ଟି-୨୦ରୁ ଅବସର ନେବା ନେଇ ପୁନଃବିଚାର କରିପାରନ୍ତି ଆଫ୍ରିଦି

କରାଚି: ଆସନ୍ତା ମାସରେ ୟୁଏଇରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ ପରେ ଅବସର ନେବାକୁ ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଶାହିଦ ଆଫ୍ରିଦି ଘୋଷଣା କରିଛନ୍ତି। ତେବେ ଆଫ୍ରିଦିଙ୍କୁ ତାଙ୍କ ନିଷ୍ପତ୍ତିର ପୁଣି ଥରେ ବିଚାର କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କହିଛି। ପିସିବି ଚାହୁଁଛି କି ଆଫ୍ରିଦି ସ୍ୱେଚ୍ଛାକୃତ ଭାବେ ଅବସର ନିଅନ୍ତୁ। କାହାର ପ୍ରରୋଚନାରେ ଆସି କୌଣସି ନିଷ୍ପତ୍ତି ନ ନିଅନ୍ତୁ ବୋଲି ପିସିବି ଆଫ୍ରିଦିଙ୍କୁ ପରାମର୍ଶ ଦେଇଛି। ଇଂଲଣ୍ଡ ବିପକ୍ଷ […]

afridi

Rakesh Mallick
  • Published: Monday, 12 September 2016
  • , Updated: 12 September 2016, 07:27 PM IST

କରାଚି: ଆସନ୍ତା ମାସରେ ୟୁଏଇରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ ପରେ ଅବସର ନେବାକୁ ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଶାହିଦ ଆଫ୍ରିଦି ଘୋଷଣା କରିଛନ୍ତି। ତେବେ ଆଫ୍ରିଦିଙ୍କୁ ତାଙ୍କ ନିଷ୍ପତ୍ତିର ପୁଣି ଥରେ ବିଚାର କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କହିଛି।

ପିସିବି ଚାହୁଁଛି କି ଆଫ୍ରିଦି ସ୍ୱେଚ୍ଛାକୃତ ଭାବେ ଅବସର ନିଅନ୍ତୁ। କାହାର ପ୍ରରୋଚନାରେ ଆସି କୌଣସି ନିଷ୍ପତ୍ତି ନ ନିଅନ୍ତୁ ବୋଲି ପିସିବି ଆଫ୍ରିଦିଙ୍କୁ ପରାମର୍ଶ ଦେଇଛି। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ପଡିବା ପରେ ଆଫ୍ରିଦି ଏପରି ନିଷ୍ପତ୍ତି ନେଇଥିବା ପିସିବି କହିଛି।

Related story