ସାଗ୍‌-୨୦୧୬: ସାଇକେଲ୍ ଚାଳନାରେ ଭାରତକୁ ପୁଣି ୨ଟି ସ୍ୱର୍ଣ୍ଣ

ଗୌହାଟି: ୧୨ ତମ ସାଉଥ୍ ଏସିଆନ୍ ଗେମ୍ସ(ସାଗ୍‌)ର ତୃତୀୟ ଦିନରେ ସାଇକ୍ଲିଂ ପୁଣି ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ। ତୃତୀୟ ଦିନର ୪୦ କିଲୋମିଟର ଦଳଗତ ମହିଳା ସାଇକ୍ଲିଂ ଓ ୭୦ କିଲୋମିଟର ଦଳଗତ ପୁରୁଷ ବର୍ଗର ସାଇକ୍ଲିଂ ପ୍ରତିଯୋଗିତାରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ଏହା ସହିତ ସାଇକେଲ୍ ଚାଳନାରେ ଭାରତୀୟ ଖେଳାଳିମାନେ ବର୍ତ୍ତମାନ ସୁଦ୍ଧା ୫ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଚ ପଦକ ହାତେଇ ସାରିଛନ୍ତି। ୪୦ କିମି ମହିଳା […]

India sweep cycling gold medals on third day again

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 12:21 PM IST

ଗୌହାଟି: ୧୨ ତମ ସାଉଥ୍ ଏସିଆନ୍ ଗେମ୍ସ(ସାଗ୍‌)ର ତୃତୀୟ ଦିନରେ ସାଇକ୍ଲିଂ ପୁଣି ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ।

ତୃତୀୟ ଦିନର ୪୦ କିଲୋମିଟର ଦଳଗତ ମହିଳା ସାଇକ୍ଲିଂ ଓ ୭୦ କିଲୋମିଟର ଦଳଗତ ପୁରୁଷ ବର୍ଗର ସାଇକ୍ଲିଂ ପ୍ରତିଯୋଗିତାରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ଏହା ସହିତ ସାଇକେଲ୍ ଚାଳନାରେ ଭାରତୀୟ ଖେଳାଳିମାନେ ବର୍ତ୍ତମାନ ସୁଦ୍ଧା ୫ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଚ ପଦକ ହାତେଇ ସାରିଛନ୍ତି।

୪୦ କିମି ମହିଳା ସାଇକ୍ଲିଂ ବର୍ଗରେ ଭାରତର ଟି.ବିଦ୍ୟାଲକ୍ଷ୍ମୀ, ଋତୁଜା ସାତପୁତେ, ଜି ମନୀଷା ଓ ଚାଓବା ଦେବୀଙ୍କ ନେଇ ଗଠିତ ଟିମ୍ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଶ୍ରୀଲଙ୍କା ଓ ପାକିସ୍ତାନ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ଜିତିଛନ୍ତି।

ସେହିପରି ୭୦ କିମି ସାଇକ୍ଲିଂର ପୁରୁଷ ବର୍ଗରେ  ଅରବିନ୍ଦ ପନୱାର,ମଞ୍ଜିତ୍ ସିଂହ, ଦୀପକ କୁମାର ରାହି ଏବଂ ମନୋହର ଲାଲ୍ ବିଷ୍ନୋଇଙ୍କ ନେଇ ଗଠିତ ଭାରତୀୟ ଟିମ୍  ୧ଘଣ୍ଟା ୨୯ମିନିଟ୍ ୩୭ ସେକେଣ୍ଡରେ ଲକ୍ଷ୍ୟକୁ ଅତିକ୍ରମ କରି ସ୍ୱର୍ଣ୍ଣପଦକ ଜିତିଛନ୍ତି। ପାକିସ୍ତାନ ଓ ଶ୍ରୀଲଙ୍କା ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି।

ବିଦ୍ୟାଲକ୍ଷ୍ମୀ ଓ ଅରବିନ୍ଦଙ୍କ ଏହା ହେଉଛି ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହା ପୂର୍ବରୁ ଯଥାକ୍ରମେ ୩୦ କିମି ମହିଳା ଓ ୪୦ କିମି ପୁରୁଷ ବର୍ଗରେ ବ୍ୟକ୍ତିଗତ  ଭାବେ ସେମାନେ ସ୍ୱର୍ଣ୍ଣ ଜିତି ଥିଲେ।

ସାଗ୍‌ର ପ୍ରଥମ ଦିନରେ ଶନିବାର ଭାରତୀୟ ସାଇକେଲ୍ ଚାଳକମାନେ ଦୁଇଟି ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ହାସଲ କରିଥିବା ବେଳେ ଗତକାଲି ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ହାତେଇ ଥିଲେ।

ସାଗ୍‌ର ଗତ ସଂସ୍କରଣରେ ମଧ୍ୟ ସାଇକେଲ୍ ଚାଳନାରେ ଭାରତର ପ୍ରାଧାନ୍ୟ ରହିଥିଲା। ଭାରତୀୟ ସାଇକେଲ୍ ଚାଳକ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଥିଲେ।

Related story