ନ୍ୟୁଜିଲାଣ୍ଡକୁ ୧୧୧ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଦୁବାଇ: ଆଇସିସି ଦ୍ୱାରା ପରିଚାଳିତ ଟି-୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ଆଜି ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ୧୧୧ ରନ୍‌ର ଟାର୍ଗେଟ ଦେଇଛି ଭାରତ। ଟସ୍‌ ହାରି ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆର ସ୍କୋର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଛି। ନ୍ୟୁଜିଲାଣ୍ଡର ଜବରଦସ୍ତ ବୋଲିଂରେ ବିରାଟି ବାହିନୀ ଘାଇଲା ହୋଇ ୭ ଉଇକେଟ୍‌ରେ ୧୧୦ ରନ୍‌  କରିଛି। ତେବେ ଭାରତକୁ ହରାଇବାକୁ ହେଲେ ନ୍ୟୁଜିଲାଣ୍ଡକୁ ୧୧୧ ରନ୍‌ କରିବାକୁ ପଡ଼ିବ।  ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲାରେ ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ […]

yio

Tapas Behera
  • Published: Sunday, 31 October 2021
  • , Updated: 31 October 2021, 09:43 PM IST

ଦୁବାଇ: ଆଇସିସି ଦ୍ୱାରା ପରିଚାଳିତ ଟି-୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ଆଜି ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ୧୧୧ ରନ୍‌ର ଟାର୍ଗେଟ ଦେଇଛି ଭାରତ। ଟସ୍‌ ହାରି ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆର ସ୍କୋର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଛି। ନ୍ୟୁଜିଲାଣ୍ଡର ଜବରଦସ୍ତ ବୋଲିଂରେ ବିରାଟି ବାହିନୀ ଘାଇଲା ହୋଇ ୭ ଉଇକେଟ୍‌ରେ ୧୧୦ ରନ୍‌  କରିଛି। ତେବେ ଭାରତକୁ ହରାଇବାକୁ ହେଲେ ନ୍ୟୁଜିଲାଣ୍ଡକୁ ୧୧୧ ରନ୍‌ କରିବାକୁ ପଡ଼ିବ।  ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲାରେ ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଟିମ୍‌ ଇଣ୍ଡିଆ ପକ୍ଷରୁ ଓପନିଂ  କରିଥିଲେ କେଏଲ୍‌ ରାହୁଲ ଓ ଇଶାନ କିଶନ। ଓପନିଂରେ ଆସିଥିବା ଇଶାନ୍‌ କିଶାନ ୮ଟି ବଲ ଖେଳି ମାତ୍ର ୪ ରନ୍‌ କରି କ୍ୟାଚ୍‌ ଆଉଟ୍‌ ହୋଇଥିଲେ।  ସେହିପରି କେଏଲ ରାହୁଲ ୧୬ଟି ବଲ ଖେଳି ୧୮ ରନ୍‌ରେ କ୍ୟାଚ୍ ଆଉଟ୍‌ ହୋଇଥିଲେ। ପରେ ସବୁଠୁ ଭରଷା ଯୋଗ୍ୟ ଥିବା ରୋହିତ୍‌ ଶର୍ମାଙ୍କ ଖରାପ ପ୍ରଦର୍ଶନ ଦଳକୁ ନିରାଶ କରିଛି। ସେ ୧୩ଟି ବଲ୍‌ ଖେଳି ୧୪ ରନ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ। ସେହିପରି କ୍ୟାପଟେନ୍‌ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ମଧ୍ୟ ସେମିତି କିଛି ଯାଦୁ ଦେଖିବାକୁ ମିଳି ନାହିଁ। ବିରାଟ ୧୭ ବଲ ଖେଳି ମାତ୍ର ୯ରନ୍‌ କରି କ୍ୟାଚ୍ ଆଉଟ୍‌ ହୋଇଥିଲେ।

ଟିମ୍‌ ଇଣ୍ଡିଆ ପାଇଁ ଋଷଭ ପନ୍ତ ବ୍ୟକ୍ତିଗତ ଭାବେ ୧୨ ରନ୍‌ କରିଥିଲେ। ଏଥି ପାଇଁ ସେ ୧୯ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୪ଟି ବଲ୍‌ ଖେଳି ୨୩ ରନ୍‌ କରିଥିଲେ। ଏଥିରେ ସେ ‌ଗୋଟିଏ ଚୌକା ମାରିଥିଲେ। ଶାର୍ଦ୍ଦୁଲ ଠାକୁର ୩ଟି ବଲ୍‌ ଖେଳି କୌଣସି ରନ୍‌ ନକରି ପାଭଲିଅନ୍‌କୁ ଫେରିଥିଲେ। ରବୀନ୍ଦ୍ର ଜାଜେଜା ସର୍ବାଧିକ ୨୬ ରନ୍‌ ସଂଗ୍ରହ କରିଥିଲେ। ସେ ଅପରାଜିତ ରହି ପାଭଲିଅନ୍‌କୁ ଫେରିଥିଲେ।

ସେମିଫାଇନାଲ୍‌ ପ୍ରବେଶ ଦୃଷ୍ଟିରୁ ଭାରତ ପାଇଁ ଏହି ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା।  ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସଦୃଶ ଥିବା ବେଳେ ଟିମ୍‌ ଇଣ୍ଡିଆ ଏକ ଲମ୍ବା ସ୍କୋର କରିବାରେ ସଫଳ ହୋଇ ପାରି ନାହିଁ। ତେଣୁ ନ୍ୟୁଜିଲାଣ୍ଡ ପାଇଁ କାଣ୍ଟେକି ଟକ୍କର ହୋଇ ନପାରେ।

Related story