ଅଳ୍ପକେ ଶତକରୁ ବଞ୍ଚିତ ହେଲେ ରୋହିତ

ମାଉଣ୍ଟ ମାଙ୍ଗାନୁଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶତକ ମାରିଥିବା ରୋହିତ ଶର୍ମା ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶତକ ପାଖାପାଖି ପହଞ୍ଚି ଯାଇଥିବା ବେଳେ ଆଉଟ୍ ହୋଇଯାଇଥିଲେ। ସେ ୯୬ଟି ବଲ୍‌ରେ ୮୭ ରନ୍ କରି ଆଉଟ୍ ହୋଇଥିଲେ। ଏଥିରେ ସାମିଲ ଥିଲା ୯ଟି ଚୌକା ଓ ୩ଟି ଛକା। ଲୋକି ଫର୍ଗୁସନ୍‌ଙ୍କ ବଲ୍‌ରେ କୋଲିନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ରୋହିତ। ଏହି ସିରିଜ୍‌ ପ୍ରଥମ ମ୍ୟାଚ୍‌ରେ ସେ ମାତ୍ର ୧୧ ରନ୍ […]

rohit

Jitendra Garnayak
  • Published: Saturday, 26 January 2019
  • , Updated: 26 January 2019, 10:02 AM IST

ମାଉଣ୍ଟ ମାଙ୍ଗାନୁଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶତକ ମାରିଥିବା ରୋହିତ ଶର୍ମା ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶତକ ପାଖାପାଖି ପହଞ୍ଚି ଯାଇଥିବା ବେଳେ ଆଉଟ୍ ହୋଇଯାଇଥିଲେ। ସେ ୯୬ଟି ବଲ୍‌ରେ ୮୭ ରନ୍ କରି ଆଉଟ୍ ହୋଇଥିଲେ। ଏଥିରେ ସାମିଲ ଥିଲା ୯ଟି ଚୌକା ଓ ୩ଟି ଛକା।

ଲୋକି ଫର୍ଗୁସନ୍‌ଙ୍କ ବଲ୍‌ରେ କୋଲିନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ରୋହିତ। ଏହି ସିରିଜ୍‌ ପ୍ରଥମ ମ୍ୟାଚ୍‌ରେ ସେ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ।

ଆଜି ଭାରତ ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର୍ ରୋହିତ ଶର୍ମା ଓ ଶିଖର ଧୱନଙ୍କ ମଧ୍ୟରେ ୧୫୪ ରନ୍‌ର ପାର୍ଟନର୍‌ସିପ୍‌ ହୋଇଥିଲା। ଧୱନ ୬୭ ବଲ୍‌ରେ ୬୬ ରନ୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ। ଟ୍ରେଣ୍ଟ୍ ବୋଲ୍ଟଙ୍କ ବଲରେ ଟୋମ୍ ଲାଥମଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅଧିନାୟକ ବିରାଟ କୋହଲି ଓ ଅମ୍ବାତି ରାୟୁଡୁ କ୍ରିଜ୍‌ରେ ଅଛନ୍ତି। ଶେଷ ଖବର ଲେଖାଯିବା ସୁଦ୍ଧା ଦଳ ୩୪.୧ ଓଭରରେ ୨ ୱିକେଟ୍ ହରାଇ ୨୦୦ ରନ୍ କରିଛି।

୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ନାପିଅରରେ ଖେଳା ଯାଇଥିଲା। ଏଥିରେ ଭାରତ ବିଜୟୀ ହୋଇଥିଲା।

Related story