କନଫିଡେଣ୍ଟ୍ ମୁମ୍ବାଇକୁ ଆଜି ଭେଟିବ ଅସ୍ଥିର ରାଜସ୍ଥାନ ରୟାଲ୍ସ: ବାଦ୍ ପଡ଼ିପାରନ୍ତି ଉଥାପ୍ପା

ନୂଆଦିଲ୍ଲୀ: ଆରମ୍ଭରୁ ଚମକପ୍ରଦ କ୍ରିକେଟ୍ ସହ ଆଇପିଏଲ ଅଭିଯାନ ଆରମ୍ଭ କରିବା ପରେ ଲଗାତର ଦୁଇଟି ମ୍ୟାଚ ହାରି ସଂକଟରେ ପଡ଼ିଥିବା ରାଜସ୍ଥାନ ରୟାଲସ୍ ଆଜିର ମୁକାବିଲାରେ ଅପେକ୍ଷାକୃତ ଉଚ୍ଚା ମନୋବଳରେ ଥିବା ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନସକୁ ଭେଟିବ। ମୁମ୍ବାଇ ପାଇଁ ଏହା ଷଷ୍ଠ ମୁକାବିଲା ହୋଇଥିବାବେଳେ ରାଜସ୍ଥାନ ପାଇଁ ଚତୁର୍ଥ ମ୍ୟାଚ୍। ଇଣ୍ଡିଆନସ ତାର ପାଞ୍ଚିଟି ମ୍ୟାଚରୁ 3 ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟରେ ଥିବାବେଳେ ରୟାଲ୍ସ 4ଟି ମ୍ୟାଚରୁ ଦୁଇ ବିଜୟ […]

cdf

Hemant Lenka
  • Published: Tuesday, 06 October 2020
  • , Updated: 06 October 2020, 04:32 PM IST

ନୂଆଦିଲ୍ଲୀ: ଆରମ୍ଭରୁ ଚମକପ୍ରଦ କ୍ରିକେଟ୍ ସହ ଆଇପିଏଲ ଅଭିଯାନ ଆରମ୍ଭ କରିବା ପରେ ଲଗାତର ଦୁଇଟି ମ୍ୟାଚ ହାରି ସଂକଟରେ ପଡ଼ିଥିବା ରାଜସ୍ଥାନ ରୟାଲସ୍ ଆଜିର ମୁକାବିଲାରେ ଅପେକ୍ଷାକୃତ ଉଚ୍ଚା ମନୋବଳରେ ଥିବା ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନସକୁ ଭେଟିବ। ମୁମ୍ବାଇ ପାଇଁ ଏହା ଷଷ୍ଠ ମୁକାବିଲା ହୋଇଥିବାବେଳେ ରାଜସ୍ଥାନ ପାଇଁ ଚତୁର୍ଥ ମ୍ୟାଚ୍। ଇଣ୍ଡିଆନସ ତାର ପାଞ୍ଚିଟି ମ୍ୟାଚରୁ 3 ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟରେ ଥିବାବେଳେ ରୟାଲ୍ସ 4ଟି ମ୍ୟାଚରୁ ଦୁଇ ବିଜୟ ସହ ପଞ୍ଚମରେ ରହିଛି।

ନିଜେ ଅଧିନାୟକ ରୋହିତ ଶର୍ମା, ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ କ୍ୱିଣ୍ଟନ୍ ଡି କକ୍ ଟପ୍ ଅର୍ଡରରେ ନିୟମିତ ପ୍ରଦର୍ଶନ ଦେଇ ଚାଲିଥିବାବେଳେ ମଧ୍ୟକ୍ରମରେ ଇଶାନ କିଶନ ଉପଯୋଗୀ ପାଳି ଖେଳିବା ଜାରି ରଖିଛନ୍ତି। ତେବେ ଡେଥ୍ ଓଭରରେ କାଇରନ୍ ପୋଲାର୍ଡଙ୍କ ସହ ପାଣ୍ଡ୍ୟା ବ୍ରଦର୍ସଙ୍କ ବିସ୍ଫୋରଣ ମୁମ୍ବାଇକୁ ଫାଇଦାରେ ରଖୁଛି। ଯଦିଓ ସୂର୍ଯ୍ୟକୁମାର ଯାଦବ ଭଲ ଆରମ୍ଭ ସତ୍ତ୍ୱେ ଏଯାଏ ବଡ଼ ସ୍କୋର କରିପାରିନାହାନ୍ତି। ତେବେ ଯେକୌଣସି ସମୟରେ ସେ ଲୟକୁ ଫେରିପାରନ୍ତି। ତେବେ ମୁମ୍ବାଇର ବଡ଼ ଶକ୍ତି ସାଜିଛି ଦ୍ରୁତ ବୋଲିଂ ବାହିନୀ। ବୋଲ୍ଟ, ପ୍ୟାଟିନସନ୍ ଓ ବୁମ୍ରାଙ୍କ ମିଳିତ ତ୍ରିଶକ୍ତି ଆଇପିଏଲର ଯେକୌଣସି ବ୍ୟାଟିଂ ଲାଇନ୍ ଅପକୁ ଲଗାମ ଦେବାରେ ସକ୍ଷମ, ଯାହା ସେମାନେ ଏଯାଏ କରି ଦେଖାଇଛନ୍ତି।

ଜବରଦସ୍ତ ପ୍ରଦର୍ଶନ ସହ ଅଭିଯାନ ଆରମ୍ଭ କରିଥିବା ରାଜସ୍ଥାନ ରୟାଲ୍ସ ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ଆତ୍ମବିଶ୍ୱାସର ସଙ୍କଟରେ ପଡ଼ିଛି। ବଟଲରଙ୍କ ବ୍ୟାଟ୍ ଏଯାଏ ବର୍ଷିନାହିଁ କି ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଗତ ଦୁଇଟି ମ୍ୟାଚରେ ଉଭୟ ଅଧିନାୟକତ୍ୱ ଓ ବ୍ୟାଟିଂରେ ଅସ୍ଥିର ପ୍ରଦର୍ଶନ ଦେଇଛନ୍ତି। ସଂଜୁ ସାମସନ ପ୍ରଥମ ଦୁଇଟି ମ୍ୟାଚର ବିସ୍ଫୋରଣ ପରେ ହଠାତ୍ ନିରବି ଯାଇଛନ୍ତି। ତେବେ ଦଳର ଦୁର୍ବଳତା ସାଜିଛି ମଧ୍ୟକ୍ରମ। ଆଉଟ୍ ଅଫ ଫର୍ମ ରବିନ ଉଥାପ୍ପାଙ୍କ ବଦଳରେ ଏହି ମ୍ୟାଚରେ ଦଳ ଯଶସ୍ୱୀ ଜୟସ୍ୱାଲଙ୍କ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାର ସମ୍ଭାବନା ରହିଛି।

ସେହିପରି ଅନଭିଜ୍ଞ ରାହୁଲ ତେୱାତିଆ ମଧ୍ୟ ନିଜ ପ୍ରଦର୍ଶନକୁ କାଏମ ରଖିପାରୁନାହାନ୍ତି। ତେବେ ଦଳ ପାଇଁ ବୋନସ୍ ସାଜିଛନ୍ତି ନବାଗତ ମହୀପାଲ୍ ଲମରୋର୍। କିନ୍ତୁ ଜେଫ୍ରା ଆର୍ଚର ଦଳର ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଥିଲେ ହେଁ ମୁମ୍ବାଇ ସ୍କୋରିଂରେ ରୋକ୍ ଦେବାକୁ ହେଲେ ତାଙ୍କୁ ଅନ୍ୟମାନଙ୍କ ଠାରୁ ଭରପୂର ସହଯୋଗ ନିହାତି ଆବଶ୍ୟକ।

Related story