ସ୍ଲୋ' ଓଭର୍ ରେଟ୍ ପାଇଁ ଅଶ୍ୱିନଙ୍କୁ ଜୋରିମାନା

ନୂଆଦିଲ୍ଲୀ: କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଟିମର କ୍ୟାପଟେନ୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଉପରେ ସ୍ଲୋ’ ଓଭର୍ ରେଟ୍ ପାଇଁ ଜୋରିମାନା ଲଗାଯାଇଛି। ଜୋରିମାନା ସ୍ୱରୂପ ଅଶ୍ୱିନଙ୍କ ମ୍ୟାଚ୍ ଫି’ର ୧୨ ଲକ୍ଷ ଟଙ୍କା କାଟି ଦିଆଯାଇଛି। ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁଯାୟୀ, ତାଙ୍କର ଏହା ପ୍ରଥମ ଅପରାଧ ଏବଂ ଏହି କାରଣରୁ ତାଙ୍କ ଉପରେ କେବଳ ୧୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି। ଏହା ପୂର୍ବରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ଅଧିନାୟକ ବିରାଟ୍ କୋହଲି, ମୁମ୍ବାଇ ଇଣ୍ଡିଆନ୍ସ […]

ash

Ranjit Kumar Jena
  • Published: Sunday, 21 April 2019
  • , Updated: 21 April 2019, 12:50 PM IST

ନୂଆଦିଲ୍ଲୀ: କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଟିମର କ୍ୟାପଟେନ୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଉପରେ ସ୍ଲୋ' ଓଭର୍ ରେଟ୍ ପାଇଁ ଜୋରିମାନା ଲଗାଯାଇଛି। ଜୋରିମାନା ସ୍ୱରୂପ ଅଶ୍ୱିନଙ୍କ ମ୍ୟାଚ୍ ଫି'ର ୧୨ ଲକ୍ଷ ଟଙ୍କା କାଟି ଦିଆଯାଇଛି। ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁଯାୟୀ, ତାଙ୍କର ଏହା ପ୍ରଥମ ଅପରାଧ ଏବଂ ଏହି କାରଣରୁ ତାଙ୍କ ଉପରେ କେବଳ ୧୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି।

ଏହା ପୂର୍ବରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ଅଧିନାୟକ ବିରାଟ୍ କୋହଲି, ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍ ଶର୍ମା ଓ ରାଜସ୍ଥାନ ରୟାଲ୍ସର ପୂର୍ବତନ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଉପରେ ମଧ୍ୟ ସ୍ଲୋ' ଓଭର୍ ରେଟ୍ ଯୋଗୁ ୧୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଥିଲା।

ସୂଚନାଯୋଗ୍ୟ, ଶନିବାର ଖେଳାଯାଇଥିବା ମ୍ୟାଚରେ ଅଧିନାୟକ ଶ୍ରେୟସ୍ ଆୟର ଓ ଶିଖର ଧୱନଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟରେ ପଞ୍ଜାବକୁ ପରାସ୍ତ କରିଥିଲା। ଏହି ପରାଜୟ ସହ ପଞ୍ଜାବ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଚଳିତ ଆଇପିଏଲର ପ୍ଲେଅଫରେ ସ୍ଥାନ ହାସଲ କରିବାକୁ ହେଲେ ପଞ୍ଜାବକୁ ବାକି ମ୍ୟାଚ୍ ଗୁଡ଼ିକରେ ବିଜୟ ହାସଲ କରିବାକୁ ପଡ଼ିବ। ଆସନ୍ତା ୨୪ ତାରିଖରେ ପଞ୍ଜାବ ତା'ର ପରବର୍ତ୍ତୀ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ।

Related story