ରାହୁଲଙ୍କ ଖରାପ ଫର୍ମର ଫାଇଦା ରୋହିତଙ୍କୁ ମିଳିବ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ହେବାକୁଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଚୟନକର୍ତ୍ତା ଗୁରୁବାର ଟିମ୍ ଚୟନ କରିବ। ଏହି ଚୟନରେ ଓପନିଂ ମୁଖ୍ୟ ଚର୍ଚ୍ଚାର ବିଷୟ ହେବ। ଲଗାତାର ଖରାପ ପ୍ରଦର୍ଶନ କରିଥିବା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ଟିମରୁ ବାଦ୍ ଦିଆଯାଇପାରେ। ଅନ୍ୟପକ୍ଷରେ ରୋହିତ୍ ଶର୍ମାଙ୍କ ପାଇଁ ଟେଷ୍ଟ ଟିମକୁ ପ୍ରତ୍ୟାବର୍ତ୍ତନ କରିବାର ବାଟ ଫିଟିପାରେ। ଧଳା ବଲରେ ଭାରତୀୟ କ୍ରିକେଟ୍ ଟିମର ଭାଇସ୍ କ୍ୟାପାଟେନ୍ ରୋହିତ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ […]

rohit

rohit

Ranjit Kumar Jena
  • Published: Wednesday, 11 September 2019
  • Updated: 11 September 2019, 05:27 PM IST

Sports

Latest News

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ହେବାକୁଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଚୟନକର୍ତ୍ତା ଗୁରୁବାର ଟିମ୍ ଚୟନ କରିବ। ଏହି ଚୟନରେ ଓପନିଂ ମୁଖ୍ୟ ଚର୍ଚ୍ଚାର ବିଷୟ ହେବ। ଲଗାତାର ଖରାପ ପ୍ରଦର୍ଶନ କରିଥିବା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ଟିମରୁ ବାଦ୍ ଦିଆଯାଇପାରେ। ଅନ୍ୟପକ୍ଷରେ ରୋହିତ୍ ଶର୍ମାଙ୍କ ପାଇଁ ଟେଷ୍ଟ ଟିମକୁ ପ୍ରତ୍ୟାବର୍ତ୍ତନ କରିବାର ବାଟ ଫିଟିପାରେ। ଧଳା ବଲରେ ଭାରତୀୟ କ୍ରିକେଟ୍ ଟିମର ଭାଇସ୍ କ୍ୟାପାଟେନ୍ ରୋହିତ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜରେ ଅନ୍ତିମ ଏକାଦଶରେ ସ୍ଥାନ ହାସଲ କରିପାରିନଥିଲେ।

ବ୍ୟାଟିଂକ୍ରମରେ ହନୁମା ବିହାରୀ ଓ ଆଜିଙ୍କ୍ୟ ରାହାଣେ ପଞ୍ଚମ ଓ ଷଷ୍ଠ ସ୍ଥାନ ପକ୍କା କରିଥିବା ବେଳେ ରୋହିତଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଉପଯୋଗ କରାଯାଇପାରେ। ରୋହିତ୍ ନିଜର ଶେଷ ଟେଷ୍ଟ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଚେତେଶ୍ୱର ପୂଜାରା ତୃତୀୟ ଏବଂ କ୍ୟାପଟେନ୍ ବିରାଟ୍ କୋହଲି ଚତୁର୍ଥ ପାଇଁ ସର୍ବୋପରି ପ୍ରଥମ ପସନ୍ଦ।

୨୦୧୮ ପରଠାରୁ ଓପନିଂ ପୋଜିଶନ୍ ପାଇଁ ଭାରତ ରାହୁଲ, ମୁରଲୀ ବିଜୟ, ଶିଖର ଧୱନ୍, ପାର୍ଥିବ ପଟେଲ, ପୃଥ୍ୱୀ ଶ', ମୟଙ୍କ ଅଗ୍ରୱାଲ ଏବଂ ହନୁମା ବିହାରୀଙ୍କୁ ସୁଯୋଗ ଦେଇସାରିଛି। କିନ୍ତୁ ଏମାନଙ୍କ ମଧ୍ୟରୁ କେହିବି ଏହି ସ୍ଥାନ ପାଇଁ ଉପଯୋଗୀ ପ୍ରଦର୍ଶନ କରିପାରିନାହାନ୍ତି। ବର୍ତ୍ତମାନ ସ୍ଥିତିରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ କ୍ୟାପଟେନ୍ କୋହଲିଙ୍କ ପାଖରେ ଗୋଟିଏ ବିକଳ୍ପ ବାକି ରହିଲା ଯେ ସେମାନେ ଶୀର୍ଷକ୍ରମ ପାଇଁ ରୋହିତଙ୍କୁ ସୁଯୋଗ ଦେବା ଦରକାର।

ବେଙ୍ଗଲର ଓପନିଂ ବ୍ୟାଟ୍ସମ୍ୟାନ୍ ଅଭିମନ୍ୟୁ ଈଶ୍ୱରନ୍ ଘରୋଇ ଏବଂ ଭାରତ-ଏ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି। ଯଦି ଚୟନକର୍ତ୍ତା ରାହୁଲଙ୍କୁ ବାଦ୍ ଦେବା ପାଇଁ ନିଷ୍ପତ୍ତି ନିଅନ୍ତି, ତାହେଲେ ଅଭିମନ୍ୟୁଙ୍କୁ ରିଜର୍ଭ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଟିମରେ ସ୍ଥାନ ମିଳିପାରେ। ଅନ୍ୟ ଓପନିଂ ବ୍ୟାଟ୍ସମ୍ୟାନ୍ ଦୌଡ଼ରେ ଗୁଜରାଟର ପ୍ରିୟଙ୍କ ପାଞ୍ଚାଲ ଓ ପଞ୍ଚାବର ଶୁବମାନ୍ ଗିଲ୍ ମଧ୍ୟ ସାମିଲ୍ ଅଛନ୍ତି।

ଟିମ୍ ମ୍ୟାନେଜମେଣ୍ଟର ସବୁଠାରୁ ପସନ୍ଦର ବ୍ୟାଟ୍ସମ୍ୟାନ୍ ରାହୁଲ ନିଜର ଶେଷ ୩୦ ଇନିଂସରେ ୬୬୪ ରନ୍ କରିଛନ୍ତି ଏବଂ ଏଥିରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୧୪୯ ରନ୍ ରହିଛି। ଗତବର୍ଷ ଓଭାଲରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ରାହୁଲ ଏହି ଶତକୀୟ ଇନିଂସ୍ ଖେଳିଥିଲେ। ମୟଙ୍କ ଅଗ୍ରୱାଲ ନିଜ ସ୍ଥାନ ପକ୍କା କରିନେଛନ୍ତି। ତେବେ ଆସନ୍ତାକାଲି ଚୟନକମିଟି ବୈଠକରେ କେବଳ ଦ୍ୱିତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ପାଇଁ ଚର୍ଚ୍ଚା ହେବ।

୧୫ଜଣିଆ ଟେଷ୍ଟରେ ରୋହିତଙ୍କ ସହ ଈଶ୍ୱରନଙ୍କୁ ସ୍ଥାନ ମିଳିପାରେ। ଯଦି ଦୁହିଁଙ୍କୁ ଚୟନ କରାଗଲା, ତାହେଲେ ଏମାନଙ୍କ ମଧ୍ୟରୁ କିଏ ଖେଳିବ, ତାହା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍ ପରେ ଜଣାପଡ଼ିବ। କାରଣ ଦୁଇ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଦିନିଆ ଅଭ୍ୟାସ ମ୍ୟାଚରେ ସୁଯୋଗ ମିଳିପାରେ ଏବଂ ଏଥିରେ ଯିଏ ଭଲ ପ୍ରଦର୍ଶନ କରିବ, ସେ ସିନିୟର ଟିମର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବ। ଯଦି ଏହା ନହୁଏ, ତାହେଲେ ଟିମ୍ ଚୟନରେ ସେଭଳି ପରିବର୍ତ୍ତନ ହେବ ନାହିଁ।

ଭୁବନେଶ୍ୱର କୁମାର ଏପର୍ଯ୍ୟନ୍ତ ପୂରା ଫିଟ୍ ହୋଇନାହାନ୍ତି। ଏଭଳି ସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଟେଷ୍ଟ ଟିମକୁ କମବ୍ୟାକ୍ କରିପାରନ୍ତ। ନଭଦୀପ ସାଇନିଙ୍କୁ ବ୍ୟାକ୍-ଅପ୍ ବୋଲର ଭାବେ ସାମିଲ୍ କରାଯାଇପାରେ। ଓପନିଂ ବ୍ୟତୀତ ୱିକେଟକିପର୍ ମଧ୍ୟ ଚର୍ଚ୍ଚାରେ ରହିବ। ଫିଟ୍ ହେବା ପରେ ଜାତୀୟ ଦଳକୁ ଫେରିଥିବା ଋଦ୍ଧିମାନ ସାହାଙ୍କୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ସୁଯୋଗ ମିଳିନଥିଲା। ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ଖେଳାଯାଇଥିଲା।

ପନ୍ତ ୱେଷ୍ଟଇଣ୍ଡିଜରେ ଖରାପ ପ୍ରଦର୍ଶନ କରିଥିଲେ ହେଁ, ଏବେବି ସେ ଭାରତର ପ୍ରଥମ ପସନ୍ଦର ୱିକେଟକିପର ବ୍ୟାଟ୍ସମ୍ୟାନ୍। ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ସ୍ପିନର ଭାବେ ରଖାଯିବା ଏକ ପ୍ରକାର ନିଶ୍ଚିତ। ସେହିପରି ପେସ୍ ବୋଲର ଭାବେ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଈଶାନ୍ତ ଶର୍ମାଙ୍କୁ ସାମିଲ୍ କରାଯିବ। ଯଦି ଶାମିଙ୍କୁ ବିଶ୍ରାମ ଦିଆଯାଏ, ତାହେଲେ ଉମେଶ ଯାଦବଙ୍କୁ ଟିମରେ ସୁଯୋଗ ମିଳିବ।

ସମ୍ଭାବ୍ୟ ଟେଷ୍ଟ ଦଳ
ଓପନିଂ ବ୍ୟାଟ୍ସମ୍ୟାନ୍: ମୟଙ୍କ ଅଗ୍ରୱାଲ୍, ରୋହିତ୍ ଶର୍ମା; ମଧ୍ୟକ୍ରମ: ଚେତେଶ୍ୱର ପୂଜାରା, ବିରାଟ୍ କୋହଲି, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ; ଅଲରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା; ୱିକେଟକିପର: ରିଷଭ ପନ୍ତ, ଋଦ୍ଧିମାନ ସାହା; ପେସ୍ ବୋଲର: ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ଶାମି/ଉମେଶ ଯାଦବ; ସ୍ପିନର୍: ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ; ତୃତୀୟ ଓପନିଂ ବ୍ୟାଟ୍ସମ୍ୟାନ୍: ଅଭିମନ୍ୟୁ ଈଶ୍ୱରନ୍ ଓ ପ୍ରିୟଙ୍କ ପାଞ୍ଚାଲ୍; ନଭଦୀପ ସାଇନି (ରିଜର୍ଭ ପେସ୍ ବୋଲର); ଶ୍ରୀକର ଭରତ (ଦ୍ୱିତୀୟ ୱିକେଟକିପର)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story