ସାଗ୍‌-୨୦୧୬: ଉଶୁରେ ପୁନଶିଭାଙ୍କୁ ସ୍ୱର୍ଣ୍ଣ, ସ୍ୱଚାଚାଙ୍କୁ ରୌପ୍ୟ

ସିଲଂ: ସାଉଥ୍ ଏସିଆନ୍ ଗେମ୍ସ (ସାଗ୍‌)ରେ ଆଜି ଉଶୁରେ ଭାରତକୁ ମିଳିଛି ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ। ପୁରୁଷ ବର୍ଗରେ ଏମ୍. ପୁନଶିଭା ମୈତୈ ସ୍ୱର୍ଣ୍ଣ ପଦକ ହାତେଇ ଥିବା ବେଳେ ମହିଳା ବର୍ଗରେ ସ୍ୱଚାଚା ଜାତଭ ରୌପ୍ୟ ପଦକ ଜିତିଛନ୍ତି। ଆଉ ଏହା ସହିତ ଉଶୁରେ ଭାରତ ବର୍ତ୍ତମାନ ସୁଦ୍ଧା ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତି ସାରିଲାଣି। ଉଶୁରେ ଭାରତକୁ ଆହୁରି ୩ଟି ପଦକ ମିଳିବା […]

wushu

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 02:07 PM IST

ସିଲଂ: ସାଉଥ୍ ଏସିଆନ୍ ଗେମ୍ସ (ସାଗ୍‌)ରେ ଆଜି ଉଶୁରେ ଭାରତକୁ ମିଳିଛି ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ। ପୁରୁଷ ବର୍ଗରେ ଏମ୍. ପୁନଶିଭା ମୈତୈ ସ୍ୱର୍ଣ୍ଣ ପଦକ ହାତେଇ ଥିବା ବେଳେ ମହିଳା ବର୍ଗରେ ସ୍ୱଚାଚା ଜାତଭ ରୌପ୍ୟ ପଦକ ଜିତିଛନ୍ତି। ଆଉ ଏହା ସହିତ ଉଶୁରେ ଭାରତ ବର୍ତ୍ତମାନ ସୁଦ୍ଧା ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତି ସାରିଲାଣି।

ଉଶୁରେ ଭାରତକୁ ଆହୁରି ୩ଟି ପଦକ ମିଳିବା ନିଶ୍ଚିତ ହୋଇଯାଇଛି। କାରଣ ସାନାତୋଇ ଦେବୀ (୫୨ କେ.ଜି), ଅନୁପମା ଦେବୀ (୬୦ କେ.ଜି) ଓ ପୂଜା କାଦିଆନ୍ (୭୦ କେ.ଜି) ନିଜ ନିଜ ବର୍ଗରେ ଫାଇନାଲରେ ପହଞ୍ଚି ସାରିଛନ୍ତି।

Related story