ରୋହିତଙ୍କ ଶତକ ବେକାର, ୫ ରନରେ ହାରିଲା ଭାରତ
କାନପୁର: କାନପୁରରେ ବେକାର ଗଲା ରୋହିତ ଶର୍ମାଙ୍କ ଶତକ। ଦକ୍ଷିଣ ଆଫ୍ରିକା ବିରୋଧରେ ଟିମ୍ ଇଣ୍ଡିଆ ୫ ରନରେ ପରାସ୍ତ ହୋଇଛି। ଶେଷ ଓଭରରେ ଜିତିବା ପାଇଁ ୧୧ ରନ୍ ଦରକାର ହେଉଥିବା ବେଳେ ଧୋନୀବାହିନୀ ମାତ୍ର ୫ ରନ୍ କରିବାରେ ସକ୍ଷମ ହୋଇଥିଲେ। ରୋହିତ ଶର୍ମା ୧୩୩ ବଲରୁ ୧୫୦ ରନ୍ କରିଥିଲେ। ଏହା ତାଙ୍କର ଅଷ୍ଟମ ଶତକ । ସେହିପରି ରୋହିତଙ୍କ ମୁମ୍ୱାଇ ଟିମ୍ ମେଟ୍ ଆଜିଙ୍କ୍ୟ ରାହାଣେ ୬୦ ରନ୍ କରିଥିଲେ। ତେବେ […]
କାନପୁର: କାନପୁରରେ ବେକାର ଗଲା ରୋହିତ ଶର୍ମାଙ୍କ ଶତକ। ଦକ୍ଷିଣ ଆଫ୍ରିକା ବିରୋଧରେ ଟିମ୍ ଇଣ୍ଡିଆ ୫ ରନରେ ପରାସ୍ତ ହୋଇଛି। ଶେଷ ଓଭରରେ ଜିତିବା ପାଇଁ ୧୧ ରନ୍ ଦରକାର ହେଉଥିବା ବେଳେ ଧୋନୀବାହିନୀ ମାତ୍ର ୫ ରନ୍ କରିବାରେ ସକ୍ଷମ ହୋଇଥିଲେ। ରୋହିତ ଶର୍ମା ୧୩୩ ବଲରୁ ୧୫୦ ରନ୍ କରିଥିଲେ। ଏହା ତାଙ୍କର ଅଷ୍ଟମ ଶତକ । ସେହିପରି ରୋହିତଙ୍କ ମୁମ୍ୱାଇ ଟିମ୍ ମେଟ୍ ଆଜିଙ୍କ୍ୟ ରାହାଣେ ୬୦ ରନ୍ କରିଥିଲେ। ତେବେ ଧାୱନ, କୋହଲି ଓ ଧୋନୀ ବିଫଳ ହୋଇଥିଲେ। ଧାୱନ ୨୩ରେ ଆଉଟ୍ ହୋଇଥିବା ବେଳେ କୋହଲି ମାତ୍ର ୧୧ ରନ୍ କରି ପାରିଥିଲେ। ଧୋନୀ ୩୦ଟି ବଲରୁ ୩୧ ରନ୍ ସଂଗ୍ରହ କରିଥିଲେ। ସୁରେଶ ରୈନା ବି ଫେଲ୍ ମାରିଥିଲେ। ସେ ୩ ରନରେ ଆଉଟ୍ ହୋଇଯାଇଥିଲେ। ପୂର୍ବରୁ ଦକ୍ଷିଣ ଆଫ୍ରିକା ୫ ୱିକେଟ ହରାଇ ୩୦୩ ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଏ.ବି ଡିଭିଲିୟର୍ସ ୭୩ ବଲରେ ଅପରାଜିତ ୧୦୪ ରନ କରିଥିଲେ। ଡିଭିଲିୟର୍ସଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଥିଲା।