ମନେ ପଡ଼ିଗଲା ପିଲାଦିନ: ବସ୍ତି ପିଲାଙ୍କ ସହ କ୍ରିକେଟ ଖେଳିଲେ ସଚିନ୍‌

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରୁ ସନ୍ନ୍ୟାସ ନେଇଯାଇଛନ୍ତି। କିନ୍ତୁ  କ୍ରିକେଟ ଖେଳ ପ୍ରତି ଆଗ୍ରହ ଜମାରୁ କମିନାହିଁ। କେହି କ୍ରିକେଟ ଖେଳିବାର ଦେଖିଲେ ସେ ନିଜକୁ  ରୋକି ପାରନ୍ତି ନାହିଁ, ଖେଳିବାକୁ ପଡ଼ିଆକୁ ଓହ୍ଲାଇ ଯାଆନ୍ତି। ଏବେ ସଚିନଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ସଚିନ ମୁମ୍ବାଇର ମେଟ୍ରୋ କନଷ୍ଟ୍ରକସନ୍ ସାଇଟରେ ପିଲାମାନଙ୍କ ସହ କ୍ରିକେଟ ଖେଳୁଛନ୍ତି। ପ୍ରକୃତ କଥା ହେଉଛି ରବିବାର ସଚିନ  ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ […]

tyh

Rakesh Mallick
  • Published: Tuesday, 17 April 2018
  • , Updated: 17 April 2018, 06:08 PM IST

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରୁ ସନ୍ନ୍ୟାସ ନେଇଯାଇଛନ୍ତି। କିନ୍ତୁ  କ୍ରିକେଟ ଖେଳ ପ୍ରତି ଆଗ୍ରହ ଜମାରୁ କମିନାହିଁ। କେହି କ୍ରିକେଟ ଖେଳିବାର ଦେଖିଲେ ସେ ନିଜକୁ  ରୋକି ପାରନ୍ତି ନାହିଁ, ଖେଳିବାକୁ ପଡ଼ିଆକୁ ଓହ୍ଲାଇ ଯାଆନ୍ତି। ଏବେ ସଚିନଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ସଚିନ ମୁମ୍ବାଇର ମେଟ୍ରୋ କନଷ୍ଟ୍ରକସନ୍ ସାଇଟରେ ପିଲାମାନଙ୍କ ସହ କ୍ରିକେଟ ଖେଳୁଛନ୍ତି।

ପ୍ରକୃତ କଥା ହେଉଛି ରବିବାର ସଚିନ  ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ କେଉଁ ଏକ ସ୍ଥାନକୁ ବୁଲିବାକୁ  ଯାଉଥିଲେ। ସେହି ସମୟରେ  କିଛି ପିଲା କ୍ରିକେଟ ଖେଳୁଥିବା ତାଙ୍କ ନଜରକୁ ଆସିଥିଲା। ବିଳମ୍ବିତ ରାତିରେ  ପିଲାମାନଙ୍କୁ କ୍ରିକେଟ ଖେଳିବାର ଦେଖି ସଚିନଙ୍କର ପୁରୁଣା ଦିନର କଥା ମନେ ପଡ଼ି ଯାଇଥିଲା। ସେ ଆଉ ନିଜକୁ ରୋକି ପାରି ନ ଥିଲେ। ନିଜ କାର୍‌ରୁ ଓହ୍ଲାଇ ପିଲାମାନଙ୍କ ପାଖକୁ ଦୌଡ଼ି ଯାଇଥିଲେ। ତାଙ୍କୁ ସହ ଖେଳିଥିଲେ। ପ୍ରଥମେ ସଚିନ ଏହି ପିଲାମାନଙ୍କ ସହ ହାତ ମିଳାଇଥିଲେ। ପରେ ପିଲାଙ୍କୁ ବୋଲିଂ କରିବାକୁ କହିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ସଚିନଙ୍କୁ ଖୁବ୍‌  ପ୍ରଂଶସା କରିଥିଲେ। ପିଲାମାନେ ସଚିନଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ।

 

Related story