ରିଓ ଅଲିମ୍ପିକ୍‌: ପୁଣି ନିରାଶ କଲେ ଗଗନ, ଚୈନ୍‌ ମଧ୍ୟ ହାରିଲେ

ରିଓ ଡି ଜେନେରିଓ: ଭାରତୀୟ ସୁଟିଂ ଷ୍ଟାର ଗଗନ ନାରଙ୍ଗ ଶୁକ୍ରବାର ପୁଣି ଥରେ ଦେଶବାସୀଙ୍କୁ ନିରାଶ କରିଛନ୍ତି। ଆଜି ଆୟୋଜିତ ୫୦ ମିଟର ରାଇଫଲ୍‌ ପ୍ରୋନ୍‌ ପ୍ରତିଯୋଗିତାର ଫାଇନାଲ ପାଇଁ ଗଗନ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି। ୨୦୧୨ ଅଲିମ୍ପିକର କାଂସ୍ୟ ବିଜେତା ଗଗନ ମୋଟ ୬୨୩.୧ ପଏଣ୍ଟ ସ୍କୋର କରି ୧୩ତମ ସ୍ଥାନରେ ତାଙ୍କ ମ୍ୟାଚ୍‌ ଶେଷ କରିଥିଲେ। ୬ଟି ରାଉଣ୍ଡରେ ଗଗନ ୧୦୪.୭, ୧୦୪.୪, ୧୦୪.୬, ୧୦୩.୦, ୧୦୪.୦ ଓ ୧୦୨.୪ ସ୍କୋର […]

Gagan-Narang

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 10:01 PM IST

ରିଓ ଡି ଜେନେରିଓ: ଭାରତୀୟ ସୁଟିଂ ଷ୍ଟାର ଗଗନ ନାରଙ୍ଗ ଶୁକ୍ରବାର ପୁଣି ଥରେ ଦେଶବାସୀଙ୍କୁ ନିରାଶ କରିଛନ୍ତି। ଆଜି ଆୟୋଜିତ ୫୦ ମିଟର ରାଇଫଲ୍‌ ପ୍ରୋନ୍‌ ପ୍ରତିଯୋଗିତାର ଫାଇନାଲ ପାଇଁ ଗଗନ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି।

୨୦୧୨ ଅଲିମ୍ପିକର କାଂସ୍ୟ ବିଜେତା ଗଗନ ମୋଟ ୬୨୩.୧ ପଏଣ୍ଟ ସ୍କୋର କରି ୧୩ତମ ସ୍ଥାନରେ ତାଙ୍କ ମ୍ୟାଚ୍‌ ଶେଷ କରିଥିଲେ। ୬ଟି ରାଉଣ୍ଡରେ ଗଗନ ୧୦୪.୭, ୧୦୪.୪, ୧୦୪.୬, ୧୦୩.୦, ୧୦୪.୦ ଓ ୧୦୨.୪ ସ୍କୋର କରିଥିଲେ।

ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ସୁଟର ଚୈନ୍‌ ସିଂହ ମଧ୍ୟ ନିରାଶ କରିଛନ୍ତି। ୬୧୯.୬ ପଏଣ୍ଟ ସହ ଚୈନ୍‌ ୩୬ତମ ସ୍ଥାନରେ ରହିଥିଲେ।

ଚୈନ ତାଙ୍କ ୬ଟି ରାଉଣ୍ଡରେ ୧୦୪.୧, ୧୦୧.୦, ୧୦୪.୪, ୧୦୨.୪, ୧୦୩.୯ ଓ ୧୦୩.୮ ସ୍କୋର କରିଥିଲେ।

Related story