ଛକା ପରେ ଛକା ବର୍ଷାଇଲେ ଗେଲ୍‌: ଭାଙ୍ଗିଲେ ନିଜ ରେକର୍ଡ

ଢାକା: ଛକା ପରେ ଛକା ବର୍ଷାଇଲେ କ୍ରିସ୍‌ ଗେଲ୍‌। ସତେ ଯେମିତି ଲାଗୁଥିଲା ବଲ୍‌ ମାଟି ଛାଡି ଆକାଶରେ ଉଡୁଛି। ଏପରି ଛକା ମାରି କେତେବେଳେ ନିଜ ରେକର୍ଡ ଭାଙ୍ଗି ଦେଲେ ସେ ମଧ୍ୟ ଜାଣିପାରି ନଥିଲେ। ବାଂଲାଦେଶରେ ଚାଲିଥିବା ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌-୨୦୧୭)ର ଏକ ମ୍ୟାଚ୍‌ରେ ୧୮ଟି ଛକା ମାରି ଏହି ରେକର୍ଡ କରିଛନ୍ତି ଗେଲ୍‌। ରଙ୍ଗପୁର ରାଇଡର୍ସ ପକ୍ଷରୁ ଖେଳି ଗେଲ ୬୯ ବଲ୍‌ରେ ୧୪୬ ରନ୍‌ କରିଥିଲେ। ଏଥିରେ ୧୮ଟି ଛକା […]

krish gayle

Rakesh Mallick
  • Published: Wednesday, 13 December 2017
  • , Updated: 13 December 2017, 11:37 AM IST

ଢାକା: ଛକା ପରେ ଛକା ବର୍ଷାଇଲେ କ୍ରିସ୍‌ ଗେଲ୍‌। ସତେ ଯେମିତି ଲାଗୁଥିଲା ବଲ୍‌ ମାଟି ଛାଡି ଆକାଶରେ ଉଡୁଛି। ଏପରି ଛକା ମାରି କେତେବେଳେ ନିଜ ରେକର୍ଡ ଭାଙ୍ଗି ଦେଲେ ସେ ମଧ୍ୟ ଜାଣିପାରି ନଥିଲେ। ବାଂଲାଦେଶରେ ଚାଲିଥିବା ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌-୨୦୧୭)ର ଏକ ମ୍ୟାଚ୍‌ରେ ୧୮ଟି ଛକା ମାରି ଏହି ରେକର୍ଡ କରିଛନ୍ତି ଗେଲ୍‌। ରଙ୍ଗପୁର ରାଇଡର୍ସ ପକ୍ଷରୁ ଖେଳି ଗେଲ ୬୯ ବଲ୍‌ରେ ୧୪୬ ରନ୍‌ କରିଥିଲେ। ଏଥିରେ ୧୮ଟି ଛକା ସାମିଲ ଥିଲା। ଏହି ମ୍ୟାଚ୍‌ରେ ରଙ୍ଗପୁର ରାଇଡର୍ସ ଢାକା ଡାଇନାମାଇଣ୍ଡସ୍‌କୁ ୫୭ ରନ୍‌ରେ ପରାସ୍ତ କରି ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି।

ପୂର୍ବରୁ ଟି-ଟ୍ୱଣ୍ଟିରେ ସର୍ବାଧିକ ଛକା ମାରିବାର ରେକର୍ଡ ଗେଲ୍‌ଙ୍କ ନାଁରେ ଥିଲା। ୨୦୧୩ରେ ଗେଲ୍‌ ରାୟାଲ ଚ୍ୟାଲେଂଜର୍ସ ବେଙ୍ଗଲୁରୁ ପକ୍ଷରୁ ଖେଳି ୬୬ ବଲ୍‌ରେ ୧୭୫ ରନ୍‌ କରିଥିଲେ। ଏହି ଇଂନିସ୍‌ରେ ଗେଲ୍‌ ୧୭ଟି ଛକା ମାରି ରେକର୍ଡ ବନାଇଥିଲେ।

Related story