ପନ୍ତଙ୍କୁ ଏହି ପରାମର୍ଶ ଦେଲେ ଲାନ୍ସ କ୍ଲୁଜନର୍

ଧର୍ମଶାଳା: ଭାରତ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଲୁଜନର୍ ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। କ୍ଲୁଜନର୍ ମଧ୍ୟ ପନ୍ତଙ୍କୁ ତାଙ୍କର ଦୁର୍ବଳତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। କ୍ଲୁଜନରଙ୍କ ମତରେ, “ଜଣେ ପ୍ରତିଭାଶାଳୀ ଖେଳାଳି ଭାବେ ପନ୍ତଙ୍କୁ ଏବେ ବହୁତ କିଛି ଶିଖିବାକୁ ଅଛି। ପନ୍ତଙ୍କୁ ନିଜ ଭୁଲ ଅପେକ୍ଷା ଅନ୍ୟମାନଙ୍କ ଭୁଲରୁ ଶିଖିବା ଦରକାର। ଭବିଷ୍ୟତରେ ଅଧିକ ନିରନ୍ତର ପ୍ରଦର୍ଶନ […]

lance

lance

Ranjit Kumar Jena
  • Published: Friday, 13 September 2019
  • Updated: 13 September 2019, 08:34 PM IST

ଧର୍ମଶାଳା: ଭାରତ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଲୁଜନର୍ ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। କ୍ଲୁଜନର୍ ମଧ୍ୟ ପନ୍ତଙ୍କୁ ତାଙ୍କର ଦୁର୍ବଳତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

କ୍ଲୁଜନରଙ୍କ ମତରେ, "ଜଣେ ପ୍ରତିଭାଶାଳୀ ଖେଳାଳି ଭାବେ ପନ୍ତଙ୍କୁ ଏବେ ବହୁତ କିଛି ଶିଖିବାକୁ ଅଛି। ପନ୍ତଙ୍କୁ ନିଜ ଭୁଲ ଅପେକ୍ଷା ଅନ୍ୟମାନଙ୍କ ଭୁଲରୁ ଶିଖିବା ଦରକାର। ଭବିଷ୍ୟତରେ ଅଧିକ ନିରନ୍ତର ପ୍ରଦର୍ଶନ କରିବାକୁ ହେଲେ ପନ୍ତଙ୍କୁ ପ୍ରଥମେ ନିଜ ଦୁର୍ବଳତା ବିଷୟରେ ଜାଣିବା ଦରକାର।

ଅନ୍ତର୍ଜାତୀୟ କ୍ରିକେଟରେ ନିଜ ଭୁଲରୁ ଶିଖିବା ମହତ୍ତ୍ୱପୂର୍ଣ୍ଣ କଥା। ଆପଣ ନିଜର ଭୁଲରୁ ଶିକ୍ଷା ଲାଭ କରିପାରନ୍ତି, କିନ୍ତୁ ସେହି ଭୁଲକୁ ପ୍ରଥମେ ଅନୁତାପ କରିବା ଦରକାର। ଏହି ଭୁଲକୁ ଠିକ୍ କରି ଉନ୍ନତ ଖେଳାଳି ହେବା ପାଇଁ ବହୁତ ସମୟ ଲାଗେ। ଏହାଛଡ଼ା ବଡ଼ କଥା ହେଉଛି ଯଦି ଆପଣ ଅନ୍ୟ ଖେଳାଳିମାନଙ୍କୁ ଭୁଲ କରିବା ଦେଖନ୍ତି, ତାହେଲେ ନିଜେ ମଧ୍ୟ ଏଥିରୁ କିଛି ଶିଖିପାରିବେ। ଯଦି ପନ୍ତ ଏସବୁ ଦିଗ ଉପରେ ଧ୍ୟାନ ଦିଅନ୍ତି, ତାହେଲେ ଭବିଷ୍ୟତରେ ନିଶ୍ଚୟ ଜଣେ ସଫଳ କ୍ରିକେଟର୍ ହୋଇପାରିବେ।"

କ୍ଲୁଜନର୍ ଆହୁରି କହିଛନ୍ତି, "ଦିନିକିଆ ଓ ଟି-୨୦ରେ ପନ୍ତଙ୍କ ବ୍ୟାଟିଂ ଆଭରେଜ୍ ଅତ୍ୟନ୍ତ ନୈରାଶ୍ୟଜନକ। ଜଣେ ଉନ୍ନତ ବ୍ୟାଟ୍ସମ୍ୟାନ୍ ହେବା ପାଇଁ ପନ୍ତଙ୍କୁ ଆହୁରି ଅନେକ କ୍ଷେତ୍ରରେ ସୁଧାର ଆଣିବାକୁ ପଡ଼ିବ। ବିଶେଷକରି ଅନ୍ତର୍ଜାତୀୟ କ୍ରିକେଟରେ ତିଷ୍ଠିବାକୁ ହେଲେ ଧୈର୍ଯ୍ୟ ଦେଖାଇବାକୁ ପଡ଼ିବ। ପନ୍ତଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ। ପନ୍ତ ବ୍ୟାଟିଂ କରୁଥିବା ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି। ତାଙ୍କ ବ୍ୟାଟିଂ ଶୈଳୀରେ ମଧ୍ୟ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ତାଙ୍କ ପାଇଁ ଉପଯୁକ୍ତ ଟେଷ୍ଟ ହେବ। ଯଦି ସେ ଏହି ସିରିଜରେ ସଫଳ ହୁଅନ୍ତି, ତାହେଲେ ଆଗାମୀ ଦିନରେ ସଫଳ ବ୍ୟାଟ୍ସମ୍ୟାନ୍ ହୋଇ ବାହାରିବେ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story