ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଲେ ରୋହିତ୍ ଓ ଧୱନ୍

ଲାଉଡରହିଲ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଭଲ ଆରମ୍ଭ ଦେଇ ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଶିଖର ଧୱନ୍। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଛନ୍ତି। ଧୱନ୍ ୧୬ ବଲରେ ୩ ଚୌକା ସହ ୨୩ ରନ୍ କରି ଆଉଟ୍ ହୋଇଥିଲେ । […]

india

Ranjit Kumar Jena
  • Published: Sunday, 04 August 2019
  • , Updated: 04 August 2019, 08:50 PM IST

ଲାଉଡରହିଲ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଭଲ ଆରମ୍ଭ ଦେଇ ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଶିଖର ଧୱନ୍।

ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଛନ୍ତି। ଧୱନ୍ ୧୬ ବଲରେ ୩ ଚୌକା ସହ ୨୩ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କୁ କୀମୋ ପଲ୍ ପ୍ୟାଭିଲିୟନ୍ ପଠାଇଛନ୍ତି।

ତେବେ ବିଶ୍ୱକପରେ ରେକର୍ଡ ୫ଟି ଶତକ ସହ ସର୍ବାଧିକ ସ୍କୋର ରହିଥିବା ରୋହିତ୍ ନିଜର ଚମତ୍କାର ଫର୍ମ ବଜାୟ ରଖିଛନ୍ତି। ରୋହିତ୍ ୩୯ ଓ ବିରାଟ୍‌ କୋହଲି ୧ ରନରେ ବ୍ୟାଟିଂ କରୁଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୮ ଓଭରରେ ୧ ୱିକେଟ୍ ହରାଇ ୬୮ ରନ୍ କରିଛି।

Related story