଡଙ୍ଗୀ ୧୭୮ ବଲରୁ ସର୍ବାଧିକ ୯୨ ରନ କରି ଆଉଟ ହୋଇଥିଲେ । ମ୍ୟାଚର ଶେଷଦିନର ଷ୍ଟମ୍ପ ଅପସାରଣ ବେଳକୁ ପ୍ରତୀକ ଦାସ ୧୦୧ ବଲରୁ ୩୯ ଓ ଦୀପକ ବେହେରା ୧୩ ବଲରୁ ୧ ରନ କରି ଅପରାଜିତ ରହିଥିଲେ। ବିଦର୍ଭ ପକ୍ଷରୁ ଅକ୍ଷୟ ୱାଙ୍ଗାରେ ସର୍ବାଧିକ ୫ ୱିକେଟ ଓ ରବିକୁମାର ଗୋଟିଏ ୱିକେଟ ନେଇ ଓଡ଼ିଶା ବ୍ୟାଟିଂ ଲାଇନକୁ ଧଂସ କରିଦେଇଥିଲେ ।

ପ୍ରଥମ ଇନିଂସରେ ବିଦର୍ଭ ୪୬୭ ରନ କରି ଅଲଆଉଟ୍ ହୋଇ ଯାଇଥିଲା। ଦଳ ପକ୍ଷରୁ ଆଦିତ୍ୟ ଶାନୱାରେ ୨୫୬ ବଲରୁ ୧୧୯ ରନ୍ ଓ ୟୁମେଶ ଯାଦବ ୧୧୯ ବଲରୁ ୧୨୮ ରନ୍ କରିଥିଲେ।

Related story