ଆଇପିଏଲ୍: ଆରସିବିରେ ମାଇକ୍ ହେସନଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିସି) ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କୋଚ୍ ମାଇକ୍ ହେସନଙ୍କୁ କ୍ରିକେଟ୍ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି। ସେହିପରି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସାଇମନ୍ କାଟିଚଙ୍କୁ ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଏହି ଦୁହିଁଙ୍କର ନିଯୁକ୍ତି ହେବା ଦ୍ୱାରା ଆରିସିବିରୁ ଗ୍ୟାରୀ କର୍ଷ୍ଟେନ ଓ ଆଶିଷ ନେହରାଙ୍କର ଛୁଟି ହୋଇଛି। କ୍ରିକେଟ୍ ପରିଚାଳନା ନିର୍ଦ୍ଦେଶକ ଭାବେ ହେସନ୍ ଏବେ ଟିମ୍ ସହ ଜଡ଼ିତ […]

mike

Ranjit Kumar Jena
  • Published: Friday, 23 August 2019
  • , Updated: 23 August 2019, 06:25 PM IST

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିସି) ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କୋଚ୍ ମାଇକ୍ ହେସନଙ୍କୁ କ୍ରିକେଟ୍ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି। ସେହିପରି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସାଇମନ୍ କାଟିଚଙ୍କୁ ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଏହି ଦୁହିଁଙ୍କର ନିଯୁକ୍ତି ହେବା ଦ୍ୱାରା ଆରିସିବିରୁ ଗ୍ୟାରୀ କର୍ଷ୍ଟେନ ଓ ଆଶିଷ ନେହରାଙ୍କର ଛୁଟି ହୋଇଛି।

କ୍ରିକେଟ୍ ପରିଚାଳନା ନିର୍ଦ୍ଦେଶକ ଭାବେ ହେସନ୍ ଏବେ ଟିମ୍ ସହ ଜଡ଼ିତ ନୀତି, ରଣନୀତି, କାର୍ଯ୍ୟକ୍ରମ, ସ୍କାଉଟିଂ, ପରଫରମାନ୍ସ ମ୍ୟାନେଜମେଣ୍ଟ ଆଦି ଦାୟିତ୍ୱ ସମ୍ଭାଳିବେ। ସେ ମଧ୍ୟ ଖେଳାଳି ଓ କୋଚିଂ ଟିମ୍ ସହ ମଧ୍ୟ କାମ କରିବେ ଏବଂ ଆରସିବି ମ୍ୟାନେଜମେଣ୍ଟ ଟିମର ଭାଗୀଦାରୀ ମଧ୍ୟ ରହିବେ।

ତେବେ ଫ୍ରାଞ୍ଚାଇଜି ଦ୍ୱାରା ଏହା ନୂତନ ଭାବେ ପ୍ରଣୟନ କରାଯାଇଛି। କୋଚ୍ ଓ ମେଣ୍ଟର୍ ଭାବେ ହେସନଙ୍କ ମାର୍ଗଦର୍ଶନରେ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ଟିମ୍ ବିପୁଳ ସଫଳତା ପାଇଛି। ଏ ନେଇ ଆରସିବି ଚେୟାରମ୍ୟାନ୍ ସଞ୍ଜୀବ ଚୁରିୱାଲା କହିଛନ୍ତି, "ଆରସିବି ସବୁଠାରୁ ବିଶ୍ୱସନୀୟ, ସମ୍ମାନିତ ଏବଂ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଟି-୨୦ ଫ୍ରାଞ୍ଚାଇଜି ହେବାକୁ ଚାହେଁ।"

"ସୂଚନାଯୋଗ୍ୟ, ହେସନ୍ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦ ଦୌଡ଼ରେ ମଧ୍ୟ ସାମିଲ୍ ଥିଲେ। ତେବେ ସେ ଏହି ଦୌଡ଼ରେ ବର୍ତ୍ତମାନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କଠାରୁ ପଛରେ ରହିଯାଇଥିଲେ। ହେସନ୍ ଏହା ପୂର୍ବରୁ ଆଇପିଏଲରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ମୁଖ୍ୟ କୋଚ୍ ରହିସାରିଛନ୍ତି। ସେହିପରି କାଟିଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର ସହକାରୀ କୋଚ୍ ଭୂମକା ମଧ୍ୟ ତୁଲାଇ ସାରିଛନ୍ତି।

Related story