ଭାରତର ସବୁଠୁ ଧନୀ କ୍ରିକେଟର୍‌ ବିରାଟ, ଏହି ଖେଳାଳିଙ୍କ ସାମ୍ନାରେ ଗରିବ: ଜାଣନ୍ତୁ କାହାର କେତେ ରୋଜଗାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବେ ଭାରତେର ସବୁଠୁ ଧନୀ କ୍ରିକେଟର୍‌। ୨୦୧୭ରେ ପ୍ରକାଶିତ ଟପ୍‌-୧୦୦ ଧନୀ ଆଥଲେଟ୍ସଙ୍କ ତାଲିକାରେ ଏକାମାତ୍ର ଭାରତୀୟ ଭାବେ କୋହିଲ ସ୍ଥାନ ପାଇଛନ୍ତି। ସେ ଏହି ଲିଷ୍ଟରେ ୮୯ତମ ସ୍ଥାନରେ ଅଛନ୍ତି।  ଏହି ଲିଷ୍ଟରେ ସବୁଠୁ ଟପ୍‌ରେ ଅଛନ୍ତି ପର୍ତ୍ତୁଗାଲର ଷ୍ଟାର ଫୁଟବଲ୍‌ ଖେଳାଳି କ୍ରିଷ୍ଟିଆନ୍‌ ରୋନାଲ୍ଡୋ। ବିରାଟ କୋହଲି ବର୍ଷକୁ ମୋଟ ୨୮୨ କୋଟି ଟଙ୍କା ଇନ୍‌କମ୍‌ କରିଥାନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ ବିରାଟ ବିଜ୍ଞାପନ ପାଇଁ ଗୋଟିଏ […]

Virat-Kohli-car-collection-Audi-R8-V10-Plus

Rakesh Mallick
  • Published: Tuesday, 26 December 2017
  • , Updated: 26 December 2017, 01:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବେ ଭାରତେର ସବୁଠୁ ଧନୀ କ୍ରିକେଟର୍‌। ୨୦୧୭ରେ ପ୍ରକାଶିତ ଟପ୍‌-୧୦୦ ଧନୀ ଆଥଲେଟ୍ସଙ୍କ ତାଲିକାରେ ଏକାମାତ୍ର ଭାରତୀୟ ଭାବେ କୋହିଲ ସ୍ଥାନ ପାଇଛନ୍ତି। ସେ ଏହି ଲିଷ୍ଟରେ ୮୯ତମ ସ୍ଥାନରେ ଅଛନ୍ତି।  ଏହି ଲିଷ୍ଟରେ ସବୁଠୁ ଟପ୍‌ରେ ଅଛନ୍ତି ପର୍ତ୍ତୁଗାଲର ଷ୍ଟାର ଫୁଟବଲ୍‌ ଖେଳାଳି କ୍ରିଷ୍ଟିଆନ୍‌ ରୋନାଲ୍ଡୋ।

ବିରାଟ କୋହଲି ବର୍ଷକୁ ମୋଟ ୨୮୨ କୋଟି ଟଙ୍କା ଇନ୍‌କମ୍‌ କରିଥାନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ ବିରାଟ ବିଜ୍ଞାପନ ପାଇଁ ଗୋଟିଏ ଦିନକୁ ୫କୋଟି ଟଙ୍କା ନେଇଥାନ୍ତି। ପୂର୍ବରୁ ଏହା ୨.୫ କୋଟିରୁ ୪ କୋଟି ଟଙ୍କା ଥିଲା। ହେଲେ କିଛି ଦିନ ହେଲା ତାଙ୍କର ଲୋକପ୍ରିୟତା ବଢ଼ିଯିବାରୁ ତାଙ୍କର ଆୟ ମଧ୍ୟ ବଢିଯାଇଛି।

ଅନ୍ୟପଟେ ଷ୍ଟାର ଫୁଟବଲ୍‌ ଖେଳାଳି ରୋନାଲ୍ଡୋ ବିଶ୍ୱର ସବୁଠୁ ଧନୀ ଖେଳାଳି। ତାଙ୍କର ବର୍ଷକୁ ଇନ୍‌କମ ୧୧୯୧ କୋଟି ଟଙ୍କା। ଯାହା ବିରାଟଙ୍କ ରୋଜଗାର ଠାରୁ ବହୁ ଅଧିକ। ସେହିପରି ବିରାଟଙ୍କ ସାଲାରୀ ବର୍ଷକୁ ୧୪୧ କୋଟି ହୋଇଥିବା ବେଳେ ରୋନାଲ୍ଡୋଙ୍କ ସାଲାରୀ ୫୯୫ କୋଟି ଟଙ୍କା। ପ୍ରାଇଜ୍‌ରେ ମଧ୍ୟ ବିରାଟଙ୍କ ଠାରୁ ରୋନାଲ୍ଡୋ ବହୁ ଗୁଣରେ ଅଧିକ। ବିରାଟଙ୍କ ପ୍ରାଇଜ୍‌ମୋନୀ ୧୯ କୋଟି ଥିବା ବେଳେ ରୋନାଲ୍ଡୋଙ୍କ ପ୍ରାଇଜ୍‌ମୋନୀ ୩୭୧ କୋଟି ଟଙ୍କା। ବିଜ୍ଞାପନରେ ମଧ୍ୟ ବିରାଟଙ୍କ ଠାରୁ ରୋନାଲ୍ଡୋ ବହୁ ଅଧିକ। ବି‌ଜ୍ଞାପନରେ ବିରାଟ ୧୨୨ କୋଟି ଟଙ୍କା ରୋଜଗାର କରୁଥିବା ବେଳେ ରୋନାଲ୍ଡୋ ୨୨୪ କୋଟି ଟଙ୍କା ରୋଜଗାର କରିଥାନ୍ତି। ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ କିନ୍ତୁ ରୋନାଲ୍ଡୋଙ୍କୁ ପଛରେ ପକାଇଛନ୍ତି ବିରାଟ। ଏଥିରେ ବିରାଟ ୩.୨ କୋଟି ଟଙ୍କା ରୋଜଗାର କରୁଥିବା ବେଳେ ରୋନାଲ୍ଡୋ ୨.୭ କୋଟି ଟଙ୍କା ରୋଜଗାର କରିଥାନ୍ତି।

ଏହି ଦୁଇଜଣଙ୍କ ଷ୍ଟାରଙ୍କୁ ତୁଳନା କଲେ ବିରାଟ ରୋନାଲ୍ଡୋଙ୍କ ଠାରୁ ଅନେକ ପଛରେ ଅଛନ୍ତି। ବିରାଟଙ୍କ ମୋଟ ଯେତେଟା କାର୍‌ ଅଛି ରୋନାଲ୍ଡଙ୍କ ଗୋଟିଏ କାର୍‌ ମୂଲ୍ୟ ତା ଠାରୁ ଅଧିକ। ବିରାଟଙ୍କ ସମସ୍ତ କାର୍‌ର ମୂଲ୍ୟ ପାଖାପାଖି ୧୦ କୋଟି ହୋଇଥିବା ବେଳେ ରୋନାଲ୍ଡଙ୍କ ପାଖରେ ଥିବା ଅନେକ କାର୍‌ ମଧ୍ୟରୁ ଗୋଟିକର ଦାମ ୧୧ କୋଟିରୁ ଅଧିକ। ରୋନଲ୍ଡୋଙ୍କ ପାଖରେ ମୋଟ୍‌ ୧୯ଟି କାର୍‌ ଅଛି। ସେଥିମଧ୍ୟରୁ ବୁଗାଟୀ ଭେରୋନ୍‌ କାର୍‌ର ଦାମ ୧୧ କୋଟି ଟଙ୍କା। ରୋନାଲ୍ଡୋଙ୍କ କଲେକସନ୍‌ ମଧ୍ୟରେ ରହିଛି ୧୯ଟି ଲଗ୍‌ଜ୍ୟୁରି କାର୍‌। ସେପେଟେ ବିରାଟଙ୍କ ପ୍ରୀୟ କାର ମଧ୍ୟର ଅଡ଼ି-R8 ଅନ୍ୟତମ। ଯାହାର ମୂଲ୍ୟ ୨.୯୭ କୋଟି।

https://youtu.be/v2zN1D_LxKU

Related story