ବାପା ସିକ୍ୟୁରିଟି ଗାର୍ଡ, ପୁଅ ଚାଲାଉଛନ୍ତି ୯୭ ଲକ୍ଷ ଟଙ୍କାର କାର୍‌: ଜାଣନ୍ତୁ ଟିମ୍‌ ଇଣ୍ଡିଆର ଏହି ଷ୍ଟାର୍‌ କ୍ରିକେଟର୍‌ଙ୍କୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ସ୍ପିନର୍‌ ରବୀନ୍ଦ୍ର ଜାଡେଜା ୨୯ ବର୍ଷରେ ପାଦ ଦେଇଛନ୍ତି। ସାଧାରଣ ଓ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଜାଡେଜା ଆଜି ଷ୍ଟାର୍‌ କ୍ରିକେଟର୍‌। ତାଙ୍କ ପାଖରେ ଏବେ ଏକାଧିକ ଦାମୀ କାର୍ ରହିଛି।  ଜାଡେଜାଙ୍କର ଏବେ ଦୁଇଟି ମୂଲ୍ୟବନ ଅଡି କାର୍‌ ଅଛି। ୨୦୧୬ରେ ତାଙ୍କ ଶ୍ୱଶୁର ଅଡି Q-7  କାର୍‌ ଗିପ୍ଟ୍ କରିଥିଲେ, ଯାହାର ମୂଲ୍ୟ ୯୭ ଲକ୍ଷ ଟଙ୍କା। ଏହା ପୂର୍ବରୁ ଜାଡେଜାଙ୍କ ପାଖରେ ଅଡି Q-3 କାର୍‌ […]

06-1459949922-ravindra-jadeja-06

Rakesh Mallick
  • Published: Wednesday, 06 December 2017
  • , Updated: 06 December 2017, 04:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ସ୍ପିନର୍‌ ରବୀନ୍ଦ୍ର ଜାଡେଜା ୨୯ ବର୍ଷରେ ପାଦ ଦେଇଛନ୍ତି। ସାଧାରଣ ଓ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଜାଡେଜା ଆଜି ଷ୍ଟାର୍‌ କ୍ରିକେଟର୍‌। ତାଙ୍କ ପାଖରେ ଏବେ ଏକାଧିକ ଦାମୀ କାର୍ ରହିଛି।  ଜାଡେଜାଙ୍କର ଏବେ ଦୁଇଟି ମୂଲ୍ୟବନ ଅଡି କାର୍‌ ଅଛି। ୨୦୧୬ରେ ତାଙ୍କ ଶ୍ୱଶୁର ଅଡି Q-7  କାର୍‌ ଗିପ୍ଟ୍ କରିଥିଲେ, ଯାହାର ମୂଲ୍ୟ ୯୭ ଲକ୍ଷ ଟଙ୍କା। ଏହା ପୂର୍ବରୁ ଜାଡେଜାଙ୍କ ପାଖରେ ଅଡି Q-3 କାର୍‌ ମଧ୍ୟ ଅଛି।

ଜାଡେଜାଙ୍କ ପିଲାଦିନ ଅତି ଦୟନୀୟ ଅବସ୍ଥାରେ କଟିଥିଲା। ତାଙ୍କ ପିତା ଏକ ପ୍ରାଇଭେଟ୍‌ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଚାକିରି କରିଥିଲେ। ଆର୍ଥିକ ସ୍ଥିତି ଠିକ୍‌ ନ ଥିବାରୁ ଏହି ସ୍ଥାନରେ ପହଞ୍ଚିବାକୁ ଜାଡେଜାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି।  ଜଡେଜାଙ୍କ ମା ଚାହୁଁଥିଲେ କି ସେ କ୍ରିକେଟର୍‌ ହେବା ପାଇଁ, କିନ୍ତୁ ତାଙ୍କ ପିତା ଚାହୁଁଥିଲେ କି ସେ ଡିଫେନ୍ସରେ ଭର୍ତ୍ତି ହେବା ପାଇଁ। ଜେଡେଜା ତାଙ୍କ ମା’ଙ୍କ ସ୍ୱପ୍ନ ପୁରଣ କରିବାକୁ ଅନେକ ପରିଶ୍ରମ କରିଛନ୍ତି। ୨୦୦୫ରେ ଅଚାନକ ଏକ ଆକ୍ସିଡେଣ୍ଟରେ ତାଙ୍କ ମାଙ୍କ ନିଧନ ହୋଇଯାଇଥିଲା। ଏହାପରେ ଜାଡେଜା ଏତେ ଡରିଯାଇଥିଲେ କି ସେ କ୍ରିକେଟ୍‌ ଛାଡିବାକୁ ଇଛା କରିଥିଲେ। କିନ୍ତୁ ତାଙ୍କ ଭଉଣୀ ପ୍ରେରଣା ଦେବାରୁ ସେ ପୁଣି ଥିରେ କ୍ରିକେଟ୍ ଖେଳିଥିଲେ ଏବଂ ଆଜି ଷ୍ଟାର କ୍ରିକେଟର୍‌ ହୋଇପାରିଛନ୍ତି।

Related story