ରୋହିତଙ୍କ ୬୭, ଟିମ୍ ଇଣ୍ଡିଆ ୧୬୭/୫

ଲାଉଡରହିଲ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ଟି-୨୦ ଖେଳାଯାଉଛି। ଏହି ମ୍ୟାଚରେ ରୋହିତ୍ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୭ ରନ୍ କରିଛି। ଫଳରେ ସିରିଜକୁ ବରାବର କରିବା ପାଇଁ ୱେଷ୍ଟଇଣ୍ଡିଜକୁ ନିର୍ଦ୍ଧାରିତ ଓଭରରେ ୧୬୮ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ରୋହିତ୍ ୫୧ ବଲରେ ୬ ଚୌକା ଓ ୩ […]

rohit1

Ranjit Kumar Jena
  • Published: Sunday, 04 August 2019
  • , Updated: 04 August 2019, 09:47 PM IST

ଲାଉଡରହିଲ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ଟି-୨୦ ଖେଳାଯାଉଛି। ଏହି ମ୍ୟାଚରେ ରୋହିତ୍ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୭ ରନ୍ କରିଛି। ଫଳରେ ସିରିଜକୁ ବରାବର କରିବା ପାଇଁ ୱେଷ୍ଟଇଣ୍ଡିଜକୁ ନିର୍ଦ୍ଧାରିତ ଓଭରରେ ୧୬୮ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ରୋହିତ୍ ୫୧ ବଲରେ ୬ ଚୌକା ଓ ୩ ଛକା ସହ ସର୍ବାଧିକ ୬୭ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନାହାନ୍ତି।

ସେଣ୍ଟ୍ରାଲ୍ ବ୍ରୋୱାର୍ଡ ରିଜନାଲ୍ ପାର୍କ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ମ୍ୟାଚରେ ଫେଲ୍ ମାରିଥିବା ଭାରତୀୟ ଓପନିଂ ଯୋଡ଼ି ରୋହିତ୍ ଓ ଶିଖର ଧୱନ୍ ଆଜି ଭଲ ଆରମ୍ଭ କରିଥିଲେ। ବିଶେଷକରି ଇନଫର୍ମ ରୋହିତ୍ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ୬୭ ରନ୍ ଯୋଡ଼ିଥିଲେ।

ଧୱନ୍ ୧୬ ବଲରେ ୩ ଚୌକା ସହ ୨୩ ରନ୍ କରି କୀମୋ ପଲଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ରୋହିତଙ୍କୁ ଭଲ ସାଥ୍ ଦେଇଥିଲେ କ୍ୟାପଟେନ୍ ବିରାଟ୍। ଦୁହେଁ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଏହା ମଧ୍ୟରେ ରୋହିତ୍ ୪୦ ବଲରେ ନିଜର ୧୭ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଏହା ପରେ ଦ୍ରୁତ ରନ୍ କରିବା ପ୍ରୟାସରେ ରୋହିତ୍ ନିଜ ୱିକେଟ୍ ହରାଇ ବସିଥିଲେ। ତାଙ୍କୁ ଓଶାନି ଟମାସ୍ ପ୍ୟାଭିଲିୟନ୍ ପଠାଇଥିଲେ।

ରୋହିତଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରିଷଭ ପନ୍ତ (୪) ପୁଣି ନିରାଶ କରିଥିଲେ। ସେ ଟମାସଙ୍କ ବଲରେ ଭୁଲ ଶଟ୍ ଖେଳି କାଇରନ୍ ପୋଲାର୍ଡଙ୍କୁ କ୍ୟାଚ୍ ଦେଇ ବସିଥିଲେ। କ୍ୟାପଟେନ୍ ବିରାଟ୍ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ୨୮ (୨୩ ବଲ୍, ୧ ଚୌକା, ୧ ଛକା) ରନ୍ କରି ଶେଲଡନ୍ କଟ୍ଟରେଲଙ୍କ ବଲରେ ବୋଲ୍ଡ ହୋଇଥିଲେ। ମନିଷ ପାଣ୍ଡେ (୬) ପୁଣିଥରେ ସୁଯୋଗର ଫାଇଦା ଉଠାଇପାରି ନଥିଲେ।

ତେବେ କୃନାଲ୍ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଶେଷ ୯ ବଲରେ ଦ୍ରୁତ ରନ୍ କରି ଭାରତକୁ ୧୬୭ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। କୃନାଲ୍ ୧୩ ବଲରେ ୨ ଛକା ସହ ୨୦ ଓ ଜାଡେଜା ୪ ବଲରେ ୧ ଛକା ସହ ୯ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପ୪ରୁ ଟମାସ ଓ କଟ୍ଟରେଲ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Related story