୧୨ ବର୍ଷ ପୂର୍ବେ ଘଟିଥିଲା ଏମିତି ଘଟଣା: କ୍ରିକେଟ୍‌ ଛାଡ଼ିବାକୁ ଯାଉଥିଲେ ଏହି ଷ୍ଟାର କ୍ରିକେଟର୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ଦୁନିଆର ନମ୍ବର-୨ ଓ ଭାରତର ନମ୍ବର-୧ ଟେଷ୍ଟ ବୋଲର ରବିନ୍ଦ୍ର ଜାଡ଼େଜା ପୁଣିଥରେ ଆକ୍ସନକୁ ଫେରିବାକୁ ଯାଉଛନ୍ତି। ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀଲଙ୍କା ଓ ଭାରତ ମଧ୍ୟରେ କୋଲକାତା ଟେଷ୍ଟରେ ଜାଡ଼େଜା ଖେଳିପାରନ୍ତି। ଆଜି ଭାରତରେ ଷ୍ଟାର ହୋଇଯାଇଥିବା ଜାଡ଼େଜା ୧୨ ବର୍ଷ ପୂର୍ବେ ତାଙ୍କ ଜୀବନରେ ଏମିତି ଘଟଣା ଘଟିଥିଲା ଯେଉଁଥିପାଇଁ ସେ କ୍ରିକେଟ୍‌ ଛାଡିବାକୁ ମନବଳାଇଥିଲେ। ୨୦୦୫ରେ ଏକ ଦୁର୍ଘଟଣାରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା। […]

cl_jadeja

Rakesh Mallick
  • Published: Thursday, 16 November 2017
  • , Updated: 16 November 2017, 08:03 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ଦୁନିଆର ନମ୍ବର-୨ ଓ ଭାରତର ନମ୍ବର-୧ ଟେଷ୍ଟ ବୋଲର ରବିନ୍ଦ୍ର ଜାଡ଼େଜା ପୁଣିଥରେ ଆକ୍ସନକୁ ଫେରିବାକୁ ଯାଉଛନ୍ତି। ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀଲଙ୍କା ଓ ଭାରତ ମଧ୍ୟରେ କୋଲକାତା ଟେଷ୍ଟରେ ଜାଡ଼େଜା ଖେଳିପାରନ୍ତି। ଆଜି ଭାରତରେ ଷ୍ଟାର ହୋଇଯାଇଥିବା ଜାଡ଼େଜା ୧୨ ବର୍ଷ ପୂର୍ବେ ତାଙ୍କ ଜୀବନରେ ଏମିତି ଘଟଣା ଘଟିଥିଲା ଯେଉଁଥିପାଇଁ ସେ କ୍ରିକେଟ୍‌ ଛାଡିବାକୁ ମନବଳାଇଥିଲେ। ୨୦୦୫ରେ ଏକ ଦୁର୍ଘଟଣାରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା। ଯେତେବେଳେ ଜାଡ଼େଜା ୧୭ ବର୍ଷରେ ହୋଇଥିଲେ ସେତେବେଳେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସେ ଏତେ ଭାଙ୍ଗି ପଡ଼ିଥିଲେ, ଯେଉଁଥିପାଇଁ ସେ କ୍ରିକେଟ୍‌ ଛାଡିବାକୁ ମଧ୍ୟ ସ୍ଥିର କରିଥିଲେ।

ଜାଡ଼େଜା କ୍ରିକେଟର୍‌ ହୁଅନ୍ତୁ ବୋଲି ତାଙ୍କ ମା’ଙ୍କର ଇଛାଥିଲା। ଏହାପରେ ତାଙ୍କ ଭଉଣୀ କ୍ରିକେଟ୍‌ ଖେଳିବା ଜାରି ରଖିବା ପାଇଁ ପ୍ରେରଣା ଦେବାରୁ ଜାଡ଼େଜା ପୁଣି କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲେ।  ମା’ଙ୍କ ନିଧନ ହେବା ପରେ ତାଙ୍କ ବଡ଼ ଭଉଣୀ ମା’ଙ୍କ ସ୍ଥାନ ନେଇଥିଲେ। ସେ ଜାଡ଼େଜାଙ୍କ ସମସ୍ତ କଥା ବୁଝିବା ସହିତ ମ’ଙ୍କ ଇଛା ପୂରଣ ପାଇଁ ଜାଡ଼େଜାଙ୍କୁ ପ୍ରେରିତ କରୁଥିଲେ। ଯେଉଁଥିପାଇଁ ଜାଡ଼େଜା ଆଜି ଷ୍ଟାର ହୋଇପାରିଛନ୍ତି।

Related story