ସୁପର ଓଭର୍‌ରେ ରୋହିତଙ୍କୁ ହରାଇଲେ ବିରାଟ, ମୁମ୍ବାଇର ଦ୍ୱିତୀୟ ପରାଜୟ

ଦୁବାଇ: ଚଳିତ ଆଇପିଏଲର ସବୁଠାରୁ ରୋମାଞ୍ଚକର ମ୍ୟାଚ୍‌ ଦେଖିଛନ୍ତି ଦର୍ଶକ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ ୨୦୧ ରନ୍‌ କରିଥିବା ବେଳେ ୨୦ ଓଭର ଶେଷରେ ମୁମ୍ବାଇ ମଧ୍ୟ ୨୦୧ ରନ୍‌ କରିଛି। ଫଳରେ ମ୍ୟାଚ୍‌ର ରେଜଲ୍ଟ ସୁପର ଓଭରକୁ ଯାଇଥିଲା। ବେଙ୍ଗାଲୁରୁ ପକ୍ଷରୁ ସୁପର ଓଭର ନବଦୀପ ସାଇନି ପକାଇଥିଲେ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ମାତ୍ର ୭ ରନ୍‌ କରିଥିଲା। ମୁମ୍ବାଇ ପକ୍ଷରୁ ସୁପର ଓଭର ଯଶପ୍ରୀତ ବୁମ୍ରା ପକାଇଥିଲେ। ବେଙ୍ଗାଲୁରୁ ପକ୍ଷରୁ […]

df

Hemant Lenka
  • Published: Monday, 28 September 2020
  • , Updated: 28 September 2020, 11:50 PM IST

ଦୁବାଇ: ଚଳିତ ଆଇପିଏଲର ସବୁଠାରୁ ରୋମାଞ୍ଚକର ମ୍ୟାଚ୍‌ ଦେଖିଛନ୍ତି ଦର୍ଶକ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ ୨୦୧ ରନ୍‌ କରିଥିବା ବେଳେ ୨୦ ଓଭର ଶେଷରେ ମୁମ୍ବାଇ ମଧ୍ୟ ୨୦୧ ରନ୍‌ କରିଛି। ଫଳରେ ମ୍ୟାଚ୍‌ର ରେଜଲ୍ଟ ସୁପର ଓଭରକୁ ଯାଇଥିଲା।

ବେଙ୍ଗାଲୁରୁ ପକ୍ଷରୁ ସୁପର ଓଭର ନବଦୀପ ସାଇନି ପକାଇଥିଲେ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ମାତ୍ର ୭ ରନ୍‌ କରିଥିଲା। ମୁମ୍ବାଇ ପକ୍ଷରୁ ସୁପର ଓଭର ଯଶପ୍ରୀତ ବୁମ୍ରା ପକାଇଥିଲେ। ବେଙ୍ଗାଲୁରୁ ପକ୍ଷରୁ ଏବି ଡିଭିଲିୟର୍ସ ଓ ବିରାଟ କୋହଲି ଇନିଂସ୍‌ ଆରମ୍ଭ କରିଥିଲେ। ବୁମ୍ରାଙ୍କ ୪ର୍ଥ ବଲରେ ଚୌକା ମାରି ଡିଭିଲିୟର୍ସ ବେଙ୍ଗାଲୁରୁକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇ ଦେଇଥିଲେ। ଶେଷ ବଲରେ ଗୋଟିଏ ରନ୍‌ ଦରକାର ଥିବା ବେଳେ ବିରାଟ  ଚୌକା ମାରି ବେଙ୍ଗାଲୁରୁକୁ ବିଜୟ କରାଇଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୩ ୱିକେଟ ହରାଇ ୨୦୧ ରନ୍‌ କରିଥିଲା। ୨୦୨ ରନ୍‌ର ଟାର୍ଗେଟ ପିଛା କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ ହରାଇ ମାତ୍ର  ୨୦୧ ରନ୍‌ କରିଥିଲା।

ଈଶାନ କିଶନ ଲଢ଼ୁଆ ବ୍ୟାଟିଂ କରି ୯୯ ରନ୍‌ର ଇନିଂସ୍‌ ଖେଳିଥିବା ବେଳେ ଶେଷ ଭାଗରେ କାଏରନ ପୋଲାର୍ଡ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପୋଲାର୍ଡ ୨୪ ବଲରେ ଅପରାଜିତ ୬୦ ରନ୍‌ର କରିଥିଲେ। ଚଳିତ ଆଇପିଏଲରେ ଏହା ମୁମ୍ବାଇର ଦ୍ୱିତୀୟ ପରାଜୟ ହୋଇଥିବା ବେଳେ ବେଙ୍ଗାଲୁରୁର ଦ୍ୱିତୀୟ ବିଜୟ।

୨୦୨ ରନ୍‌ର ଟାର୍ଗେଟ ପିଛା କରୁଥିବା ମୁମ୍ବାଇ ଅଧିନାୟକ ରୋହିତ ଶର୍ମା(୮)ଙ୍କୁ ମାତ୍ର ୧୪ ରନ୍‌ରେ ହରାଇଥିଲା। ୱାଶିଂଟନ ସୁନ୍ଦରଙ୍କ ବଲରେ ସେ ଆଉଟ ହୋଇଥିଲେ। ଏହାପରେ ଆଇପିଏଲରେ ଡେବ୍ୟୁ କରିଥିବା ଇଶ୍ରୁ ଉଦାନା ଯୁବ ତାରକା ସୂର୍ଯ୍ୟ କୁମାର ଯାଦବଙ୍କୁ ଖାତା ଖୋଲିବାକୁ ସୁଯୋଗ ଦେଇ ନଥିଲେ। କ୍ୱିଣ୍ଟନ ଡି’କକ ଓ ଈଶାନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ୧୪ ରନ୍‌ କରିଥିବା ଡି’କକ୍‌ଙ୍କୁ ୟୁଜବେନ୍ଦର ଚହଲ ଆଉଟ କରି ମୁମ୍ବାଇକୁ ତୃତୀୟ ଝଟକା ଦେଇଥିଲେ।

୫ ନଂରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା କିଛି ସମୟ ପାଇଁ ରନ୍‌ ହାରକୁ ବୃଦ୍ଧି କରିଥିଲେ। କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ସେ ଆଡାମ ଜାମ୍ପାଙ୍କ ବଲରେ ଆଉଟ ହୋଇଯାଇଥିଲେ। ଆଉଟ ହେବା ବେଳକୁ ପାଣ୍ଡ୍ୟା ୧୩ ବଲରେ ୧୫ ରନ୍‌ କରିଥିଲେ। ପାଣ୍ଡ୍ୟା ଆଉଟ ହେବା ପରେ ଈଶାନ କିଶନ ବଡ଼ ଶଟ୍‌ ଖେଳି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ସେ ଆହୁରି ଆକ୍ରମଣାତ୍ମ ରୂପ ଧାରଣ କରିଥିଲେ। ସେହିପରି କ୍ରିଜରେ କାଏରନ ପୋଲାର୍ଡ ଥିବାରୁ ମୁମ୍ବାଇର ବିଜୟ ଆଶା ଉଜ୍ଜୀବିତ ରହିଥିଲା।

ଆବଶ୍ୟକ ରନ୍‌ରେଟ୍‌ ବୃଦ୍ଧି ପାଇବା ଯୋଗୁ ଦୁଇ ଜଣ ଯାକ ବଡ଼ ଶଟ୍‌ ଖେଳିବା ଆରମ୍ଭ କରିଥିଲେ। ବିଶେଷ କରି ୧୭ତମ ଓଭରରେ ବୋଲିଂ କରୁଥିବା ଆଡାମ ଜାମ୍ପାଙ୍କ ବଲରୁ ପୋଲାର୍ଡ ୨୭ ରନ୍‌ ଆଦାୟ କରିଥିଲେ। ଶେଷ ୩ ଓଭରରେ ମୁମ୍ବାଇକୁ ଜିତିବା ପାଇଁ ୫୩ ରନ୍‌ର ଆବଶ୍ୟକତା ରହିଥିଲା। ପୋଲାର୍ଡ ବୋଲିଂ କରିବାକୁ ଆସିଥିବା ଚହଲଙ୍କୁ ପ୍ରଥମ  ଓ ଶେଷ ବଲରେ ଛକା ମାରିଥିଲେ। ୪ର୍ଥ ବଲରେ ଇଶାନ କିଶନ ଛକା ମାରି ଏହି ଓଭରରେ ମୁମ୍ବାଇ ମୋଟ ୨୨ ରନ୍‌ ଆଦାୟ କରିଥିଲା। ଚହଲଙ୍କୁ ଛକା ମାରି ପୋଲାର୍ଡ ମାତ୍ର ୨୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଶେଷ ଦୁଇ ଓଭରରେ ମୁମ୍ବାଇକୁ ୩୧ ରନ୍‌ ଦରକାର ଥିଲା। ୧୯ତମ ଓଭରରେ ମୁମ୍ବାଇ ନବଦୀପ ସାଇନଙ୍କ ବଲରୁ ୧୨ ରନ୍‌ ହାସଲ କରିଥିଲା। ଶେଷ ଓଭରରେ ୧୯ ରନ୍‌ ଦରକାର ଥିଲା। ଈଶାନ କିଶନ ମଧ୍ୟ ଓଭରର ୩ ଓ ୪ର୍ଥ ବଲରେ ଲଗାତର ୨ଟି ଛକା ମାରିଥିଲେ। ଏଥିସହ ସେ ଦୁର୍ଭାଗ୍ୟଜନକ ଭାବେ ୯୯ ରନ୍‌ କରି ୫ମ ବଲରେ ଆଉଟ ହୋଇଯାଇଥିଲେ। ଶେଷ ବଲରେ ମୁମ୍ବାଇକୁ ୫ ରନ୍‌ ଦରକାର ଥିବା ବେଳେ ପୋଲାର୍ଡ ୪ ମାରି ମ୍ୟାଚ୍‌କୁ ସୁପର ଓଭରକୁ ନେଇ ଯାଇଥିଲେ।

ଏହା ପୂର୍ବରୁ ଆଇପିଏଲରେ ମିଷ୍ଟର ୩୬୦ ଏବି ଡିଭିଲିୟର୍ସଙ୍କ ବିସ୍ଫୋରଣ ଦେଖିବାକୁ ମିଳିଥିଲା। ଡିଭିଲିୟର୍ସଙ୍କ ୨୪ ବଲରେ ୫୫ ବଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ବିଶାଳ ୨୦୨ ରନ୍‌ର ଟାର୍ଗେଟ ରଖିଥିଲା। ଡିଭିଲିୟର୍ସ ୫୫ ରନ୍‌ କରିଥିବା ବେଳେ ଶେଷ ଭାଗରେ ଶୁବମ ଦୁବେ ମାତ୍ର ୧୦ଟି ବଲରେ ୨୭ ରନ୍‌ କରିଥିଲେ। ଏହାବାଦ ଦେବଦୂତ ପାଡିକ୍କଲ ଓ ଆରୋନ ଫିଞ୍ଚ ମଧ୍ୟ ଯାଥାକ୍ରମେ ୫୪ ଓ ୫୨ ରନ୍‌ର ଇନିଂସ ଖେଳିଥିଲେ। 

Related story