ବିରୁଙ୍କ ଜନ୍ମଦିନରେ ଓଲ୍‌ଟା ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଲେ ସଚିନ: ସୋସିଆଲ ମିଡିଆରେ ଚର୍ଚ୍ଚା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗଙ୍କର ଆଜି ୩୯ତମ ଜନ୍ମଦିନ। ଏଥିପାଇଁ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଲୋକପ୍ରିୟ ଖେଳାଳିଙ୍କୁ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଏହି ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କିନ୍ତୁ ଏକ ନିଆରା ଢଙ୍ଗରେ ବିରୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଚିନ ବିରୁଙ୍କୁ ଓଲ୍‌ଟା ଶୁଭେଚ୍ଛା ବର୍ତ୍ତା ଟ୍ୱିଟର୍‌ ମାଧ୍ୟମରେ ଲେଖି ପଠାଇଛନ୍ତି। […]

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 07:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗଙ୍କର ଆଜି ୩୯ତମ ଜନ୍ମଦିନ। ଏଥିପାଇଁ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଲୋକପ୍ରିୟ ଖେଳାଳିଙ୍କୁ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଏହି ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କିନ୍ତୁ ଏକ ନିଆରା ଢଙ୍ଗରେ ବିରୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଚିନ ବିରୁଙ୍କୁ ଓଲ୍‌ଟା ଶୁଭେଚ୍ଛା ବର୍ତ୍ତା ଟ୍ୱିଟର୍‌ ମାଧ୍ୟମରେ ଲେଖି ପଠାଇଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି। ସଚିନଙ୍କୁ ଆଦର୍ଶ ମାନୁଥିବା ସେହୱାଗ ସଚିନଙ୍କୁ ଭଗବାନ ବୋଲି ସମ୍ଭୋଧିତ କରି ଏହାର ପ୍ରତିକ୍ରିୟା ରଖିଛନ୍ତି।

ସଚିନ ଓ ସେହୱାଗ ଦୁଇଜଣ ଭାରତୀୟ କ୍ରିକେଟ୍ ଟିମ୍‌ ପାଇଁ ଦୀର୍ଘଦିନ ଧରି ଓପନିଂ କରୁଥିଲେ। ଏହି ଦୁଇଜଣ ଖେଲାଳିଙ୍କ ତାଳମେଳ ବେଶ୍‌ ଉଚ୍ଚକୋଟିର ଥିଲା। ଏହି ନିକଟରେ ସଚିନ ତେନ୍ଦୁଲକର ସେହୱାଗଙ୍କୁ ଏକ ବିଏମ୍‌ଡବ୍ଲ୍ୟୁ କାର୍ ଉପହାର କରିଥିଲେ। ସେହୱାଗ ସେହି ଗାଡି ସହିତ ଏକ ଫଟୋ ସିସୋଆଲ ମିଡିଆରେ ପୋଷ୍ଟ କରିଥିଲେ।

Related story