ବର୍ନସଙ୍କ ଶତକ, ଇଂଲଣ୍ଡର ଦୃଢ଼ ଜବାବ

ବର୍ମିଂହାମ୍: ପ୍ରଥମ ଦିବସରେ ଷ୍ଟିଭ୍ ସ୍ମିଥଙ୍କ ପରେ ଦ୍ୱିତୀୟ ଦିବସରେ ରୋରି ବର୍ନସ୍ ଶତକ ମାରି ପ୍ରଥମ ଆଶେସ୍ ଟେଷ୍ଟର ରୋମାଞ୍ଚ ବଢ଼ାଇଛନ୍ତି। ଏଜବାଷ୍ଟନରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଆଶେସ୍ ଟେଷ୍ଟର ଦ୍ୱିତୀୟ ଦିବସରେ ଓପନିଂ ବ୍ୟାଟ୍ସମ୍ୟାନ୍ ରୋରି ବର୍ନସଙ୍କ ଶତକ ଏବଂ କ୍ୟାପଟେନ୍ ଜୋ ରୁଟଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଭଲ ସ୍ଥିତିରେ ପହଞ୍ଚିଛି। ରିପୋର୍ଟ ଲେଖା ହେଲା ବେଳକୁ ଇଂଲଣ୍ଡ ୪ ୱିକେଟ୍ ହରାଇ ୨୦୫ ରନ୍ କରିଛି। ଓପ୍ନର […]

burns

burns

Ranjit Kumar Jena
  • Published: Friday, 02 August 2019
  • Updated: 02 August 2019, 10:05 PM IST

Sports

Latest News

ବର୍ମିଂହାମ୍: ପ୍ରଥମ ଦିବସରେ ଷ୍ଟିଭ୍ ସ୍ମିଥଙ୍କ ପରେ ଦ୍ୱିତୀୟ ଦିବସରେ ରୋରି ବର୍ନସ୍ ଶତକ ମାରି ପ୍ରଥମ ଆଶେସ୍ ଟେଷ୍ଟର ରୋମାଞ୍ଚ ବଢ଼ାଇଛନ୍ତି। ଏଜବାଷ୍ଟନରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଆଶେସ୍ ଟେଷ୍ଟର ଦ୍ୱିତୀୟ ଦିବସରେ ଓପନିଂ ବ୍ୟାଟ୍ସମ୍ୟାନ୍ ରୋରି ବର୍ନସଙ୍କ ଶତକ ଏବଂ କ୍ୟାପଟେନ୍ ଜୋ ରୁଟଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଭଲ ସ୍ଥିତିରେ ପହଞ୍ଚିଛି। ରିପୋର୍ଟ ଲେଖା ହେଲା ବେଳକୁ ଇଂଲଣ୍ଡ ୪ ୱିକେଟ୍ ହରାଇ ୨୦୫ ରନ୍ କରିଛି। ଓପ୍ନର ବର୍ନସ୍ ୧୦୦ ଓ ବେନ୍ ଷ୍ଟୋକ୍ସ ୩ ରନରେ ବ୍ୟାଟିଂ କରୁଛନ୍ତି।

ଶୁକ୍ରବାର ଇଂଲଣ୍ଡ ତା'ର ପୂର୍ବଦିନର ସ୍କୋର ୦/୧୦ରୁ ଖେଳ ଆରମ୍ଭ କରିଥିଲା। ନିଜର ଦ୍ୱିତୀୟ ଟେଷ୍ଟ ଖେଳୁଥିବା ଜେସନ୍ ରୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ୧୦ ରନ୍ କରିଥିବା ବେଳେ ଜେମ୍ସ ପ୍ୟାଟିନସନଙ୍କ ବଲରେ ଷ୍ଟିଭ୍ ସ୍ମିଥଙ୍କୁ କ୍ୟାଚ୍ ଦେଇ ବସିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରୁଟ୍ ଅନ୍ୟତମ ଓପ୍ନର ବର୍ନସଙ୍କ ସହ ମିଶି ଟିମ୍ ସ୍ଥିତି ସୁଧାରିଥିଲେ। ଦୁହେଁ ଧିରେ ଧିରେ ଟିମ୍ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ।

ଏହା ମଧ୍ୟରେ ବର୍ନସ୍ ଓ ରୁଟ୍ ସମାନ ୧୧୦ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ରୁଟ୍ ଅର୍ଦ୍ଧଶତକ ମାରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ପିଟର୍ ସିଡଲ୍ କଟ୍ ଆଣ୍ଡ୍ ବୋଲ୍ଡ କରି ଅଷ୍ଟ୍ରେଲିଆରକୁ ନିର୍ଣ୍ଣାୟକ ବ୍ରେକଥ୍ରୁ ଦେଇଥିଲେ। ରୁଟ୍ ୧୧୯ ବଲରେ ୬ ଚୌକା ସହ ୫୭ ରନ୍ କରିଥିଲେ। ଆଉଟ୍ ହେବା ପୂର୍ବରୁ ସେ ବର୍ନସଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୧୩୨ ରନ୍ ଯୋଡ଼ିଥିଲେ। ଏହା ପରେ ଇଂଲଣ୍ଡର ଲଗାତାର ଦୁଇଟି ୱିକେଟ୍ ନେଇ ଅଷ୍ଟ୍ରେଲିଆ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା।

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଜୋ ଡେନଲୀ ମାତ୍ର ୧୮ ରନ୍ କରି ପ୍ୟାଟିନସନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିବା ବେଳେ ଅଭିଜ୍ଞ ଜୋସ୍ ବଟଲର୍ (୫)ଙ୍କୁ ପ୍ୟାଟ୍ କମିନ୍ସ ପ୍ୟାଭିଲିୟନ୍ ପଠାଇଥିଲେ। ତେବେ ବର୍ନସ୍ ଗୋଟିଏ ପଟେ ଲଢ଼ୁଆ ବ୍ୟାଟିଂ କରି ୨୨୪ ବଲରେ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ପୂରଣ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟିନସନ୍ ୨ଟି, କମିନ୍ସ ଓ ସିଡଲ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ପ୍ରଥମ ଦିବସରେ ଷ୍ଟିଭ୍ ସ୍ମିଥଙ୍କ ଚିତ୍ତାକର୍ଷକ ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା। ପ୍ରତ୍ୟାବର୍ତ୍ତନ ମ୍ୟାଚରେ ସ୍ମିଥ୍ ଏଠାରେ ନିଜର ୨୪ତମ ଶତକ ୧୮୪ ବଲରେ ହାସଲ କରିଥିଲେ। ତେବେ ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବା ଅନ୍ୟ ଦୁଇ ଓପ୍ନର ଡେଭିଡ୍ ୱାର୍ଣ୍ଣର୍ ଓ କ୍ୟାମେରନ୍ ବ୍ୟାନକ୍ରଫ୍ଟ ନିରାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story