କୋହଲିଙ୍କୁ ପଛରେ ପକାଇଲେ ଏହି ଭାରତୀୟ: ରଚିଲେ ଇତିହାସ, ୧୦ ବର୍ଷରେ ୩ ଥର ବେଷ୍ଟ ସ୍କୋରର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷ ୨୦୧୭ ଭାରତୀୟ କ୍ରିକେଟ୍ ଟିମ୍‌ ପାଇଁ ଏକ ସଫଳତାର ବର୍ଷ କୁହାଯାଇପାରେ। ଏହି ବର୍ଷରେ ଭାରତ ଅନେକ ରେକର୍ଡ ହାସଲ କରିଛି। ବ୍ୟକ୍ତିଗତ ଭାବେ ଅନେକ ଭାରତୀୟ କ୍ରିକେଟର୍‌ ରେକର୍ଡ କରି କ୍ରିକେଟ୍‌ ଜଗତ ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ୨୦୧୭ ବର୍ଷ କ୍ରିକେଟ ମୈଦାନରେ ଢେର୍ କମାଲ ଦେଖାଇଛି ଟିମ୍ ଇଣ୍ଡିଆ। ଟେଷ୍ଟ ହେଉ କି ଦିନିକିଆ କିମ୍ବା ଟି-ଟ୍ୱେଣ୍ଟି। ସମସ୍ତ ଫର୍ମାଟରେ ବଜାୟ ରଖିଥିଲା ଦବ୍‌ଦବା। ଭାରତ […]

cricket-second-lanka-india-international-match-sri_6e3abaee-8a5d-11e7-a194-d8b7abb7611c

Rakesh Mallick
  • Published: Friday, 29 December 2017
  • , Updated: 29 December 2017, 01:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷ ୨୦୧୭ ଭାରତୀୟ କ୍ରିକେଟ୍ ଟିମ୍‌ ପାଇଁ ଏକ ସଫଳତାର ବର୍ଷ କୁହାଯାଇପାରେ। ଏହି ବର୍ଷରେ ଭାରତ ଅନେକ ରେକର୍ଡ ହାସଲ କରିଛି। ବ୍ୟକ୍ତିଗତ ଭାବେ ଅନେକ ଭାରତୀୟ କ୍ରିକେଟର୍‌ ରେକର୍ଡ କରି କ୍ରିକେଟ୍‌ ଜଗତ ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି।

୨୦୧୭ ବର୍ଷ କ୍ରିକେଟ ମୈଦାନରେ ଢେର୍ କମାଲ ଦେଖାଇଛି ଟିମ୍ ଇଣ୍ଡିଆ। ଟେଷ୍ଟ ହେଉ କି ଦିନିକିଆ କିମ୍ବା ଟି-ଟ୍ୱେଣ୍ଟି। ସମସ୍ତ ଫର୍ମାଟରେ ବଜାୟ ରଖିଥିଲା ଦବ୍‌ଦବା। ଭାରତ ଏକମାତ୍ର ଦଳ ଭାବେ ଚଳିତ ବର୍ଷ ସବୁଠୁ ଅଧିକ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଜିତିବାର ରେକର୍ଡ ନିଜ ନାଁରେ କରିପାରିଛି। ଏହାସହ ଚଳିତ ବର୍ଷ ଭାରତ ବିଶ୍ୱ କ୍ରିକେଟ୍‌ ଜଗତରେ ଏକ ନୂଆ ଇତିହାସ ତିଆରି କରିଛି। ଭାରତ ଏକମାତ୍ର ଦଳ ଯିଏ ଚଳିତ ବର୍ଷ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରେ ସର୍ବାଧିକ ମ୍ୟାଚ୍ ଜିତିବାର ବିଶ୍ୱରେକର୍ଡ କରିଛି।

ଏହି ବର୍ଷ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ଏହି ବର୍ଷରେ ସେ ଦିନିକିଆରେ ୧୨୯୩ ରନ୍‌ ସ୍କୋର୍‌ କରି ବିଶ୍ୱରରେ ଦ୍ୱିତୀୟ ସର୍ବାଧିକ ସ୍କୋର୍ର ହୋଇପାରିଛନ୍ତି। କେବଳ ବିରାଟ କୋହଲି ହିଁ ତାଙ୍କ ଉପରକୁ ଅଛନ୍ତି। ବିରାଟ ୨୬ ଟି ମ୍ୟାଚ୍‌ ଖେଳି ୧୪୬୦ ରନ କରିଥିବା ବେଳେ ରୋହିତ ମାତ୍ର ୨୧ଟି ମ୍ୟାଚ୍‌ ଖେଳି ୧୨୯୩ ରନ୍‌ କରିଛନ୍ତି। ସବୁଠାରୁ ମଜାକଥା ହେଲା ଷ୍ଟାଇକରେଟ୍‌ରେ ବିରାଟ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି ରୋହିତ। ବିରାଟଙ୍କ ଷ୍ଟ୍ରାଇକ୍‌ରେଟ୍‌ ୯୯.୧୧ ହୋଇଥିବା ବେଳେ ରୋହିତଙ୍କ ଷ୍ଟ୍ରାଇକ୍‌ରେଟ୍‌ ୯୯.୪୬ ଅଛି। ଛକା ମାରିବାରେ ମଧ୍ୟ ରୋହିତ ବିରାଟଙ୍କୁ ବହୁତ ପଛରେ ପକାଇଦେଇଛନ୍ତି। ଏହି ମାମଲାରେ ବିରାଟଙ୍କ ଠାରୁ ୨ଗୁଣାରୁ ଅଧିକ ଛକା ରୋହିତ ମାରିଛନ୍ତି। ବିରାଟ ୨୨ ଟି ଛକା ମାରିଥିବା ବେଳେ ରୋହିତ ୪୬ଟି ଛକା ମାରିଛନ୍ତି।

ସେହିପରି ଦିନିକିଆରେ ରୋହିତ ଏପର୍ଯ୍ୟନ୍ତ ୩ଟି ଦ୍ୱିଶତକୀୟ ପାଳି ଖେଳିସାରିଛନ୍ତି। ଏହି ବର୍ଷ ତାଙ୍କର ବ୍ୟାକ୍ତିଗତ ସର୍ବାଧିକ ସ୍କୋର୍‌ ୨୦୮ ରହିଛି। ଏହା ମଧ୍ୟ ୨୦୧୭ର ସର୍ବାଧିକ ସ୍କୋର୍‌। ଏହାସହ ରୋହିତ ଗୋଟିଏ ଇଂନିସରେ ସର୍ବାଧିକ ସ୍କୋର କରି ଚଳିତ ବର୍ଷ ଟପ୍‌ ସ୍କୋରର୍‌ ହୋଇପରିଛନ୍ତି। କେବଳ ଏତିକି ନୁହେଁ ୧୦ ବର୍ଷରେ ରୋହିତ ୩ ଥର ପାଇଁ ବିଶ୍ୱର ଟପ୍‌ ସ୍କୋରର୍ ହୋଇପାରିଛନ୍ତି। ଏହି କିର୍ତ୍ତୀମାନ କରିବାରେ ରୋହିତ ଏକମାତ୍ର ବ୍ୟାଟ୍ସମ୍ୟାନ୍‌। ଏହା ପୂର୍ବରୁ ରୋହିତ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନ୍ ଓ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ରନର ବିଶାଳ ପାଳି ଖେଳିଥିଲେ।

https://www.youtube.com/watch?v=QFFrmOvthak

Related story