୧୦୦ ଅସହାୟ ପିଲାଙ୍କର ଚିକିତ୍ସା କରାଇଲେ ସଚିନ୍

ମୁମ୍ବାଇ: କ୍ରିକେଟରୁ ଅବସର ନେବା ପରେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ନିଜକୁ ସମାଜସେବାରେ ନିୟୋଜିତ କରିଛନ୍ତି। ମଇଦାନ ଭିତରେ ହେଉ କି ବାହାରେ, ସବୁଠି ନିଜର କାମ ପାଇଁ ଚର୍ଚ୍ଚିତ ଥାନ୍ତି ସଚିନ। ଏବେ ସଚିନ୍ ଏଭଳି ଏକ କାମ କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ। କରୋନା ମହାମାରୀ ମଧ୍ୟରେ ସଚିନ୍ ୬ ରାଜ୍ୟର ୧୦୦ ଗରିବ ପିଲାଙ୍କର ଚିକିତ୍ସା ବହନ କରି ନିଜ ମହାନତାର ପରିଚୟ […]

sachin

Ranjit Kumar Jena
  • Published: Tuesday, 01 December 2020
  • , Updated: 01 December 2020, 01:58 PM IST

ମୁମ୍ବାଇ: କ୍ରିକେଟରୁ ଅବସର ନେବା ପରେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ନିଜକୁ ସମାଜସେବାରେ ନିୟୋଜିତ କରିଛନ୍ତି। ମଇଦାନ ଭିତରେ ହେଉ କି ବାହାରେ, ସବୁଠି ନିଜର କାମ ପାଇଁ ଚର୍ଚ୍ଚିତ ଥାନ୍ତି ସଚିନ। ଏବେ ସଚିନ୍ ଏଭଳି ଏକ କାମ କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ।

କରୋନା ମହାମାରୀ ମଧ୍ୟରେ ସଚିନ୍ ୬ ରାଜ୍ୟର ୧୦୦ ଗରିବ ପିଲାଙ୍କର ଚିକିତ୍ସା ବହନ କରି ନିଜ ମହାନତାର ପରିଚୟ ଦେଇଛନ୍ତି। ସେ 'ଏକମ୍' ଫାଉଣ୍ଡେସନ୍ ସହ ମିଶି ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶର ପିଲାଙ୍କ ଚିକିତ୍ସା ପାଇଁ ଏହି ସହାୟତା କରିଛନ୍ତି। ସଚିନ ଯେଉଁ ପିଲାଙ୍କ ସହାୟତା କରିଛନ୍ତି, ସେମାନେ କିଛି ନା କିଛି ଗୁରୁତର ରୋଗରେ ଆକ୍ରାନ୍ତ ଅଛନ୍ତି ଏବଂ ସେହି ପିଲାମାନେ ମଧ୍ୟ ନିଜର ଖର୍ଚ୍ଚ ଉଠାଇବା ପାଇଁ ଅସମର୍ଥ।

ଏ ନେଇ 'ଏକମ୍' ଫାଉଣ୍ଡେସନର ମ୍ୟାନେଜିଂ ପାର୍ଟନର୍ ଅମୀତା ଚାଟାର୍ଜୀ କହିଛନ୍ତି, 'ଆମ ଫାଉଣ୍ଡେସନ୍ ସହ ସଚିନଙ୍କ ଯୋଡ଼ି ହେବା ସୌଭାଗ୍ୟର କଥା। ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚିନ୍ ବହୁ ଭଲ କାମ କରିଛନ୍ତି।'

ନିକଟରେ ସଚିନ୍ ଆସାମର ମାକୁନ୍ଦା ହସ୍ପିଟାଲରେ ଶିଶୁ ରୋଗ ବିଭାଗକୁ ଉପକରଣ ଦେଇଥିଲେ, ଯାହାଦ୍ୱାରା ପ୍ରତିବର୍ଷ ୨ହଜାରରୁ ଅଧିକ ପିଲାଙ୍କୁ ଫାଇଦା ହେବ। ସଚିନ୍ ବିଶ୍ୱ ଶିଶୁ ଦିବସ ଅବସରରେ ୟୁନିସେଫର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Related story