ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫୁଟବଲ୍ ଗଭର୍ଣିଂବଡି ‘ଫିଫା’ ଫୋକସରେ ଏବେ ଭାରତ। ଭାରତକୁ ଏନ୍ତୁଡିଶାଳା ଭାବେ ଗ୍ରହଣ କରି ଏଠାରେ ଫୁଟବଲକୁ ଲୋକପ୍ରିୟ କରିବା ଲାଗି ଆରମ୍ଭ ହୋଇଛି ପ୍ରୟାସ। ଇଣ୍ଡିଆ ସୁପର ଲିଗ୍ ପରେ ୧୭ ବର୍ଷରୁ କମ୍ ବିଶ୍ୱକପ ଭାରତ ଆଣି ଏହି ଦିଗରେ ପ୍ରୟାସକୁ ଜୋରଦାର କରାଯାଇଛି। ଆଉ ଏହି ଅଭିଯାନରେ ସାମିଲ ହୋଇଛନ୍ତି କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ସମେତ ଅନେକ ଶିଳ୍ପସଂସ୍ଥା ଓ ସେଲିବ୍ରେଟି ଏହାସିହିତ ଟୁର୍ଣ୍ଣାମେଣ୍ଟ ଲାଗି ଟିମ୍ ଇଣ୍ଡିଆକୁ ଶୁଭ କାମନା ବି ଜଣାଇଛନ୍ତି ଅନେକ ବ୍ୟାକ୍ତି।
ସେପଟେ ବାଲୁକା କଳା ମାଧ୍ୟମରେ ବିଶ୍ୱକପ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ୫ ଟନ୍ ବାଲିରେ ସେ ଏହି କଳାକୃତି ନିର୍ମାଣ କରିଛନ୍ତି। ଏଥିରେ ସେ ଏକ ବଡ଼ ଫୁଟବଲ୍ ଓ ଟୁର୍ଣ୍ଣାମେଣ୍ଟ ଲୋଗୋକୁ ନିର୍ମାଣ କରିଛନ୍ତି।