ନେପାଳରେ 'ବ୍ୟାଟ୍ ଫର୍ ବ୍ରେନ୍ ଡେଭଲପମେଣ୍ଟ' ଅଭିଯାନରେ ଯୋଗଦେଲେ ସଚିନ୍‌

କାଠମାଣ୍ଡୁ: ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ୟୁନିସେଫ୍ ନେପାଳର ‘ବ୍ୟାଟ୍ ଫର୍ ବ୍ରେନ୍ ଡେଭଲପମେଣ୍ଟ’ ଅଭିଯାନ ପ୍ରତି ସଚେତନତା ଜାଗୃତ କରିବା ପାଇଁ ତିନିଦିନିଆ ନେପାଳ ଗସ୍ତରେ ଅଛନ୍ତି। ସଚିନ ୟୁନିସେଫର ବ୍ରାଣ୍ଡ୍ ଆମ୍ବାସାଡର୍ ଅଛନ୍ତି। ନିଜର ଏହି ଗସ୍ତ ସମୟରେ ସେ ନେପାଳର ମହିଳା ଟିମ୍ ସହ ମ୍ୟାଚ୍ ଖେଳିଛନ୍ତି। ଏହାସହ ପଶୁପତିନାଥ ମନ୍ଦିର ମଧ୍ୟ ଦର୍ଶନ ମଧ୍ୟ କରିଛନ୍ତି ଏବଂ ପରେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ସାକ୍ଷାତ କରିଛନ୍ତି। ସଚିନ […]

sachin

Ranjit Kumar Jena
  • Published: Tuesday, 19 November 2019
  • , Updated: 19 November 2019, 06:48 PM IST

କାଠମାଣ୍ଡୁ: ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ୟୁନିସେଫ୍ ନେପାଳର 'ବ୍ୟାଟ୍ ଫର୍ ବ୍ରେନ୍ ଡେଭଲପମେଣ୍ଟ' ଅଭିଯାନ ପ୍ରତି ସଚେତନତା ଜାଗୃତ କରିବା ପାଇଁ ତିନିଦିନିଆ ନେପାଳ ଗସ୍ତରେ ଅଛନ୍ତି। ସଚିନ ୟୁନିସେଫର ବ୍ରାଣ୍ଡ୍ ଆମ୍ବାସାଡର୍ ଅଛନ୍ତି।

ନିଜର ଏହି ଗସ୍ତ ସମୟରେ ସେ ନେପାଳର ମହିଳା ଟିମ୍ ସହ ମ୍ୟାଚ୍ ଖେଳିଛନ୍ତି। ଏହାସହ ପଶୁପତିନାଥ ମନ୍ଦିର ମଧ୍ୟ ଦର୍ଶନ ମଧ୍ୟ କରିଛନ୍ତି ଏବଂ ପରେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ସାକ୍ଷାତ କରିଛନ୍ତି। ସଚିନ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି।

ସଚିନ୍ ଲେଖିଛନ୍ତି, "ସ୍ୱାସ୍ଥ୍ୟ ଖରାପ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଓଲି ଜୀ' ମୋତେ ସାକ୍ଷାତ କରିବାକୁ ଆସିଥିବାରୁ ତାଙ୍କୁ ଧନ୍ୟବାଦ। ଆପଣ ଶୀଘ୍ର ସୁସ୍ଥ ହେବା ନେଇ ମୁଁ କାମନା କରୁଛି। ନେପାଳରେ ମିଳିଥିବା ଅପାର ଭଲପାଇବା ପାଇ ମୁଁ ବହୁତ ଖୁସି।"

Related story