ରୀତିକାଙ୍କୁ କାହିଁକି କିସ୍‌ କଲେ ହିଟ୍‌ମ୍ୟାନ୍‌?: ବହୁତ ସ୍ପେଶାଲ ଥିଲା ଏହି ଦିନ, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋହିତ ଶର୍ମାଙ୍କ ଦ୍ୱିଶତକୀୟ ପାଳି ବଳରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଏକ ବୃହତ ବିଜୟ ହାସଲ କରିଛି। ଧର୍ମଶାଳାରେ ଶ୍ରୀଲଙ୍କା ନିକଟରୁ ଲଜ୍ଜାଜନକ ପରାଜାୟ ପରେ ମୋହାଲିରେ ଦୃଢ଼ ଜବାବ ଦେଇଛି ଭାରତ। ବିରାଟଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଶ୍ରୀଲଙ୍କାକୁ ୧୪୧ରନରେ ପରାସ୍ତ କରିଛି। ମ୍ୟାଚରେ ଖୋଦ ଅଧିନୟକଙ୍କ ଦ୍ୱିଶତକୀୟ ପାଳି ଥିଲା ମୁଖ୍ୟ ଆକର୍ଷଣ। ରୋହିତ ପ୍ରଥମ୧୦୦ ରନ ୧୧୫ ବଲରେ ହାସଲ କରିଥିବା ବେଳେ ଶେଷ ୧୦୦ରନ ମାତ୍ର […]

celebration

Rakesh Mallick
  • Published: Thursday, 14 December 2017
  • , Updated: 14 December 2017, 05:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋହିତ ଶର୍ମାଙ୍କ ଦ୍ୱିଶତକୀୟ ପାଳି ବଳରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଏକ ବୃହତ ବିଜୟ ହାସଲ କରିଛି। ଧର୍ମଶାଳାରେ ଶ୍ରୀଲଙ୍କା ନିକଟରୁ ଲଜ୍ଜାଜନକ ପରାଜାୟ ପରେ ମୋହାଲିରେ ଦୃଢ଼ ଜବାବ ଦେଇଛି ଭାରତ। ବିରାଟଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଶ୍ରୀଲଙ୍କାକୁ ୧୪୧ରନରେ ପରାସ୍ତ କରିଛି। ମ୍ୟାଚରେ ଖୋଦ ଅଧିନୟକଙ୍କ ଦ୍ୱିଶତକୀୟ ପାଳି ଥିଲା ମୁଖ୍ୟ ଆକର୍ଷଣ।

ରୋହିତ ପ୍ରଥମ୧୦୦ ରନ ୧୧୫ ବଲରେ ହାସଲ କରିଥିବା ବେଳେ ଶେଷ ୧୦୦ରନ ମାତ୍ର ୩୬ ବଲରେ ପୂରଣ କରିଥିଲେ। ଏହି ପାଳିରେ ସେ ୧୨ଟି ଛକା ଓ ୧୩ଟି ଚୌକା ମାରି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ କରାଇଥିଲେ।

ରୋହିତଙ୍କ ପାଇଁ ଡିସେମ୍ବର ୧୩ ତାରିଖ ଏକ ମହତ୍ୱପୂର୍ଣ୍ଣ ଦିନ। ଏହି ଦିନରେ ସେ ତାଙ୍କର ତୃତୀୟ ଦ୍ୱିଶତକ ହାସଲ କରିବା ସହ ଏହି ଦିନ ତାଙ୍କର ମ୍ୟାରେଜ୍‌ ଆନିଭର୍ସାରୀ ମଧ୍ୟ ଥିଲା। ୨୦୧୫ ଡିସେମ୍ବର ୧୩ ତାରିଖରେ ସେ ରୀତିକାଙ୍କୁ ବିବାହ କରିଥିଲେ। ମ୍ୟାଚ୍‌ ଶେଷରେ ସେ ପତ୍ନୀ ରୀତିକାଙ୍କୁ କିସ୍‌ କରିବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହାପରେ ଏହି ଆଚିଭମେଣ୍ଟ ପାଇଁ ଭାରତୀୟ ଟିମ୍‌ ସହ କେକ୍‌ କାଟି ରୋହିତ ସେଲିବ୍ରେସନ କରିଥିଲେ।

https://www.youtube.com/watch?v=FXA87y81tYY

Related story