ଅଷ୍ଟ୍ରେଲିଆନ୍ ଓପନ୍‌: ଫେଡେରର୍ ଓ ସେରେନାଙ୍କ ଜବରଦସ୍ତ ଆରମ୍ଭ

ମେଲବର୍ଣ୍ଣ: ସ୍ୱିଜରଲ୍ୟାଣ୍ଡର ଭେଟେରାନ୍ ଟେନିସ୍ ଖେଳାଳି ରୋଜର ଫେଡେରର ଆଜିଠାରୁ ଆରମ୍ଭ ହୋଇଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିନ୍ ଅଷ୍ଟ୍ରେଲିଆନ୍ ଓପନରେ ବିଜୟରୁ ଶୁଭାରମ୍ଭ କରିଛନ୍ତି। ୨୦ ବର୍ଷ ତଳେ ଡେବ୍ୟୁ କରିବା ପରେ ଅଷ୍ଟ୍ରେଲିଆନ୍ ଓପନର ପ୍ରଥମ ରାଉଣ୍ଡରେ ଫେଡେରର କେବେବି ପରାସ୍ତ ହୋଇନାହାନ୍ତି ଏବଂ ଏହି ଷ୍ଟାର୍ ଖେଳାଳି ଜଣକ ସୋମବାର ମଧ୍ୟ ଏହି ଧାରା ବଜାୟ ରଖିଛନ୍ତି। ନିଜର ୨୧ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଲକ୍ଷ୍ୟରେ ଥିବା ୩୮ ବର୍ଷୀୟ ଫେଡେରର ପ୍ରଥମ […]

federer1

Ranjit Kumar Jena
  • Published: Monday, 20 January 2020
  • , Updated: 20 January 2020, 08:49 PM IST

ମେଲବର୍ଣ୍ଣ: ସ୍ୱିଜରଲ୍ୟାଣ୍ଡର ଭେଟେରାନ୍ ଟେନିସ୍ ଖେଳାଳି ରୋଜର ଫେଡେରର ଆଜିଠାରୁ ଆରମ୍ଭ ହୋଇଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିନ୍ ଅଷ୍ଟ୍ରେଲିଆନ୍ ଓପନରେ ବିଜୟରୁ ଶୁଭାରମ୍ଭ କରିଛନ୍ତି। ୨୦ ବର୍ଷ ତଳେ ଡେବ୍ୟୁ କରିବା ପରେ ଅଷ୍ଟ୍ରେଲିଆନ୍ ଓପନର ପ୍ରଥମ ରାଉଣ୍ଡରେ ଫେଡେରର କେବେବି ପରାସ୍ତ ହୋଇନାହାନ୍ତି ଏବଂ ଏହି ଷ୍ଟାର୍ ଖେଳାଳି ଜଣକ ସୋମବାର ମଧ୍ୟ ଏହି ଧାରା ବଜାୟ ରଖିଛନ୍ତି।

ନିଜର ୨୧ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଲକ୍ଷ୍ୟରେ ଥିବା ୩୮ ବର୍ଷୀୟ ଫେଡେରର ପ୍ରଥମ ରାଉଣ୍ଡରେ ଷ୍ଟିଭ୍ ଜନସନଙ୍କୁ ସିଧାସଳଖ ୬-୩, ୬-୨, ୬-୨ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ସର୍ବିୟାର ଦ୍ୱିତୀୟ ସିଡ୍ ନୋଭାକ୍ ଜୋକୋଭିଚ୍ ପ୍ରଥମ ରାଉଣ୍ଡରେ ଜର୍ମାନୀର ଜାନ୍ ଲେନାର୍ଡ ଷ୍ଟ୍ରଫଙ୍କୁ ୭-୬ (୫), ୬-୨, ୨-୬, ୬-୧ ଦେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସେହିପରି ନିଜର ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଆଶାରେ ଥିବା ଆମେରିକୀୟ ଲଳନା ସେରେନା ୱିଲିୟମ୍ସ ଏବଂ ଡିଫେଣ୍ଡିଂ ଚାମ୍ପିୟନ୍ ନାଓମି ଓସାକା ମଧ୍ୟ ସିଧାସଳଖ ବିଜୟ ସହ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ସେରେନା ପ୍ରଥମ ରାଉଣ୍ଡରେ ରୁଷର ଆନାସ୍ତାସିଆ ପୋଟାପୋଭାଙ୍କୁ ମାତ୍ର ୫୮ ମିନିଟରେ ୬-୦, ୬-୩ ସେଟରେ ପରାସ୍ତ କରିଛନ୍ତି।

ଜାପାନ ତାରକା ଓସାକା ଚେକ୍ ଗଣରାଜ୍ୟର ମେରୀ ବୁଜକୋଭାଙ୍କୁ ୮୦ ମିନିଟରେ ୬-୨, ୬-୪ ସେଟରେ ପରାସ୍ତ କରି ମୁକାବିଲାକୁ ନିଜ ନାଁରେ କରିଛନ୍ତି। ମହିଳା ସିଙ୍ଗଲ୍ସରେ ବିଶ୍ୱର ଏକ ନମ୍ବର ଖେଳାଳି ତଥା ଘରୋଇ ତାରକା ଆଶଲେ୍ ବାର୍ଟି ପ୍ରଥମ ରାଉଣ୍ଡରେ ୟୁକ୍ରେନର ଲେସିଆ ସୁରେଙ୍କୋଙ୍କୁ ୫-୭, ୬-୧, ୬-୧ ସେଟରେ ହରାଇଛନ୍ତି।

ତେବେ ଚାମ୍ପିୟନଶିପର ପ୍ରଥମ ଦିବସରେ ବୃହତ ବିପର୍ଯ୍ୟୟ ଘଟାଇଛନ୍ତି ଆମେରିକାର ୧୫ ବର୍ଷୀୟ ଯୁବତୀ କୋକୋ ଗୌଫ୍। ଗୌଫ୍ ପ୍ରଥମ ରାଉଣ୍ଡରେ ନିଜ ଦେଶର କିମ୍ବଦନ୍ତୀ ଖେଳାଳି ଭିନସ ୱିଲିୟମ୍ସଙ୍କୁ ହରାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଗୌଫ୍ ୭-୬ (୫), ୬-୩ ସେଟରେ ୩୯ ବର୍ଷୀୟ ଭିନସଙ୍କୁ ହରାଇଛନ୍ତି। ମ୍ୟାଚ୍ ଜିତିବା ପରେ ଗୌଫ୍ କହିଥିଲେ, "କେବଳ ମୁଁ ନୁହେଁ, ଏଠାରେ ଉପସ୍ଥିତ ହଜାର ହଜାର ସଂଖ୍ୟକ ଦର୍ଶକ ମଧ୍ୟ ମ୍ୟାଚର ଫଳାଫଳକୁ ନେଇ ନିଶ୍ଚିତ ସ୍ତବ୍ଧ ହୋଇଥିବେ । ଏହି ବିଜୟକୁ ମୁଁ କେବେବି ଭୁଲିପାରିବି ନାହିଁ।"

Related story