ଚାଇନା ଓପନ: ସୁନ୍ ୟୁଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ସାଇନା

ଫୁଝାଉ: ଚାଇନା ଓପନ ବ୍ୟାଟମିଣ୍ଟନରେ ଭାରତର ସାଇନା ନେହେୱାଲ ଚୀନର ସୁନ୍ ୟୁଙ୍କୁ ୨୨-୨୦, ୨୧-୧୮ ସେଟରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ବୁଧବାର ଉଭୟଙ୍କ ମଧ୍ୟରେ ହୋଇଥିବା ମ୍ୟାଚ ୪୯ ମିନିଟରେ ଶେଷ ହୋଇଯାଇଥିଲା। ପ୍ରଥମରୁ ହିଁ ସାଇନା ଚୀନର ସୁନ୍ ୟୁଙ୍କ ଉପରେ ଭାରି ପଡିଥିଲେ। ଅନ୍ୟପକ୍ଷରେ ଭାରତ ପିଭି ସିନ୍ଦୁ ରୁଷିଆର ରିଭାଲ କେସ୍କେନିଆ ପୋଲିକରପୋଭାଙ୍କୁ ସିଧାସଳଖ ୨୧-୧୪, ୨୧-୯ ସେଟରେ ପରାସ୍ତ କରିଛନ୍ତି। ଖେଳ ପ୍ରାରମ୍ଭରୁ ହିଁ ଦୁଇ ତାରକାଙ୍କ ମଧ୍ୟରେ […]

saina-nehwal-asian

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 11:56 AM IST

ଫୁଝାଉ: ଚାଇନା ଓପନ ବ୍ୟାଟମିଣ୍ଟନରେ ଭାରତର ସାଇନା ନେହେୱାଲ ଚୀନର ସୁନ୍ ୟୁଙ୍କୁ ୨୨-୨୦, ୨୧-୧୮ ସେଟରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ବୁଧବାର ଉଭୟଙ୍କ ମଧ୍ୟରେ ହୋଇଥିବା ମ୍ୟାଚ ୪୯ ମିନିଟରେ ଶେଷ ହୋଇଯାଇଥିଲା। ପ୍ରଥମରୁ ହିଁ ସାଇନା ଚୀନର ସୁନ୍ ୟୁଙ୍କ ଉପରେ ଭାରି ପଡିଥିଲେ।

ଅନ୍ୟପକ୍ଷରେ ଭାରତ ପିଭି ସିନ୍ଦୁ ରୁଷିଆର ରିଭାଲ କେସ୍କେନିଆ ପୋଲିକରପୋଭାଙ୍କୁ ସିଧାସଳଖ ୨୧-୧୪, ୨୧-୯ ସେଟରେ ପରାସ୍ତ କରିଛନ୍ତି। ଖେଳ ପ୍ରାରମ୍ଭରୁ ହିଁ ଦୁଇ ତାରକାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା। ଶେଷରେ ପିଭି ସିନ୍ଦୁ ବିଜୟୀ ହୋଇଥିଲେ।

Related story