ୱାଲର୍ଡ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍: ପ୍ରି-କ୍ୱାର୍ଟରରେ ପହଞ୍ଚିଲେ ଭାରତର ସାଇନା ଓ ସାଇ ପ୍ରଣୀଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ଲାସଗୋରେ ଚାଲିଥିବା ୱାଲର୍ଡ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଷ୍ଟାର ଖେଳାଳି ସାଇନା ନେହୱାଲ ଆକର୍ଷଣୀୟ ପ୍ରଦର୍ଶନ କରି ପ୍ରି କ୍ୱାର୍ଟରରେ ପହଞ୍ଚିଛନ୍ତି। ସାଇନା ଏହି ମ୍ୟାଚରେ ପ୍ରଥମରୁ ପ୍ରଭାବ ବିସ୍ତାର କରି ଖେଳିଥିଲେ। ସାଇନାଙ୍କ ଫର୍ମ ଆଗରେ ହାର ମାନିଥିଲେ ସ୍ୱିଜରଲାଣ୍ଡର ସାବ୍ରିନା ଜାକେଟ୍। ସାଇନା ସିଧାସଳଖ  ୨୧-୧୧, ୨୧-୧୨ ସେଟରେ ସାବ୍ରିନାଙ୍କୁ ହରାଇବାରେ ସକ୍ଷମ ହୋଇଥିଲେ। ଏହି ମ୍ୟାଚ ମାତ୍ର ୩୩ ମିନିଟରେ ଶେଷ ହୋଇଥିଲା। ଅନ୍ୟ ଏକ […]

sss

Rakesh Mallick
  • Published: Wednesday, 23 August 2017
  • , Updated: 23 August 2017, 06:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ଲାସଗୋରେ ଚାଲିଥିବା ୱାଲର୍ଡ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଷ୍ଟାର ଖେଳାଳି ସାଇନା ନେହୱାଲ ଆକର୍ଷଣୀୟ ପ୍ରଦର୍ଶନ କରି ପ୍ରି କ୍ୱାର୍ଟରରେ ପହଞ୍ଚିଛନ୍ତି। ସାଇନା ଏହି ମ୍ୟାଚରେ ପ୍ରଥମରୁ ପ୍ରଭାବ ବିସ୍ତାର କରି ଖେଳିଥିଲେ। ସାଇନାଙ୍କ ଫର୍ମ ଆଗରେ ହାର ମାନିଥିଲେ ସ୍ୱିଜରଲାଣ୍ଡର ସାବ୍ରିନା ଜାକେଟ୍। ସାଇନା ସିଧାସଳଖ  ୨୧-୧୧, ୨୧-୧୨ ସେଟରେ ସାବ୍ରିନାଙ୍କୁ ହରାଇବାରେ ସକ୍ଷମ ହୋଇଥିଲେ। ଏହି ମ୍ୟାଚ ମାତ୍ର ୩୩ ମିନିଟରେ ଶେଷ ହୋଇଥିଲା।
ଅନ୍ୟ ଏକ ମ୍ୟାଚରେ ଭାରତୀୟ ଯୁବ ତାରକା ସାଇ ପ୍ରଣୀଥ  ଆନ୍ଥୋନୀ ଗିଣ୍ଟିଂଙ୍କୁ ପରାସ୍ତ କରି ପ୍ରି କ୍ୱାର୍ଟରରେ ପହଞ୍ଚିଛନ୍ତି। ସାଇ ପ୍ରଥମ ସେଟ ହାରିବା ପରେ ଶେଷ ଦୁଇଟି ସେଟରେ ଭଲ ପ୍ରଦର୍ଶନ କରିଛନ୍ତି।

Related story