ପାକିସ୍ତାନ ବିପକ୍ଷ ଡେଭିସ୍ କପ୍ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଆସନ୍ତାମାସରେ ପାକିସ୍ତାନରେ ହେବାକୁଥିବା ଡେଭିସ୍ କପ୍ ଗ୍ରୁପ୍-ଆଇ ମୁକାବିଲା ପାଇଁ ସୋମବାର ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ) ଭାରତୀୟ ଦଳର ଘୋଷଣା କରିଛି। ଟିମକୁ ସାକେତ ମିନେନୀ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଯିଏ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ମୁକାବିଲା ଖେଳିବେ। ପ୍ରଜନେଶ୍ ଗୁଣେଶ୍ୱରନ୍ ଓ ରାମକୁମାର ରାମାନାଥନ୍ ସିଙ୍ଗଲ୍ସରେ ଭାରତର ନେତୃତ୍ୱ ନେବେ। ସେହିପରି ଇସଲାମାବାଦରେ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଗ୍ରାସ୍ କୋର୍ଟରେ ହେବାକୁଥିବା ମୁକାବିଲାରେ ରୋହନ୍ ବୋପନ୍ନା ଓ ଦିବିଜ […]

davis

Ranjit Kumar Jena
  • Published: Monday, 05 August 2019
  • , Updated: 05 August 2019, 09:23 PM IST

ନୂଆଦିଲ୍ଲୀ: ଆସନ୍ତାମାସରେ ପାକିସ୍ତାନରେ ହେବାକୁଥିବା ଡେଭିସ୍ କପ୍ ଗ୍ରୁପ୍-ଆଇ ମୁକାବିଲା ପାଇଁ ସୋମବାର ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ) ଭାରତୀୟ ଦଳର ଘୋଷଣା କରିଛି। ଟିମକୁ ସାକେତ ମିନେନୀ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଯିଏ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ମୁକାବିଲା ଖେଳିବେ।

ପ୍ରଜନେଶ୍ ଗୁଣେଶ୍ୱରନ୍ ଓ ରାମକୁମାର ରାମାନାଥନ୍ ସିଙ୍ଗଲ୍ସରେ ଭାରତର ନେତୃତ୍ୱ ନେବେ। ସେହିପରି ଇସଲାମାବାଦରେ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଗ୍ରାସ୍ କୋର୍ଟରେ ହେବାକୁଥିବା ମୁକାବିଲାରେ ରୋହନ୍ ବୋପନ୍ନା ଓ ଦିବିଜ ଶରନ୍ ଡବଲ୍ସ ଯୋଡ଼ି ଭାବେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଆହତ କାରଣରୁ ସୁମିତ୍ ନାଗଲ ନିଜକୁ ଉପଲବ୍ଧ ନରଖିବାକୁ ଚୟନକର୍ତ୍ତାଙ୍କୁ କହିଥିଲେ। ଯୁବ ଖେଳାଳି ଶଶି କୁମାର ମୁକୁନ୍ଦଙ୍କୁ ରିଜର୍ଭ ଖେଳାଳି ଭାବେ ଚୟନ କରାଯାଇଛି।

ରୋହିତ୍ ରାଜପାଲଙ୍କ ନେତୃତ୍ୱାଧିନ ଏହି ଚୟନ କମିଟି ବଳରାମ ସିଂହ, ଜୀଶାନ୍ ଅଲୀ, ନନ୍ଦନ ଓ ଅଙ୍କିତା ଭାମ୍ବ୍ରୀ ଅଛନ୍ତି। ଏଥିମଧ୍ୟରୁ ରାଜପାଲ୍ ଓ ବଳରାମ ବୈଠକରେ ଉପସ୍ଥିତ ଥିବା ବେଳେ ଜୀଶାନ, ନନ୍ଦନ ଓ ଅଙ୍କିତା ଟେଲି କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ। ମିନେନୀ ଶେଷଥର ପାଇଁ ଗତବର୍ଷ ସେପ୍ଟେମ୍ବରରେ କଲିକତାରେ ଅନୁଷ୍ଠିତ ଇଟାଲୀ ବିପକ୍ଷ ମୁକାବିଲା ଖେଳିଥିଲେ। ଏଥିରେ ଭାରତ ୧-୩ରେ ପରାସ୍ତ ହୋଇଥିଲା। ତେବେ ଏଥିରେ ମିନେନୀଙ୍କୁ ଖେଳିବାର ସୁଯୋଗ ମିଳିନଥିଲା। କିନ୍ତୁ ଏଥର ସେ ଫିଟ୍ ଅଛନ୍ତି ଏବଂ ମ୍ୟାଚ୍ ଖେଳିବେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ଭାରତୀୟ ଟିମ୍ ଶେଷଥର ପାଇଁ ମାର୍ଚ୍ଚ, ୧୯୬୪ରେ ପାକିସ୍ତାନ ଗସ୍ତ କରିଥିଲା ଏବଂ ଲାହୋରରେ ଆୟୋଜକ ଟିମକୁ ୪-୦ରେ ହରାଇଥିଲା। ଏହା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଏପ୍ରିଲ୍, ୨୦୦୬ରେ ମୁମ୍ବାଇରେ ମ୍ୟାଚ୍ ହୋଇଥିଲା। ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣ ଯୋଗୁ ଫେବୃଆରୀରେ ଡ୍ର' ବାହାରିବା ପରେ ଭାରତର ପାକିସ୍ତାନ ଯିବା ନେଇ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏବେ ପାକିସ୍ତାନ ଯିବା ପାଇଁ ଭାରତକୁ ସବୁଜ ସଙ୍କେତ ମିଳିସାରିଛି।

ଭାରତୀୟ ସ୍କ୍ୱାଡ୍: ପ୍ରଜନେଶ୍ ଗୁଣେଶ୍ୱରନ୍, ରାମକୁମାର ରାମନାଥନ୍, ସାକେତ୍ ମିନେନୀ, ରୋହନ୍ ବୋପନ୍ନା ଓ ଦିବିଜ ଶରନ୍। କ୍ୟାପଟେନ୍: ମହେଶ ଭୂପତି, କୋଚ୍- ଜୀଶାନ୍ ଅଲୀ।

Related story