ରସେଲ ଆହତ, ଖେଳିବେନି ଗୁଜରାଟ ବିପକ୍ଷ ମ୍ୟାଚ୍‌

କୋଲକାତା: ଗୋଡରେ ଆହତ କାରଣରୁ ଗୁଜରାଟ ଲାୟନ୍ସ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେନି ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ୍‌। ବାଙ୍ଗାଲୋର ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଖେଳୁଥିବା ବେଳେ ବାମ ଗୋଡରେ ଆହତ ଲାଗିଥିଲା। ତେଣୁ ସେ ଏହି ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରସେଲ ୧୫ଟି ୱିକେଟ ନେଇ ତୃତୀୟ ସର୍ବାଧିକ ୱିକେଟ ନେଇଥିବା ବୋଲର ଭାବେ ମାନ୍ୟତା ପାଇଥିବା ବେଳେ ଏହାକୁ ନେଇ କୋଲକାତାର ଚିନ୍ତାର […]

adndrea injured

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 12:13 PM IST

କୋଲକାତା: ଗୋଡରେ ଆହତ କାରଣରୁ ଗୁଜରାଟ ଲାୟନ୍ସ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେନି ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ୍‌। ବାଙ୍ଗାଲୋର ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଖେଳୁଥିବା ବେଳେ ବାମ ଗୋଡରେ ଆହତ ଲାଗିଥିଲା। ତେଣୁ ସେ ଏହି ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରସେଲ ୧୫ଟି ୱିକେଟ ନେଇ ତୃତୀୟ ସର୍ବାଧିକ ୱିକେଟ ନେଇଥିବା ବୋଲର ଭାବେ ମାନ୍ୟତା ପାଇଥିବା ବେଳେ ଏହାକୁ ନେଇ କୋଲକାତାର ଚିନ୍ତାର ବଢି ଯାଇଛି।

ଅନ୍ୟପକ୍ଷରେ ଗୁଜରାଟ ଦଳକୁ ଫେରିଛନ୍ତି ଅଧିନାୟକ ସୁରେଶ ରୈନା। ସେ ନେଦରଲାଣ୍ଡରୁ ଛୁଟି କାଟି ଦଳକୁ ଫେରିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ବିଜୟଧାରାକୁ ଫେରିବାକୁ ଚେଷ୍ଟା କରିବ।

ଅନ୍ୟପକ୍ଷରେ କୋଲକାତା ୧୨ଟି ମ୍ୟାଚ୍‌ରୁ ୭ଟି ଜିତିଥିବା ବେଳେ ୫ଟି ମ୍ୟାଚ୍‌ରେ ପରାଜିତ ହୋଇ ୧୪ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଦଳର ଆହୁରି ୨ଟି ମ୍ୟାଚ୍‌ ଖେଳିବ। ଏହି ଦୁଇଟି ମ୍ୟାଚ୍‌ରେ ବିଜୟୀ ହେଲେ କୋଲକାତା ପ୍ଲେଅଫ୍‌ ପାଇଁ ନିଜ ନାଁ ପକ୍କା କରିବ। ଏପଟେ ଗୁଜରାଟ ଲାୟନ୍ସ ୧୨ଟି ମ୍ୟାଚ୍‌ରୁ ୭ଟି ବିଜୟ ଓ ୫ଟି ପରାଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଦଳ ଆହୁରି ୨ଟି ମ୍ୟାଚ୍‌ ଖେଳିବ। ଏହି ଦୁଇଟି ମ୍ୟାଚକୁ ଜିତିଲେ ଦଳ ପ୍ଲେଅଫ୍‌ ଖେଳିବା ସମ୍ଭବ ହେବ।

Related story