ସାଇନାଙ୍କ ବଜାୟ ରଖିଲେ ୧ ନମ୍ବର ସ୍ଥାନ, ଜ୍ୱାଲା-ଅଶ୍ୱିନୀ ଖସିଲେ

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରସନ୍ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ସଦ୍ୟ ମାନ୍ୟତା ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପା ଯୋଡ଼ି। ମହିଳା ଡବଲ୍ସରେ ଏହି ଭାରତୀୟ ଯୋଡ଼ି ଗୋଟିଏ ସ୍ଥାନ ତଳକୁ ଖସି ତାଲିକାର ୧୨ ନମ୍ବର ସ୍ଥାନରେ ରହିଛନ୍ତି। ଅଗଷ୍ଟ ମାସରେ ଅନୁଷ୍ଠିତ ୱାର୍ଲ୍ଡ ଚାମ୍ପିଅନସିପର କ୍ୱାର୍ଟର ଫାଇନାଲରୁ ଏହି ଯୋଡ଼ି ବିଦା ହୋଇଥିଲେ। ତା’ପରେ ଜାପାନ ଓପନର ପ୍ରଥମ ରାଉଣ୍ଡରୁ ସେମାନେ ବିଦା ହୋଇଯାଇଥିଲେ। ଏହା […]

jwalagutta

Rakesh Mallick
  • Published: Thursday, 08 October 2015
  • , Updated: 08 October 2015, 06:01 PM IST

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରସନ୍ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ସଦ୍ୟ ମାନ୍ୟତା ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପା ଯୋଡ଼ି। ମହିଳା ଡବଲ୍ସରେ ଏହି ଭାରତୀୟ ଯୋଡ଼ି ଗୋଟିଏ ସ୍ଥାନ ତଳକୁ ଖସି ତାଲିକାର ୧୨ ନମ୍ବର ସ୍ଥାନରେ ରହିଛନ୍ତି। ଅଗଷ୍ଟ ମାସରେ ଅନୁଷ୍ଠିତ ୱାର୍ଲ୍ଡ ଚାମ୍ପିଅନସିପର କ୍ୱାର୍ଟର ଫାଇନାଲରୁ ଏହି ଯୋଡ଼ି ବିଦା ହୋଇଥିଲେ। ତା’ପରେ ଜାପାନ ଓପନର ପ୍ରଥମ ରାଉଣ୍ଡରୁ ସେମାନେ ବିଦା ହୋଇଯାଇଥିଲେ। ଏହା ପରେ ଜ୍ୱାଲାଙ୍କ ଅସୁସ୍ଥତା କାରଣରୁ   ସେମାନେ କୋରିଆ ଓପନରୁ ଓହରି ଯାଇଥିଲେ। ତେଣୁ ସେମାନଙ୍କ ମାନ୍ୟତା ତଳକୁ ଖସିଛି।

ଅନ୍ୟପକ୍ଷରେ ସଦ୍ୟ ତାଲିକା ଅନୁଯାୟୀ ମହିଳା ଏକକ ବର୍ଗରେ ସାଇନା ନେହୱାଲ୍ ୧ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ପି.ଭି ସିନ୍ଧୁ ୧୩ ନମ୍ବର ସ୍ଥାନରେ ରହିଛନ୍ତି।

ପୁରୁଷ ଏକକ ବର୍ଗରେ ଭାରତର କିଦାମ୍ବି ଶ୍ରୀକାନ୍ତ, ପାରୁପାଲ୍ଲୀ କାଶ୍ୟପ ଓ ଏଚ.ଏସ ପ୍ରନୋୟ ଯଥାକ୍ରମେ ୫,୮ ଓ ୧୬ ନମ୍ବର ସ୍ଥାନରେ ରହିଛନ୍ତି।

Related story