ଟେଷ୍ଟରେ ସିକ୍ସର କିଙ୍ଗ ହେଲେ ରୋହିତ ଶର୍ମା

ବିଶାଖାପଟନମ୍‌: ଟେଷ୍ଟ ମ୍ୟାଚ୍‌ରେ ପ୍ରଥମଥର ଓପନିଂ କରୁଥିବା ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକାଧିକ ରେକର୍ଡ କରିଛନ୍ତି। ଓପନଂରେ ଡେବ୍ୟୁ କରି ୨ଟି ଯାକ ଇନିଂସ୍‌ରେ ଶତକ ହାସଲ କରିବାରେ ରୋହିତ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ପୂର୍ବରୁ ସୀମିତ ଓଭରରେ ସିକ୍ସର କିଙ୍ଗ ଭାବେ ଜଣାଶୁଣା ରୋହିତ ଟେଷ୍ଟରେ ମଧ୍ୟ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରୋହିତ ପ୍ରଥମ ଇନିଂସରେ ୧୭୬ ରନ୍‌ କରିଥିବା ବେଳେ ୬ଟି ବିଶାଳ ଛକା ମାରିଥିଲେ। […]

ro

Hemant Lenka
  • Published: Saturday, 05 October 2019
  • , Updated: 05 October 2019, 05:30 PM IST

ବିଶାଖାପଟନମ୍‌: ଟେଷ୍ଟ ମ୍ୟାଚ୍‌ରେ ପ୍ରଥମଥର ଓପନିଂ କରୁଥିବା ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକାଧିକ ରେକର୍ଡ କରିଛନ୍ତି। ଓପନଂରେ ଡେବ୍ୟୁ କରି ୨ଟି ଯାକ ଇନିଂସ୍‌ରେ ଶତକ ହାସଲ କରିବାରେ ରୋହିତ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ପୂର୍ବରୁ ସୀମିତ ଓଭରରେ ସିକ୍ସର କିଙ୍ଗ ଭାବେ ଜଣାଶୁଣା ରୋହିତ ଟେଷ୍ଟରେ ମଧ୍ୟ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ରୋହିତ ପ୍ରଥମ ଇନିଂସରେ ୧୭୬ ରନ୍‌ କରିଥିବା ବେଳେ ୬ଟି ବିଶାଳ ଛକା ମାରିଥିଲେ। ସେହିପରି ଦ୍ୱିତୀୟ ଇନିଂସ୍‌ରେ ୧୨୭ ରନ୍‌ର ଇନିଂସ୍‌ ଖେଳିଥିବା ରୋହିତ ୭ଟି ଛକା ମାରିଛନ୍ତି। ଅର୍ଥାତ ଗୋଟିଏ ଟେଷ୍ଟରେ ସେ ୧୩ଟି ଛକା ମାରି ବିଶ୍ୱ ରେକର୍ଡ କରିଛନ୍ତି।

ପୂର୍ବରୁ ଗୋଟିଏ ଟେଷ୍ଟରେ ସର୍ବାଧିକ ୧୨ଟି ଛକା ମାରି ପାକିସ୍ତାନର ୱାସିମ ଆକ୍ରମ ରେକର୍ଡ କରିଥିଲେ। ୧୯୯୬ରେ ଜାମ୍ବାୱେ ବିପକ୍ଷରେ ଆକ୍ରମ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ସେ ଅପରାଜିତ ୨୫୭ ରନ୍‌ର ଇନିଂସ ଖେଳିଥିବା ବେଳେ ଏଥିରେ ୧୩ଟି ଛକା ସାମିଲ ଥିଲା।

ତେବେ ଆଜି ରୋହିତ ଏହାକୁ ଭାଙ୍ଗି ଦେଇଛନ୍ତି। ଏବେ ରୋହିତ ଟେଷ୍ଟ କ୍ରିକେଟର ନୂଆ ସିକ୍ସର କିଙ୍ଗ ବନିଛନ୍ତି। ୨୦୧୩ରେ ବେଙ୍ଗାଲୁରୁରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆର ଗୋଟିଏ ମ୍ୟାଚ୍‌ରେ ରୋହିତ ୧୬ଟି ଛକା ମାରିଛନ୍ତି। ସେହିପରି ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ସେ ସର୍ବାଧିକ ୧୦ଟି ଛକା ମାରି ରେକର୍ଡ ସ୍ଥାପନ କରିଥିଲେ।

Related story