‘ସାଇ’ ପ୍ରଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ

କୋଚି: କେରଳର ଥିରୁଅନନ୍ତପୁରମ୍ ସ୍ଥିତ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ରେ ତାଲିମ୍ ନେଉଥିବା ଜଣେ ଜୁନିଅର ଜାତୀୟ ପଦକ ବିଜେତା ସ୍ଫ୍ରିଣ୍ଟର୍ ନୀତିନ ୟୁ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହଷ୍ଟେଲରେ ସିନିୟରମାନଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି। ନୀତିନଙ୍କୁ ଆଜି ସକାଳ ତାଙ୍କ ରୁମରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ଏକ ଭଙ୍ଗା କାଚ ଯୋଗେ ନିଜର ଏକ ହାତର ଶିର କାଟି ଦେଇଥିଲେ। ତାଙ୍କୁ […]

sai

Rakesh Mallick
  • Published: Wednesday, 10 June 2015
  • , Updated: 10 June 2015, 12:16 PM IST

କୋଚି: କେରଳର ଥିରୁଅନନ୍ତପୁରମ୍ ସ୍ଥିତ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ରେ ତାଲିମ୍ ନେଉଥିବା ଜଣେ ଜୁନିଅର ଜାତୀୟ ପଦକ ବିଜେତା ସ୍ଫ୍ରିଣ୍ଟର୍ ନୀତିନ ୟୁ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହଷ୍ଟେଲରେ ସିନିୟରମାନଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି।

ନୀତିନଙ୍କୁ ଆଜି ସକାଳ ତାଙ୍କ ରୁମରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ଏକ ଭଙ୍ଗା କାଚ ଯୋଗେ ନିଜର ଏକ ହାତର ଶିର କାଟି ଦେଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଥିରୁଅନନ୍ତପୁରମ ସ୍ଥିତ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସ୍ଥିର ଅଛି। ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।

ସାଇର ଜଣେ କୋଚ ନିଜ ନାମ ପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତି ଯେ ନୀତିନ ଇଣ୍ଟରନେଟ୍ ଯୋଗେ ବିଭିନ୍ନ ଜିନିଷ କିଣୁଥିଲା ଓ ସେଗୁଡ଼ିକୁ ଜୁନିୟରମାନଙ୍କୁ ଦୁଇ ଗୁଣା ଦରରେ ବଳପୂର୍ବକ ବିକ୍ରି କରୁଥିଲା। ମଙ୍ଗଳବାର କିଛି ସିନିୟର ତାକୁ ଧରିଥିଲେ ଓ ଆଗକୁ ଏଭଳି କାମ କଲେ ସାଇ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବ ବୋଲି କହିଥିଲେ। ପ୍ରାଥମିକ ତଦନ୍ତରୁ ଏହା ହିଁ ଘଟଣା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତମାସରେ କେରଳର ଆଲପୁଝା ସ୍ଥିତ ସାଇର ଜଳ କ୍ରୀଡ଼ା କେନ୍ଦ୍ରରେ ତାଲିମ ନେଉଥିବା ଜଣେ ମହିଳା ଖେଳାଳି ଆତ୍ମହତ୍ୟା କରିଥିଲେ। ସାଇର କିଛି ଅଧିକାରୀ ତାଙ୍କୁ ହଇରାଣ କରିଥିବା ଯୋଗୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Related story