ଗୁରୁଙ୍କ ପରାମର୍ଶକୁ ମନେ ପକାଇଲେ ସଚିନ୍‌

ମୁମ୍ବାଇ: ଆଜି ହେଉଛି ଗୁରୁ ଦିବସ। ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଜନ୍ମଦିନଟିକୁ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ ମାଷ୍ଟର୍ ବ୍ଲାଷ୍ଟର୍ ତଥା ଭାରତରତ୍ନ ସଚିନ୍‌ ତେନ୍ଦୁଲକର ମଧ୍ୟ ଏହି ଅବସରରେ ତାଙ୍କ ଗୁରୁ ରମାକାନ୍ତ ଆଚ୍‌ରେକରଙ୍କୁ ମନେ ପକାଇଛନ୍ତି ଓ ଏକ ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି,“ଶିକ୍ଷକମାନେ କେବଳ ଶିକ୍ଷାଦାନ କରନ୍ତି ନାହିଁ, ଜୀବନର ମୂଲ୍ୟବୋଧ ମଧ୍ୟ ଶିଖାନ୍ତି। ଆଚ୍‌ରେକର ସାର୍ ମୋତେ ଉଭୟ ଖେଳରେ ଓ […]

sachin1

sachin1

Jitendra Garnayak
  • Published: Thursday, 05 September 2019
  • Updated: 05 September 2019, 01:50 PM IST

Sports

Latest News

ମୁମ୍ବାଇ: ଆଜି ହେଉଛି ଗୁରୁ ଦିବସ। ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଜନ୍ମଦିନଟିକୁ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ ମାଷ୍ଟର୍ ବ୍ଲାଷ୍ଟର୍ ତଥା ଭାରତରତ୍ନ ସଚିନ୍‌ ତେନ୍ଦୁଲକର ମଧ୍ୟ ଏହି ଅବସରରେ ତାଙ୍କ ଗୁରୁ ରମାକାନ୍ତ ଆଚ୍‌ରେକରଙ୍କୁ ମନେ ପକାଇଛନ୍ତି ଓ ଏକ ଟ୍ୱିଟ୍ କରିଛନ୍ତି।

ସେ ଟ୍ୱିଟ୍ କରି ଲେଖିଛନ୍ତି,“ଶିକ୍ଷକମାନେ କେବଳ ଶିକ୍ଷାଦାନ କରନ୍ତି ନାହିଁ, ଜୀବନର ମୂଲ୍ୟବୋଧ ମଧ୍ୟ ଶିଖାନ୍ତି। ଆଚ୍‌ରେକର ସାର୍ ମୋତେ ଉଭୟ ଖେଳରେ ଓ ଜୀବନରେ ସବୁବେଳେ ସିଧା ଖେଳିବା ଶିଖାଇଥିଲେ। ମୋ ଜୀବନ ଗଢ଼ିବାରେ ତାଙ୍କର ଯେଉଁ ଅମାପ ଯୋଗଦାନ ରହିଛି, ସେଥିପାଇଁ ମୁଁ ତାଙ୍କ ନିକଟରେ ସବୁଦିନେ କୃତଜ୍ଞ ରହିବ। ସେ ଶିଖାଇଥିବା କଥା ଏବେ ବି ମୋତେ ଦିଗ୍‌ଦର୍ଶନ ଦିଏ।’


ଏହି ଲେଖା ସହିତ ସଚିନ୍ ତାଙ୍କ ଗୁରୁ ତାଙ୍କୁ ବ୍ୟାଟିଂର କୌଶଳ ଶିଖାଉଥିବାର ଏକ ଫଟୋ ମଧ୍ୟ ଶେଆର୍ କରିଛନ୍ତି।

ସଚିନ୍‌ଙ୍କ ବ୍ୟତୀତ କ୍ରିକେଟ୍‌ର ବିନୋଦ କାମ୍ବଲୀ, ପ୍ରବୀଣ ଆମ୍ରେ, ଅଜିତ୍ ଅଗରକର ଓ ରମେଶ ପାୱାର ମଧ୍ୟ ରମାକାନ୍ତ ଆଚ୍‌ରେକରଙ୍କ ଛାତ୍ର ଥିଲେ।

୮୭ ବର୍ଷ ବୟସରେ ଚଳିତ ବର୍ଷ ଜାନୁଆରୀ ୨ ତାରିଖରେ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ ରମାକାନ୍ତ ଆଚ୍‌ରେକରଙ୍କ ପରଲୋକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos