ରିଓ ଅଲିମ୍ପିକରେ ଜଉନାଙ୍କୁ ସୁଯୋଗ ଦେବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ସୁଦାମ ମାରାଣ୍ଡିଙ୍କ ଚିଠି

ଭୁବନେଶ୍ୱର: ଷଡଯନ୍ତ୍ରର ଶିକାର ହୋଇଥିବା ଓଡ଼ିଆ ଆଥଲେଟ୍‌ ଜଉନା ମୁର୍ମୁଙ୍କ ସଂପର୍କରେ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ  ରାଜ୍ୟ କ୍ରୀଡାମନ୍ତ୍ରୀ  ସୁଦାମ ମାରାଣ୍ଡି  ଚିଠି ଲେଖିଛନ୍ତି। ଜଉନାଙ୍କ ପ୍ରତି ହୋଇଥିବା ଅନ୍ୟାୟର ତୁରନ୍ତ ସମାଧାନ କରାଯାଉ ବୋଲି  ସେ ଚିଠିରେ ଉଲ୍ଲେଖ କରିଛନ୍ତି। ରିଓ ଅଲିମ୍ପକ୍ସ ପାଇଁ ୪ ଶହ  ମିଟର ମହିଳା ରିଲେରେ ତାଙ୍କୁ କାହିଁକି ଭାରତୀୟ ଦଳରୁ ବାଦ ଦିଆଗଲା  ବୋଲି ପ୍ରଶ୍ନ କରିଛନ୍ତି ଜଉନା। ଗତକାଲି ଜଉନା  କ୍ରୀଡ଼ାମନ୍ତ୍ରୀଙ୍କ ବାସଭବନ ଏବଂ କ୍ରୀଡ଼ା ବିଭାଗକୁ  ଯାଇ […]

sudam

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 10:14 AM IST

ଭୁବନେଶ୍ୱର: ଷଡଯନ୍ତ୍ରର ଶିକାର ହୋଇଥିବା ଓଡ଼ିଆ ଆଥଲେଟ୍‌ ଜଉନା ମୁର୍ମୁଙ୍କ ସଂପର୍କରେ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ  ରାଜ୍ୟ କ୍ରୀଡାମନ୍ତ୍ରୀ  ସୁଦାମ ମାରାଣ୍ଡି  ଚିଠି ଲେଖିଛନ୍ତି। ଜଉନାଙ୍କ ପ୍ରତି ହୋଇଥିବା ଅନ୍ୟାୟର ତୁରନ୍ତ ସମାଧାନ କରାଯାଉ ବୋଲି  ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ରିଓ ଅଲିମ୍ପକ୍ସ ପାଇଁ ୪ ଶହ  ମିଟର ମହିଳା ରିଲେରେ ତାଙ୍କୁ କାହିଁକି ଭାରତୀୟ ଦଳରୁ ବାଦ ଦିଆଗଲା  ବୋଲି ପ୍ରଶ୍ନ କରିଛନ୍ତି ଜଉନା।

ଗତକାଲି ଜଉନା  କ୍ରୀଡ଼ାମନ୍ତ୍ରୀଙ୍କ ବାସଭବନ ଏବଂ କ୍ରୀଡ଼ା ବିଭାଗକୁ  ଯାଇ ନିଜର ଆପତ୍ତି ଜଣାଇଥିଲେ।

ସେ  କହିଛନ୍ତି, “କ୍ରୀଡ଼ା ମନ୍ତ୍ରୀଙ୍କ ସହ ଦେଖା ହୋଇଥିଲା। ମୋତେ ନ୍ୟାୟ ଦେବେ ବୋଲି ସେମାନେ କହିଛନ୍ତି। ରିଓ ଅଲିମ୍ପିକ୍ ଆଉ ଅଳ୍ପ ଦିନ ରହିଲା, ଦେଖିବା କ’ଣ ହେଉଛି।”

ପୋଲାଣ୍ଡ, ତୁର୍କି ଓ ହାଇଦ୍ରାବାଦ ଆଦି ସ୍ଥାନରେ ଆନ୍ତର୍ଜାତିକ  ଏବଂ  ଜାତୀୟ ସ୍ତରର ପ୍ରତିଯୋଗିତାରେ ଜଉନା ଭଲ ପ୍ରଦର୍ଶନ କରି ଭାରତକୁ ରିଓ ଟିକେଟ୍‌  ଦେବାରେ ଜଉନାଙ୍କ ଅନେକ ଅବଦାନ ରହିଛି।

Related story