ରିଓ ପାରା ଅଲିମ୍ପିଆନ୍‌ଙ୍କ ପାଇଁ ୯୦ ଲକ୍ଷ ଟଙ୍କା ଅର୍ଥରାଶି ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡିଜେନେରିଓରେ ଅନୁଷ୍ଠିତ ପାରାଅଲିମ୍ପିକ୍‌ରେ ପଦକ ଜିତିଥିବା ଭରତୀୟ ଆଥଲେଟ୍‌ଙ୍କୁ ସରକାର ୯୦ଲକ୍ଷ ଟଙ୍କା ଦେବାକୁ ଆଜି ଘୋଷଣା କରିଛନ୍ତି।  ଆୱାରନେସ ଜେନେରସନ ଆଣ୍ଡ ପବ୍ଲିସିଟି (ଏଜିପି) ଯୋଜନା ଅନୁସାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ୧୦୧୬ ପାରାଅଲିମ୍ପିଆନ୍‌ଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯିବ ବୋଲି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱାରଚାନ୍ଦ ଗେହଲଟ୍‌ କହିଛନ୍ତି। ସ୍ୱର୍ଣ୍ଣ ବିଜେତା ମାରିୟାପ୍ପାନ ଥଙ୍ଗଭେଲୁ ଓ ଦେବେନ୍ଦ୍ର ଝଝରିଆଙ୍କୁ ସରକାର ୩୦ ଲକ୍ଷ ଲେଖାଏଁ […]

paralympic

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 02:48 PM IST

ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡିଜେନେରିଓରେ ଅନୁଷ୍ଠିତ ପାରାଅଲିମ୍ପିକ୍‌ରେ ପଦକ ଜିତିଥିବା ଭରତୀୟ ଆଥଲେଟ୍‌ଙ୍କୁ ସରକାର ୯୦ଲକ୍ଷ ଟଙ୍କା ଦେବାକୁ ଆଜି ଘୋଷଣା କରିଛନ୍ତି।  ଆୱାରନେସ ଜେନେରସନ ଆଣ୍ଡ ପବ୍ଲିସିଟି (ଏଜିପି) ଯୋଜନା ଅନୁସାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ୧୦୧୬ ପାରାଅଲିମ୍ପିଆନ୍‌ଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯିବ ବୋଲି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱାରଚାନ୍ଦ ଗେହଲଟ୍‌ କହିଛନ୍ତି।

ସ୍ୱର୍ଣ୍ଣ ବିଜେତା ମାରିୟାପ୍ପାନ ଥଙ୍ଗଭେଲୁ ଓ ଦେବେନ୍ଦ୍ର ଝଝରିଆଙ୍କୁ ସରକାର ୩୦ ଲକ୍ଷ ଲେଖାଏଁ ଟଙ୍କା, ରୌପ୍ୟ ପଦକ ବିଜେତା ଦୀପା ମଲିକଙ୍କୁ ୨୦ ଲକ୍ଷ ଓ କାଂସ୍ୟ ପଦକ ବିଜେତା ବରୁଣ ସିଂହ ଭଟ୍ଟିଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

Related story