ଟିମ୍ ଇଣ୍ଡିଆ କୋଚ୍ ପଦ ବଜାୟ ରଖିବେ ଶାସ୍ତ୍ରୀ!

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଚଳିତ ମାସରେ ଟିମ୍ ଇଣ୍ଡିଆର କୋଚ୍ ଚୟନ କରିବ। କପିଲ୍ ଦେବଙ୍କ ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)କୁ ଟିମର କୋଚ୍ ଚୟନ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ କୋଚ୍ ରବି ଶାସ୍ତ୍ରୀଙ୍କୁ ଇଣ୍ଟରଭ୍ୟୁ ପାଇଁ ସିଧାସଳଖ ଏଣ୍ଟ୍ରି ମିଳିଛି। ଶାସ୍ତ୍ରୀଙ୍କ ବ୍ୟତୀତ ଆଉ କିଛି ପ୍ରାର୍ଥୀ ମଧ୍ୟ ଟିମ୍ ଇଣ୍ଡିଆ କୋଚ୍ ପଦ ପାଇଁ ଆବେଦନ କରିଛନ୍ତି। କିନ୍ତୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଶାସ୍ତ୍ରୀ ପୁଣିଥରେ […]

ravi

ravi

Ranjit Kumar Jena
  • Published: Thursday, 01 August 2019
  • Updated: 01 August 2019, 04:13 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଚଳିତ ମାସରେ ଟିମ୍ ଇଣ୍ଡିଆର କୋଚ୍ ଚୟନ କରିବ। କପିଲ୍ ଦେବଙ୍କ ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)କୁ ଟିମର କୋଚ୍ ଚୟନ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ କୋଚ୍ ରବି ଶାସ୍ତ୍ରୀଙ୍କୁ ଇଣ୍ଟରଭ୍ୟୁ ପାଇଁ ସିଧାସଳଖ ଏଣ୍ଟ୍ରି ମିଳିଛି। ଶାସ୍ତ୍ରୀଙ୍କ ବ୍ୟତୀତ ଆଉ କିଛି ପ୍ରାର୍ଥୀ ମଧ୍ୟ ଟିମ୍ ଇଣ୍ଡିଆ କୋଚ୍ ପଦ ପାଇଁ ଆବେଦନ କରିଛନ୍ତି। କିନ୍ତୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଶାସ୍ତ୍ରୀ ପୁଣିଥରେ ଟିମ୍ ଇଣ୍ଡିଆର କୋଚ୍ ହୋଇପାରନ୍ତି। ତାଙ୍କ କାର୍ଯ୍ୟକାଳକୁ ଆଉ ଦୁଇବର୍ଷ ବଢ଼ାଇ ଦିଆଯାଇପାରେ।

କ୍ରିକେଟରୁ କମେଣ୍ଟେଟର୍ ଏବଂ ପରେ କୋଚ୍ ହୋଇଥିବା ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ୨୦୨୧ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ୨୦୨୧ ପର୍ଯ୍ୟନ୍ତ ଭାରତ ଦୁଇଟି ଟି-୨୦ ଚାମ୍ପିଅନଶିପରେ ଭାଗ ନେବ। ବିଶ୍ୱକପ୍ ପରେ ଭାରତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି। ୨୦୨୧ରେ ମଧ୍ୟ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ହେବ। ୨୦୨୦ରେ ଆଇସିସିର ଦିନିକିଆ ଚାମ୍ପିୟନଶିପ୍ ଆରମ୍ଭ ହୋଇଯିବ। ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ରଣନୀତି ପ୍ରସ୍ତୁତି ପାଇଁ ଶାସ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇପାରେ।

ଶାସ୍ତ୍ରୀଙ୍କ କୋଚିଂରେ ଭାରତୀୟ ଟିମର ବିଜୟ ପ୍ରତିଶତ ୭୦ ରହିଛି, ଯେଉଁଥିରେ ଭାରତ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍ ସମେତ, ଦୁଇଟି ଏସିଆ କପ୍ ଟାଇଟଲ୍, ବିଶ୍ୱକପ୍ ସେମିଫାଇନାଲ୍ ମଧ୍ୟ ସାମିଲ୍ ଅଛି। କିନ୍ତୁ ତାଙ୍କ କୋଚିଂ ସମୟରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୧-୨ରେ ଏବଂ ଇଂଲଣ୍ଡରେ ୧-୪ରେ ଟେଷ୍ଟ ସିରିଜ୍ ହାରିସାରିଛି। ଏହାବ୍ୟତୀତ ଶାସ୍ତ୍ରୀ କୋଚ୍ ଭାବେ ଟିମ୍ ଇଣ୍ଡିଆର ଏବେବି ପ୍ରଥମ ପସନ୍ଦ। ୱେଷ୍ଟଇଣ୍ଡିଜ୍ ଯିବା ପୂର୍ବରୁ କ୍ୟାପଟେନ୍ ବିରାଟ୍ କୋହଲି ମିଡିଆ ଆଗରେ ଖୋଲାଖୋଲି ଭାବେ କହିଥିଲେ ଯେ ଯଦି ଶାସ୍ତ୍ରୀ କୋଚ୍ ହୁଅନ୍ତି, ତାହେଲେ ସେ ବହୁତ ଖୁସି ହେବେ। ୨୦୧୭ରେ ମଧ୍ୟ ଶାସ୍ତ୍ରୀ କୋହଲିଙ୍କ ପ୍ରଥମ ପସନ୍ଦ ଥିଲେ।

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନର ତାରିଖ ମଙ୍ଗଳବାର ଶେଷ ହୋଇଯାଇଛି। ଏହି ତାଲିକାରେ ଅଷ୍ଟ୍ରେଲିଆର ଟମ୍ ମୁଡ଼ି ସବୁଠାରୁ ବଡ଼ ନାମ। ମୁଡ଼ି ୨୦୦୭ରେ ଶେଷଥର ପାଇଁ କୌଣସି ଜାତୀୟ ଟିମକୁ କୋଚିଂ ଦେଇଥିଲେ ଏବଂ ଲମ୍ବା ସମୟ ଧରି କୋଚ୍ କୋଚ୍ ଭାବେ ଆଇପିଏଲ୍ ଫ୍ରାଞ୍ଚାଇଜି ସହ ରହିଛନ୍ତି। ଶାସ୍ତ୍ରୀଙ୍କ ବ୍ୟତୀତ ଭରତ ଅରୁଣଙ୍କର ମଧ୍ୟ ବୋଲିଂ କୋଚ୍ ହେବା ଏକପ୍ରକାର ନିଶ୍ଚିତ। ତାଙ୍କ କାର୍ଯ୍ୟକାଳରେ ଗତ ୨ବର୍ଷ ହେବ ଭାରତର ବୋଲିଂ ଲାଇନ୍ ବିଶ୍ୱସ୍ତରରେ ବେଶ୍ ପ୍ରଭାବଶାଳୀ ହୋଇଛି। ଏହା ମଧ୍ୟରେ ଟିମ୍ ଉଭୟ ନାଲି ଏବଂ ଧଳା ବଲରେ କମାଲ୍ କରିଛି।

ଏହା ମଧ୍ୟରେ ଟିମ୍ ଇଣ୍ଡିଆରେ ବ୍ୟାଟିଂ କୋଚ୍ ଓ ଫିଲ୍ଡିଂ କୋଚ୍ ଭାବେ ବର୍ତ୍ତମାନ କୋଚଙ୍କ ସ୍ଥାନ ପକ୍କା ଲାଗୁନାହିଁ। ମିଳିଥିବା ରିପୋର୍ଟ ଅନୁସାରେ, ଏହି ଦୁଇଟି ସ୍ଥାନରେ ବୋର୍ଡ ନୂଆ କୋଚଙ୍କୁ ଦାୟିତ୍ୱ ଦେବାକୁ ଚାହୁଁଛି। ଯାହା ଫଳରେ ଟିମ୍ ତା'ର ବ୍ୟାଟିଂ ଓ ଫିଲ୍ଡିଂ ଉପରେ ନୂଆ ଯୋଜନା ସହ କାମ କରିପାରିବ। ବର୍ତ୍ତମାନ ଫିଲ୍ଡିଂ କୋଚ୍ ଥିବା ଆର୍ ଶ୍ରୀଧର ନିଜ ସ୍ଥାନ ବଜାୟ ରଖିପାରନ୍ତି। ତାଙ୍କୁ ଟକ୍କର ଦେବେ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଜଣ୍ଟି ରୋଡ୍ସ। ଖବର ମିଳିଛି ଯେ, ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ଟିମର କୋଚ୍ ଦୌଡ଼ରେ ନଥିବା ଖବର ମିଳିଛି। ଜୟବର୍ଦ୍ଧନେ ବର୍ତ୍ତମାନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ସହ କାମ କରୁଛନ୍ତି। ତେଣୁ ସେ ଟିମ୍ ଇଣ୍ଡିଆ କୋଚ୍ ପଦ ପାଇଁ ଆବେଦନ କରିନଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos