ବିରାଟଙ୍କ ଅନୁପସ୍ଥିତିରେ ମଙ୍ଗ ଧରିବେ ଏହି ଷ୍ଟାର କ୍ରିକେଟର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ଫର୍ମାଟ୍‌ ହେଉ କିମ୍ବା ଦିନିକିଆ ଫର୍ମାଟ୍‌ ଅଧିନାୟକତ୍ୱର ବେସିକ୍ସ୍‌ ସମାନ ରହିଥାଏ। ଏଭଳି ମତ ପ୍ରକାଶ କରିଛନ୍ତି ଟିମ୍‌ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା। ଆସନ୍ତା ରବିବାର ଠାରୁ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ରୋହିତ ଶର୍ମା ଭାରତର ନେତୃତ୍ୱ ନେଉଛନ୍ତି। ପ୍ରଥମ ଥର ପାଇଁ ରୋହିତ ଶ୍ରୀଲଙ୍କା ଟିମ୍‌ ବପକ୍ଷରେ ଦିନିକିଆରେ ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବେ। ଏହା ପୂର୍ବରୁ ରୋହିତ କହିଛନ୍ତି ଟି-ଟ୍ୱେଣ୍ଟି ଓ ଦିନିକିଆରେ ଅଧିନାୟକତ୍ୱ କରିବା […]

rohit-virat

Rakesh Mallick
  • Published: Saturday, 09 December 2017
  • , Updated: 09 December 2017, 07:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ଫର୍ମାଟ୍‌ ହେଉ କିମ୍ବା ଦିନିକିଆ ଫର୍ମାଟ୍‌ ଅଧିନାୟକତ୍ୱର ବେସିକ୍ସ୍‌ ସମାନ ରହିଥାଏ। ଏଭଳି ମତ ପ୍ରକାଶ କରିଛନ୍ତି ଟିମ୍‌ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା। ଆସନ୍ତା ରବିବାର ଠାରୁ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ରୋହିତ ଶର୍ମା ଭାରତର ନେତୃତ୍ୱ ନେଉଛନ୍ତି। ପ୍ରଥମ ଥର ପାଇଁ ରୋହିତ ଶ୍ରୀଲଙ୍କା ଟିମ୍‌ ବପକ୍ଷରେ ଦିନିକିଆରେ ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବେ। ଏହା ପୂର୍ବରୁ ରୋହିତ କହିଛନ୍ତି ଟି-ଟ୍ୱେଣ୍ଟି ଓ ଦିନିକିଆରେ ଅଧିନାୟକତ୍ୱ କରିବା ସମ୍ପୂର୍ଣ୍ଣ ଅଲଗା, ଏହାର ବେସିକ୍ସ କିନ୍ତୁ ସମାନ। ରୋହିତ କହିଛନ୍ତି ଭାରତୀୟ ଟିମ୍‌ରେ ଅନେକ କ୍ରିକେଟର୍‌ ଏମିତି ଅଛନ୍ତି ଯେଉଁମାନେ ଆଇପିଏଲରେ ମୁମ୍ବାଇ ଟିମରେ ଖେଳିଛନ୍ତି।

ପୂର୍ବରୁ ରୋହିତ ଶର୍ମା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇ ଅନେକ ଥର ଦଳକୁ ସଫଳତା ଦେଇଛନ୍ତି। ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୨୦୧୩, ୨୦୧୫ ଓ ୨୦୧୭ ରେ ବିଜୟୀ ହୋଇଥିଲା। ତାଙ୍କ ଅଧିନାୟକତ୍ୱରେ ସେ ବ୍ୟକ୍ତିଗତ ଭାବେ ମଧ୍ୟ ଭଲ ପ୍ରଦର୍ଶନ କରିଆସିଛନ୍ତି। ବିରାଟଙ୍କ ଅନୁସପସ୍ଥିତିରେ  ଆସନ୍ତା ରବିବାର ଠାରୁ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ରୋହିତ ଟିମ ଇଣ୍ଡିଆର ମଙ୍ଗ ଧରିବେ।

Related story